ବ୍ରହ୍ମପୁର, ୧୩/୦୮: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ଅଞ୍ଚଳର ଏକ କଲେଜରେ ଯୁକ୍ତ ୩କଳା ବିଭାଗ ଦ୍ୱିତୀୟ ବର୍ଷ ପଢୁଥିବା ଛାତ୍ରୀଙ୍କୁ ଅପହରଣ ଅଭିଯୋଗ। ୫ଦିନ ତଳେ ଛାତ୍ରୀ ଜଣକ ସାଇକେଲରେ କଲେଜ ଯାଇ ଘରକୁ ଫେରିନାହାନ୍ତି । ତାଙ୍କ ସାଇକେଲ ରାସ୍ତାରେ ପଡ଼ିଛି । ଏଯାବତ୍ ଛାତ୍ରୀଙ୍କ ପତ୍ତା ମିଳୁନାହିଁ। ଏନେଇ ଛାତ୍ରୀଙ୍କ ବାପା ଶୁକ୍ରବାର ଦିଗପହଣ୍ଡି ଥାନାରେ ଏତଲା ଦେଇଛନ୍ତି । ଝିଅକୁ କିଛି ଯୁବକ ଅପହରଣ କରି ନେଇଥିବା ଅଭିଯୋଗ ସେ କରିଛନ୍ତି । ଏତଲା ଆଧାରରେ ଦିଗପହଣ୍ଡି ଥାନା ପୁଲିସ ତଦନ୍ତ ଚଳାଇଛି ।
ସୂଚନା ମୁତାବକ, ଗତ ଗୁରୁବାର ପୂର୍ବାହ୍ଣ ପ୍ରାୟ ସାଢ଼େ ୧୧ଟାରେ ଛାତ୍ରୀ ଜଣକ ଘରୁ ସାଇକେଲ ନେଇ କଲେଜକୁ ପରୀକ୍ଷା ଦେବା ପାଇଁ ଯାଇଥିଲେ । ସେ ଘରକୁ ନ ଫେରିବାରୁ ପରିବାର ଲୋକେ ଖୋଜାଖୋଜି କରିଥିଲେ। ଅନ୍ୟ ଏକ ଗାଁ ଛକରୁ ତାଙ୍କ ସାଇକେଲ ମିଳିଥିଲା। ଘଟଣାର ପରଦିନ ଛାତ୍ରୀଙ୍କ ବାପା ଏନେଇ ଥାନାରେ ଏତଲା ଦେଇଥିଲେ। ଏଯାବତ୍ ଛାତ୍ରୀଙ୍କ ପତ୍ତା ମିଳିନାହିଁ।