ପ୍ରମୂଖ ଖବର
  • ୭ ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ, ରାଜ୍ୟରେ ଖୋଲିବ ଆଉ ୭ ନର୍ସିଂ କଲେଜ
  • ||
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ରାୟଗଡ଼ାରେ କମୁଛି ମିଲେଟ ଚାଷ ହେଲେ ବଢୁଛି ଉତ୍ପାଦନ : ସନ୍ଦେହରେ କୃଷି ବିଭାଗର ତଥ୍ୟ, ତଦନ୍ତ ଦାବି

Published By : Rasmita Pradhan | August 13, 2025 1:38 PM

ରାୟଗଡ଼ା, ୧୩/୦୮ : ଶ୍ରୀ ଅନ୍ନ ଅଭିଯାନର ଦ୍ୱିତୀୟ ପ୍ରମୁଖ କେନ୍ଦ୍ର ଭାବେ ପରିଚିତ ହୋଇଛି ରାୟଗଡ଼ା ଜିଲ୍ଲା । ସରକାର ଏହାର ପ୍ରଚାରପ୍ରସାର କରୁଛନ୍ତି । ଏହି ପ୍ରଦର୍ଶନକୁ ନେଇ ବିଭାଗୀୟ ଅଧିକାରୀମାନେ ବେଶ୍‌ ଉତ୍ସାହିତ ଅଛନ୍ତି । ଅଥଚ ଜିଲ୍ଲାରେ ମିଲେଟ୍‌ ଚାଷ କମୁଥିବାବେଳେ ଉତ୍ପାଦନ ବଢ଼ୁଥିବାରୁ ସନ୍ଦେହ ସୃଷ୍ଟି ହୋଇଛି । ଏନେଇ ବିଧାନସଭାରେ ବିଧାୟକ ଟଙ୍କଧର ତ୍ରିପାଠୀଙ୍କ ପ୍ରଶ୍ନର ଉତ୍ତର ରଖିବାକୁ ଯାଇ କୃଷିମନ୍ତ୍ରୀ ଦେଇଥିବା ତଥ୍ୟ ଆହୁରି ଅଧିକ ସନ୍ଦେହ ଘେରକୁ ଟାଣି ନେଉଛି । କେତେ ବର୍ଷ ଚାଷର ପରିମାଣ ବଢ଼ିଥିବା ବେଳେ ଉତ୍ପାଦନ କମ୍‌ ଏବଂ ଆଉ କେତେକ ବର୍ଷ ଚାଷ ପରିମାଣ କମିଲେ ବି ରେକର୍ଡ ସୃଷ୍ଟି କଲା ଭଳି ଉତ୍ପାଦନ ହୋଇଛି । କୃଷକ ମହଲରେ ଏଭଳି ତଥ୍ୟର ବିଶ୍ୱସନିୟତା ନେଇ ଅନେକ ସନ୍ଦେହ ଉପୁଜିଛି । ତେଣୁ ବିଭାଗୀୟ କାର୍ଯ୍ୟଶୈଳୀର ତଦନ୍ତ ହେବା ଆବଶ୍ୟକ ବୋଲି ଅଞ୍ଚଳବାସୀ ଦାବି କରିଛନ୍ତି ।  

କୃଷିମନ୍ତ୍ରୀଙ୍କ ତଥ୍ୟ ଅନୁଯାୟୀ, ୨୦୧୭ ମସିହାରୁ ସରକାରଙ୍କ କୃଷି ଓ କୃଷକ ସଶକ୍ତୀକରଣ ବିଭାଗ ଅଧୀନରେ କାର୍ଯ୍ୟକାରୀ ହୋଇଥିଲା ଶ୍ରୀ ଅନ୍ନ ଅଭିଯାନ(ମିଲେଟ ମିଶନ) । ସେହିବର୍ଷ ଜିଲ୍ଲାରେ ମିଲେଟ୍‌ ଚାଷ ୩୫୧.୪ ହେକ୍ଟରରୁ ବଢ଼ି ୧୦ ହଜାର ୯୭୮ ହେକ୍ଟର ହୋଇଥିଲା । ଉତ୍ପାଦନ ୩୦୪୬. ୬ କ୍ୱିଣ୍ଟାଲରୁ ୧ ଲକ୍ଷ ୧୪ ହଜାର ୭୨୨ କ୍ୱିଣ୍ଟାଲ ରହିଥିଲା । ୨୦୧୭-୧୮ରୁ ୨୦୨୧-୨୨ ପର୍ଯ୍ୟନ୍ତ ଉଭୟ ଚାଷ ଜମି ଓ ଉତ୍ପାଦନ କ୍ରମବର୍ଦ୍ଧିଷ୍ଣୁ ଭାବେ ସ୍ଥିର ରହିଥିଲା । ୨୦୨୨-୨୩ ପରଠାରୁ ସ୍ଥିତି ବିଗିଡିବାରେ ଲାଗିଲା । ୨୦୨୧-୨୨ରେ ୧୦ ହଜାର ୯୭୮.୧ ହେକ୍ଟରରେ ଚାଷ କରାଯାଇଥିଲା । ସେଥିରୁ ୧ ଲକ୍ଷ ୧୪ ହଜାର ୭୨୨.୨ କ୍ୱିଣ୍ଟାଲ ଉତ୍ପାଦନ ହୋଇଥିଲା । ଏହି ସମୟରେ ଉକ୍ତ ଅଭିଯାନ ସଫଳତା ଶିଖର ଛୁଇଁଥିଲା । ୨୦୨୨-୨୩ ରେ କମି ୬୭୪୧. ୮ ହେକ୍ଟର ଜମିରେ ଚାଷ ହୋଇଥିଲା । ୮୬ ହଜାର ୨୯୫ କ୍ୱିଣ୍ଟାଲ ଉତ୍ପାଦନ ହୋଇଥିଲା । ୨୦୨୩-୨୪ ରେ ଚାଷ ଜମିର ପରିମାଣ ୯୦୨୯. ୮ ହେକ୍ଟର ବଢ଼ିଥିବା ବେଳେ କେବଳ ୫୯ ହଜାର ୮୬୭. ୬ କ୍ୱିଣ୍ଟାଲ୍‌ ଫସଲ ଅମଳ ହୋଇଥିଲା । ଯାହାକି ପୂର୍ବବର୍ଷ ଗୁଡିକ ଅପେକ୍ଷା ଉତ୍ପାଦନସ୍ତରରେ ବେଶ ହ୍ରାସ ଘଟିଥିବା ଦେଖିବାକୁ ମିଳଛି । ୨୦୨୪-୨୫ ବର୍ଷରେ ୯୧୮୪. ୭ ହେକ୍ଟର ଜମିରେ ଚାଷ କରାଯାଇଥିଲା । ତଥାପି ୧ ଲକ୍ଷ ୧୭ ହଜାର ୧୯୬.୧ କ୍ୱିଣ୍ଟାଲ ଉତ୍ପାଦନ ହୋଇଥିଲା । ତେଣୁ ମନ୍ତ୍ରୀଙ୍କୁ ବିଭାଗ ପକ୍ଷରୁ ଦିଆଯାଇଥିବା ଏହି ତଥ୍ୟ ଅନେକ ସନ୍ଦେହ ସୃଷ୍ଟି କରୁଛି । 

