ଭୁବନେଶ୍ବର,୧୩/୦୮: ରାଜଧାନୀରେ ବଢୁଥିବା ଜଣ୍ଡିସକୁ ନେଇ ମେୟର ସୁଲୋଚନା ଦାସ ପ୍ରତିକ୍ରିୟା ରଖିଛନ୍ତି । ସେ କହିଛନ୍ତି ଯେ, ଭୁବନେଶ୍ବର ଏବଂ ଏହାର ଆଖପାଖ ଅଞ୍ଚଳରେ ଜଣ୍ଡିସ ବ୍ୟାପିବାରେ ଲାଗିଛି। ବିଶେଷ କରି ବଡଗଡସ୍ଥିତ ମହିସାଖାଲ ବସ୍ତିରେ ପ୍ରାଦୁର୍ଭାବ ଅଧିକ ଦେଖାଯାଉଛି। ସେଥିପାଇଁ ବିଏମ ପକ୍ଷରୁ ସବୁ ପଦକ୍ଷେପ ନିଆଯାଇଛି। ୱାଟର କଣ୍ଟାମିନେଶନ ଯୋଗୁ ଏପରି ହୋଇଥିବା କହିଛନ୍ତି।
ସେ ଆହୁରି ବି କହିଛନ୍ତି, ଗତକାଲି ବିଏମସି କମିଶନର ଯାଇ ସ୍ଥିତି ସମୀକ୍ଷା କରିଥିଲେ। ମିଟିଂ କରିବା ସହ ଘଟଣାସ୍ଥଳକୁ ହେଲ୍ଥ ଟିମ୍ ପଠାଇ ଦିଆଯାଇଛି। ସେଠାର କର୍ପୋରେଟର ଏବଂ ହେଲ୍ଥ ଟିମ୍ ସଜାଗ ରହିଛନ୍ତି। ଯେଉଁଠି ସୋର୍ସେସ ଆସୁଛି ୱାଟକୋ ସହ ଆଲୋଚନା କରି ପାଣି ଏବଂ ସେହି ଜାଗାକୁ ବିଶୋଧନ କରାଯାଉଛି। ପାଖରେ ଦୟା ୱେଷ୍ଟ କେନାଲ ପ୍ରଦୂଷଣ ହେଉଛି ତେଣୁ ସେହିପଟ ଦେଇ ଆସୁଥିବା ପାଣି ପ୍ରଦୂଷିତ ହେଉଛି। ସେହି ବିଷୟରେ ଯାଞ୍ଚ୍ ଚାଲିଛି। ଏବେ ସ୍ଥିତି ନିୟନ୍ତ୍ରଣ ରହିଥିବା ବେଳେ ଆଜି ସେ ନିଜେ ଘଟଣାସ୍ଥଳକୁ ଯାଇ ସ୍ଥିତି ସମୀକ୍ଷା କରିବାକୁ ସୂଚନା ଦେଇଛନ୍ତି।