ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ପିସ୍ତଲ ସହ ଗୁଳି ଜବତ, ଜଣେ ଗିରଫ

Published By : Suraj Kumar | August 11, 2025 10:47 PM

ଭଞ୍ଜନଗର,୧୧/୮ –  ଭଞ୍ଜନଗର ପୁଲିସ ପାଟ୍ରୋଲିଂ କରୁଥିବା ବେଳେ ଜଣେ ଯୁବକଙ୍କ ନିକଟରୁ ଗୋଟିଏ ୯ ଏମ୍ ଏମ୍ ପିସ୍ତଲ, ୨ଟି ଜୀବନ୍ତ ଗୁଳି ସହ ଗୋଟିଏ ମାଗାଜିନ୍ ଜବତ  କରିଛି। ଯୁବକ ଜଣକ ହେଲେ ଶାଳୁଆପଲ୍ଲୀ ଗ୍ରାମର ଅଶୋକ କୁମାର ସ୍ବାଇଁ।  ପୁଲିସ   ତାଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି।

ଭଞ୍ଜନଗର ଥାନା ପକ୍ଷରୁ ଏସଆଇ ସମୀର କୁମାର ସେଠୀ ଅନ୍ୟ ଷ୍ଟାଫଙ୍କ ସହ ମିଶି ରବିବାର ରାତିରେ ପାଟ୍ରୋଲିଂ କରୁଥିଲେ। ଶାଳୁଆପଲ୍ଲୀ ନିକଟରେ ଜଣେ ସନ୍ଦିଗ୍ଧ ଯୁବକ ସନ୍ଦେହଜନକ ଅବସ୍ଥାରେ ଠିଆ ହୋଇଥିବା ନେଇ ଏକ ବିଶ୍ୱସ୍ତ ସୁତ୍ରରୁ ଖବର ପାଇଥିଲେ। ପରେ ସେ ସଦଳବଳେ ସେଠାରେ ଚଢାଉ କରିଥିଲେ। ଶାଳୁଆପଲ୍ଲୀ ଗ୍ରାମ ଅଶୋକ ସ୍ବାଇଁ ରାସ୍ତାକଡରେ ଠିଆ ହୋଇଥିବାବେଳେ ତାକୁ ତଲାସୀ କରିଥିଲେ । ତା’ ପାଖରୁ ୨ଟି ଗୁଳି ଭର୍ତ୍ତି ଗୋଟିଏ ପିସ୍ତଲ ମିଳିଥିଲା।  ଏକ ମାମଲା ରୁଜୁ କରି ଅଭିଯୁକ୍ତ ଅଶୋକ କୁମାର ସ୍ବାଇଁଙ୍କୁ ଗିରଫ କରି କୋର୍ଟଚାଲଣ କରାଯାଇଥିବା ଥାନା ଅଧିକାରୀ ଜୀବନାନନ୍ଦ ଜେନା ସୂଚନା ଦେଇଛନ୍ତି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.