ପ୍ରମୂଖ ଖବର

ଅମଲା ସଂଘକୁ ରାଜସ୍ବ ମନ୍ତ୍ରୀଙ୍କ ଅଲ୍ଟିମେଟମ୍; ଲୋକଙ୍କ କାମରେ ଅବହେଳା ହେଲେ ବନ୍ଦ ହେବ ଦରମା

Published By : Anindita Ratha | August 13, 2025 2:56 PM

ଭୁବନେଶ୍ବର,୧୩/୦୮: ଅମଲା ସଙ୍ଘର ସମୂହ ଛୁଟି ପ୍ରସଙ୍ଗ। ସମୂହ ଛୁଟିରୁ ଓହରିବାକୁ ରାଜସ୍ବ ମନ୍ତ୍ରୀଙ୍କ ଅପିଲ । ଆନ୍ଦୋଳନରୁ ନ ଓହରିଲେ ସରକାର ଆବଶ୍ୟକୀୟ ପଦକ୍ଷେପ ନେବେ ବୋଲି ଦେଇଛନ୍ତି ଚେତାବନୀ । ତେବେ ରାଜସ୍ୱ ମନ୍ତ୍ରୀ ସୁରେଶ ପୂଜାରୀ କହିଛନ୍ତି, ଲୋକଙ୍କ କାମରେ ଅବହେଳା କଲେ ଦରମା ବନ୍ଦ ରହିବ । ସାଙ୍ଗରେ ବସିଲେ ସମସ୍ୟାର ସମାଧାନ ବାହାରିବ । କ୍ୟାଡର ପୁନଃଗଠନ କଥା ରାଜସ୍ବ ବିଭାଗ ପାଖକୁ ପଠାଯାଇଛି । ଅପେକ୍ଷା ନ କରି ସମୂହ ଛୁଟି ଗ୍ରହଣୀୟ ନୁହେଁ । ଛୁଟି ବାତିଲ କରିବାକୁ ଜିଲ୍ଲାପାଳଙ୍କୁ ନିର୍ଦ୍ଦେଶ ଦିଆଯାଇଛି। ଅନ୍ୟମାନଙ୍କୁ ଛୁଟି ମଞ୍ଜୁର ହେବ ନାହିଁ ବୋଲି କହିଛନ୍ତି ରାଜସ୍ବ ମନ୍ତ୍ରୀ ।

ସେ ଆହୁରି ବି କହିଛନ୍ତି, ଆଲୋଚନା ମାଧ୍ୟମରେ ସମାଧାନ ସମ୍ଭବ। କ୍ୟାଡର ପୁନର୍ଗଠନ ଦାବି ଆମ ବିଭାଗର ନୁହେଁ। ତଥାପି ଆମେ ଆଲୋଚନା ପାଇଁ ପ୍ରସ୍ତୁତ। ତେଣୁ ସମୂହ ଛୁଟିରୁ ଓହରିବାକୁ ନିବେଦନ କରୁଛି। ତେବେ ରାଜ୍ୟରେ ଅମଲାଙ୍କ କାମ ବନ୍ଦ ଆନ୍ଦୋଳନ ପ୍ରସଙ୍ଗରେ ସବୁ ଜିଲ୍ଲାପାଳଙ୍କୁ ଅତିରିକ୍ତ ରାଜ୍ୟ ମୁଖ୍ୟ ଶାସନ ସଚିବ ଚିଠି ଲେଖିଛନ୍ତି । ପ୍ରତିବାଦରେ ବସିଥିବା ଅମଲା କର୍ମଚାରୀଙ୍କ ଉପରେ ଶୃଙ୍ଖଳାଗତ କାର୍ଯ୍ୟାନୁଷ୍ଠାନ ନିଆଯିବ ବୋଲି କୁହାଯାଇଛି ।  ବିନା ପୂର୍ବ ସୂଚନା ଅନୁଯାୟୀ କାହିଁକି ଏଭଳି କଲେ କାରଣ ଦର୍ଶାଅ ନୋଟିସ ଜାରି ହେବ। କାର୍ଯ୍ୟ ବନ୍ଦ ପ୍ରତିବାଦ ଯୋଗୁଁ ସାଧାରଣ ଲୋକଙ୍କ ସମସ୍ୟା ହେଉଛି। କାମବନ୍ଦ ଆନ୍ଦୋଳନ ଯୋଗୁ ଉପସ୍ଥାନରେ ଏହାକୁ ଅନୁପସ୍ଥିତ ଦର୍ଶାଯିବ ବୋଲି କୁହାଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.