ରାଉରକେଲା,୧୩/୮ : ରାଉରକେଲାର ମିଟକୁନ୍ଦରି ନିକଟସ୍ଥ ଦେଓ ନଦୀରେ ବୁଡ଼ି ଜଣେ ଯୁବକ ନିଖୋଜ ହୋଇଯାଇଛନ୍ତି । ସୂଚନା ଅନୁସାରେ, ରେଲୱେ କଲୋନୀ ଅଞ୍ଚଳର ୩ଜଣ ଯୁବକ ସାଙ୍ଗ ହୋଇ ଗାଧୋଇବା ଲାଗି ଦେଓ ନଦୀକୁ ଯାଇଥିଲେ। ନଦୀରେ ପାଣି ଅଧିକ ଥିବାରୁ ଭିତରକୁ ନ ଯିବା ଲାଗି ସ୍ଥାନୀୟ ଲୋକେ ମନା କରିଥିଲେ। ହେଲେ ୩ଯୁବକ ନଦୀରେ ଗାଧୋଇବା ଲାଗି ପଶି ଯାଇଥିଲେ ।
ଗଭୀର ପାଣିରେ ଯୁବକମାନେ ବୁଡ଼ି ଯାଉଥିବା ଦେଖି ସ୍ଥାନୀୟ ଲୋକେ ୨ଜଣଙ୍କୁ ଉଦ୍ଧାର କରିଥିବାବେଳେ ତନିକି ହାସି ନାମକ ଯୁବକ ନିଖୋଜ ହୋଇଯାଇଛନ୍ତି । ତାଙ୍କୁ ଉଦ୍ଧାର କରିବା ଲାଗି ଅଗ୍ନିଶମ କର୍ମଚାରୀ ସେଠାରେ ପହଞ୍ଚି ତଲାସୀ ଅଭିଯାନ ଚଳାଇଛନ୍ତି।