ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

୨ ରାଉଣ୍ଡ ଗୁଳି ସହ ମାଉଜର୍ ଜବତ, ୨ ଗିରଫ ...

Published By : Ladu Kishor | August 8, 2025 7:49 PM

ଭଞ୍ଜନଗର,୦୮/୦୮ : ଗଞ୍ଜାମ ଏସପିଙ୍କ ନିର୍ଦ୍ଦେଶ କ୍ରମେ ସମଗ୍ର ଜିଲ୍ଲାରେ ବେଆଇନ ବନ୍ଧୁକ ସ୍ପେଶାଲ ଡ୍ରାଇଭ ଚାଲିଥିବା ବେଳେ ତାରାସିଂ ପୁଲିସ ଗତ କାଲି ରାତ୍ରିରେ ଗଞ୍ଜାମ ଓ ନୟାଗଡ଼ ଜିଲ୍ଲାର ସୀମା ସ୍ଥିତ ରୁଢାପଦର ଘୋଗଡ଼ ଜଙ୍ଗଲ ନିକଟରେ ପେଟ୍ରୋଲିଙ୍ଗ କରୁଥିଲା । ଏହି ସମୟରେ ଦୁଇଜଣ ଅପରାଧୀଙ୍କ ସହିତ ଗୋଟିଏ ପିସ୍ତଲ ଓ ଦୁଇଟି ଅଫୁଟା ଗୁଳି, ଗୋଟିଏ ମୋଟର ସାଇକେଲ, ଦୁଇଟି ମୋବାଇଲ ଜବତ କରିଛି l ଅଭିଯୁକ୍ତ ମାନେ ହେଲେ ବିଭୁତି ଭୂଷଣ ରଥ ଅଜୁ ବିଷୋୟୀ। ବିଭୁତିଙ୍କ ଘର ତାରା ସିଂ ଥାନା ଅନ୍ତର୍ଗତ ରୁଢାପଦାର ଗାଁରେ ହୋଇଥିବା ବେଳେ ଅଜୁ ବିଷୋୟୀ ନୟାଗଡ଼ ଜିଲ୍ଲା ଦଶପଲ୍ଲା ଅଂଚଳର ପୋଇବାଡି ଗ୍ରାମର ବୋଲି ଜଣାପଡିଛି l ଅଭିଯୁକ୍ତ ମାନଙ୍କ ନାମରେ ଆଗରୁ ବିଭିନ୍ନ ଅପରାଧିକ ମାମଲା ରହିଛି l ଶୁକ୍ରବାର ଏ ସମ୍ପର୍କରେ ଏକ ପ୍ରେସ ମିଟ୍ କରି ତାରା ସିଂ ଥାନା ଅଧିକାରୀ ଶୁଭଲକ୍ଷ୍ମୀ ପୂଜାରୀଙ୍କ ଉପସ୍ଥିତି ରେ ଭଞ୍ଜନଗର ଏସଡିପିଓ ଡଃ ଦୀପକ କୁମାର ମିଶ୍ର ସୂଚନା ଦେଇଛନ୍ତି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.