ପ୍ରମୂଖ ଖବର
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଭାରସାମ୍ୟ ହରାଇ ବାଲି ଗଦା ଉପରେ ମାଡ଼ିଗଲା କାର୍‌, ବୃଦ୍ଧ ଗୁରୁତର

Published By : Harapriya Sethi | August 9, 2025 1:45 PM

ସୋରଡ଼ା, ୦୯/୦୮: ଗଞ୍ଜାମ ଜିଲ୍ଲା ଆସ୍କା ରାସ୍ତା ଜାତୀୟ ରାଜପଥ କେ ରାମଚପୁର (କଇଠିରା) ଗ୍ରାମରେ ଦୁର୍ଘଟଣା । ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ଵ ବାଲି ଗଦା ଓ ଗୋଡ଼ି ଗଦା ଉପରେ ଚଢିଗଲା କାର୍‌ । ଏହି ଦୁର୍ଘଟଣାରେ ଜଣେ ବୃଦ୍ଧ ଗୁରୁତର ହୋଇଛନ୍ତି । 

ସୂଚନା ମୁତାବକ, ଧରାକୋଟ ବ୍ଲକ ବାହାଡାଗୁଡା ଗ୍ରାମରୁ ଗୋଟିଏ କାର ଧରାକୋଟ ଅଭିମୁଖେ ଯାଉଥିଲା । ମଧ୍ୟାହ୍ନରେ କଇଠିରା ଗ୍ରାମ ଠାରେ ନିୟନ୍ତ୍ରଣ ହରାଇ ରାସ୍ତା ପାର୍ଶ୍ଵ ବାଲି ଗଦା ଓ ଗୋଡ଼ି ଗଦା ଉପରେ ଚଢାଇ ଦେଇଥିଲା । ପରେ କିଛି ମିଟର ଘୋଷାଡ଼ି ହୋଇ କାର୍‌ଟି ଓଲଟି ପଡିଥିଲା । ତବେ ରାସ୍ତା ପାର୍ଶ୍ୱରେ କଇଠିରା ଗ୍ରାମର ବୟସ୍କ ବ୍ୟକ୍ତି ମୋହନ କରଙ୍କ ଉପରେ ମାଡି ଯାଇଥିଲା । ଫଳରେ ମୋହନ ଗୁରୁତର ହୋଇଛନ୍ତି । ଏସମ୍ପର୍କରେ ଖବର ପାଇ ଧରାକୋଟ ପୁଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଛି । କାର୍‌ଟି ଗୋଟେ ସାଇକେଲକୁ ଚୁରମାର କରିବା ସହ ରାସ୍ତା ପାର୍ଶ୍ଵ ଗଛକୁ ମଧ୍ୟ ଭାଙ୍ଗି ଦେଇଛି । 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.