ଭଦ୍ରକ,୧୩/୮ : ଘରୋଇ ମେସରେ ଯୁକ୍ତ ୩ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ପୁରୁଷ ବନ୍ଧୁ ଥାନାରେ ଅଟକ । ଏସପିଙ୍କୁ ଭେଟିଲେ ମୃତକଙ୍କ ବାପା । ଭଦ୍ରକ କଲେଜ୍ ନିକଟ ଏକ ଘରୋଇ ମେସରେ ଯୁକ୍ତ ୩ ପ୍ରଥମ ବର୍ଷ ଛାତ୍ରୀ ଆତ୍ମହତ୍ୟା ଘଟଣାରେ ନୂଆ ଟ୍ବିଷ୍ଟ । ଘଟଣା ପରେ ବିଭିନ୍ନ ଦିଗକୁ ନେଇ ତଦନ୍ତ ଆରମ୍ଭ ହେଇଛି । ପ୍ରାଥମିକ ଭାବେ ମୃତ ଛାତ୍ରୀଙ୍କ ମୋବାଇଲ୍ କଲ ଡିଟେଲ୍ସ ଓ ଫଟୋକୁ ତଦନ୍ତ କରିବାବେଳେ ପୁରୁଷ ବନ୍ଧୁଙ୍କ ବିଷୟରେ ସୁରାକ ମିଳିବା ପରେ ପାଳିଆ ଠାରୁ ପୁରୁଷ ବନ୍ଧୁଙ୍କୁ ଉଠାଇ ଆଣିଛି ପୋଲିସ।
ଭଦ୍ରକ ସହରାଞ୍ଚଳ ପୋଲିସ ପୁରୁଷ ବନ୍ଧୁଙ୍କୁ ଅଟକ ରଖି ପଚରାଉଚରା କରୁଛି । ଅନ୍ୟପଟେ ମୃତ ଛାତ୍ରୀଙ୍କ ବାପା ଓ ସମ୍ପର୍କୀୟ ଭଦ୍ରକ ଏସପି ମନୋଜ ରାଉତଙ୍କୁ ଭେଟିଛନ୍ତି । ଆଲୋଚନା ପରେ କହିଛନ୍ତି ଯେ, ଆମେ ଖୁବଶୀଘ୍ର ଏତଲା ଦେବୁ । ଯେଉଁ ଯୁବକଙ୍କୁ ପୋଲିସ ଅଟକ ରଖିଛି ଝିଅ ମୃତ୍ୟୁ ପାଇଁ ସେ ହିଁ ଦାୟୀ । ଭଦ୍ରକ ଏସପି କହିଛନ୍ତି ଯେ, ତାଙ୍କୁ ନିଶ୍ଚିତ ନ୍ୟାୟ ମିଳିବ । ଭଦ୍ରକ ଏସପି ମନୋଜ ରାଉତ କହିଛନ୍ତି ଅଟକ ଯୁବକଙ୍କ ମୋବାଇଲ୍ ଯାଞ୍ଚ ହୋଇଛି, କଲ୍ ରେକର୍ଡ଼କୁ ଅପେକ୍ଷା କରିଛୁ । ଜେରା ଚାଲିଛି ଓ ପରିବାର ଲୋକଙ୍କ ଅଭିଯୋଗ କିମ୍ବା ଛାତ୍ରୀ ମୃତ୍ୟୁ ପାଇଁ ଦାୟୀ ଅନୁଭବ କଲେ କାର୍ଯ୍ୟାନୁଷ୍ଠାନ ନିଶ୍ଚିତ ହେବ ।