ନମୌଜା,୧୨/୮ : କେନ୍ଦ୍ରାପଡ଼ା ଜିଲ୍ଲା ଆଳି ଥାନା ଅଧୀନ ଭୂଇଁପୁର ପଞ୍ଚାୟତ ମାନପୁର ଗ୍ରାମ ହରିଜନ ସାହିର ଜଣେ ବୃଦ୍ଧ ଚାଷୀ ଅଲେଖ ଜେନା(୫୫) ଚାଷ କାର୍ଯ୍ୟ ନିମନ୍ତେ ବିଲକୁ ଯାଇଥିଲେ । ଏହି ସମୟରେ ତାଙ୍କୁ ସେଠାରେ ଏକ ବିଷଧର ସାପ କାମୁଡ଼ି ଦେଇଥିବା ନେଇ ଅଲେଖଙ୍କ ପରିବାର ପକ୍ଷରୁ ଥାନାରେ ଅଭିଯୋଗ ହୋଇଛି l
ସାପ କାମୁଡ଼ିବା ପରେ ତୁରନ୍ତ ତାଙ୍କୁ ପ୍ରଥମେ ଆଳି ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ରକୁ ଅଣାଯାଇଥିଲା l ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ l ଏତଲା ଆଧାରରେ ପୋଲିସ ଡାକ୍ତରଖାନାରେ ପହଞ୍ଚି ଶବ ବ୍ୟବଚ୍ଛେଦ ପାଇଁ ପଠାଇଥିଲା । ରିପୋର୍ଟ ଆସିବା ପରେ ମୃତ୍ୟୁର କାରଣ ସ୍ପଷ୍ଟ ହେବ ବୋଲି ଜଣା ପଡ଼ିଛି l