୨୦୨୪-୨୫ ରେ କମ ପରିମାଣ ଜମିରେ ଚାଷ ହୋଇଥିବା ବେଳେ କିପରି ରେକର୍ଡ ଉତ୍ପାଦନ ସମ୍ଭବ ହୋଇପାରିଲା । ୨୦୨୩-୨୪ ରେ ଚାଷ ଜମିର ପରିମାଣ ବୃଦ୍ଧି ସତ୍ତ୍ଵେ ଉତ୍ପାଦନ କାହିଁକି ଧୀମେଇଗଲା ତାହା ତଦନ୍ତ ସାପେକ୍ଷ । ଯୋଜନାର ସଫଳ ରୂପାୟନ ଏବଂ ମିଛ ପ୍ରଶଂସା ସାଉଁଟିବା ପାଇଁ ଚାଷ ବଦଳରେ ବାହାର ରାଜ୍ୟରୁ ଆମଦାନୀ କରାଯାଉଛି । ଉତ୍ପାଦନ ସଂଖ୍ୟାକୁ ପରିବର୍ତ୍ତନ କରାଯାଉଥିବା କୃଷକ ନେତାମାନେ ଅଭିଯୋଗ କରିଛନ୍ତି ।  ଜିଲ୍ଲାର କେତେକ ବ୍ଲକ୍‌ରେ ନିୟୋଜିତ ଥିବା ଘରୋଇ ସଂସ୍ଥା ଏବଂ ଏସ୍‌ଏଚ୍‌ଜି ବାହାର ରାଜ୍ୟରୁ ମାଣ୍ଡିଆ କିଣି କାଗଜ କଲମରେ ଚାଷ ଓ ଉତ୍ପାଦନକୁ ସୀମିତ ରଖିବାରେ ସକ୍ରିୟ ଥିବା ଅଭିଯୋଗ ହେଉଛି । ମିଲେଟ୍‌ ଚାଷ ପାଇଁ ଏଠିକା ପରିବେଶ ଓ ଜଳବାୟୁ ବେଶ ଅନୁକୂଳ । ଅଞ୍ଚଳରେ କୃଷି ପରମ୍ପରାର ପୁନରୁଦ୍ଧାର, କୃଷକମାନଙ୍କ ପାଇଁ ଉପଯୁକ୍ତ ବଜାର ସୃଷ୍ଟି, ପରମ୍ପରାଗତ କୃଷି ପ୍ରଣାଳୀକୁ ପ୍ରୋତ୍ସାହନ ତଥା ଖାଦ୍ୟ ସୁରକ୍ଷା ସୁନିଶ୍ଚିତ କରିବା ଶ୍ରୀ ଅନ୍ନ ଅଭିଯାନର ଉଦ୍ଦେଶ୍ୟ । କିନ୍ତୁ ବାସ୍ତବ ଚିତ୍ର କିନ୍ତୁ ଅଲଗା । ଜିଲ୍ଲାରେ ମିଲେଟ ମିଶନ କାର୍ଯ୍ୟକାରିତା ତଥା ସଫଳତାକୁ ନେଇ ସମୀକ୍ଷା କରାଯିବା ପାଇଁ ଦାବି ହୋଇଛି । ଏ ସମ୍ପର୍କରେ ଭାରପ୍ରାପ୍ତ ଜିଲ୍ଲା ମୁଖ୍ୟ କୃଷି ଅଧିକାରୀ ସେଖ୍‌ ହସନ୍‌ କହିଛନ୍ତି, କ୍ଷେତ୍ରରେ ଥିବା କର୍ମଚାରୀ ଯେଉଁ ରିପୋର୍ଟ ଦେଉଛନ୍ତି ତାହା ସରକାରଙ୍କୁ ଜଣାଇ ଦିଆଯାଉଛି । ସେଥିରେ କୌଣସି ତ୍ରୁଟି ନାହିଁ । ପାଣିପାଗ ଅନୁସାରେ ଓ ଉନ୍ନତ କୃଷି ପ୍ରଣାଳୀ ଯୋଗୁଁ ଉତ୍ପାଦନ ବଢ଼ିଥାଏ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.