ପାଟନା,୧୦/୦୮: କଂଗ୍ରେସ ସାଂସଦ ତଥା ବିରୋଧୀ ଦଳ ନେତା ରାହୁଲ ଗାନ୍ଧୀ 'ଭୋଟ୍ ଚୋରି' ବିରୋଧରେ ଏକ ମୋର୍ଚ୍ଚା ଖୋଲିଛନ୍ତି । ଏ ନେଇ ସେ ଏକ ୱେବ୍ସାଇଟ୍ ଲଞ୍ଚ୍ କରିଛନ୍ତି । ଏହା ସହିତ ନିର୍ବାଚନ ପ୍ରକ୍ରିୟାରେ ହେଉଥିବା ଗଡ଼ବଡ଼ ବିରୋଧରେ ଅଭିଯାନରେ ସାମିଲ ହେବାକୁ ଜନତାଙ୍କୁ ଅପିଲ୍ କରିଛନ୍ତି । ୱେବସାଇଟ୍ ସହ ଟୋଲ୍ ଫ୍ରି ନମ୍ବର ଜାରି କରିଛି କଂଗ୍ରେସ । ଏହି ଲଢେଇ ଲୋକତନ୍ତ୍ରର ରକ୍ଷା ପାଇଁ ବୋଲି ସୋସିଆଲ ମିଡ଼ିଆ ଫ୍ଲାଟଫର୍ମ ଏକ୍ସରେ କହିଛନ୍ତି । ରାହୁଲଙ୍କ ପୋଷ୍ଟର କମେଣ୍ଟ ବକ୍ସରେ କିଛି ଲୋକ ତାଙ୍କୁ ସମର୍ଥନ କରିଥିବା ଦେଖିବାକୁ ମିଳିଛି ।
ସୋସିଆଲ ମିଡ଼ିଆ ପ୍ଲାଟଫର୍ମ ଏକ୍ସରେ ରାହୁଲ ଗାନ୍ଧୀ କହିଛନ୍ତି,'' ଭୋଟ୍ ଚୋରି ଏକ ବ୍ୟକ୍ତି, ଏକ ଭୋଟର ମୌଳିକ ଗଣନ୍ତ୍ରାତିକ ନୀତି ଉପରେ ଆକ୍ରମଣ । ସ୍ୱାଧୀନ ଏବଂ ନିରପେକ୍ଷ ନିର୍ବାଚନ ପାଇଁ ସ୍ୱଚ୍ଛ ଭୋଟର ତାଲିକା ଆବଶ୍ୟକ ରହିଛି । ନିର୍ବାଚନ କମିଶନଙ୍କ ଠାରୁ ଆମର ଦାବି ସ୍ପଷ୍ଟ - ସ୍ୱଚ୍ଛତା ଦେଖାନ୍ତୁ ଏବଂ ଡିଜିଟାଲ ଭୋଟର ତାଲିକାକୁ ସାର୍ବଜନୀନ କରନ୍ତୁ, ଯାହା ଦ୍ଵାରା ଜନସାଧାରଣ ଏବଂ ରାଜନୈତିକ ଦଳଗୁଡ଼ିକ ନିଜେ ଏହାକୁ ଅଡିଟ୍ କରିପାରିବେ। ଆପଣ ବି ଆମ ସହିତ ଯୋଡ଼ି ହୋଇପାରିବେ । ଏହି ଦାବିକୁ ସମର୍ଥନ କରନ୍ତୁ । votechori.in/ecdemandରେ ଯାଆନ୍ତୁ । ୯୬୫୦୦୦୩୪୨୦ରେ ମିସ୍ କଲ ଦିଅନ୍ତି । ଏହି ଲଢେଇ ଲୋକତନ୍ତ୍ରର ରକ୍ଷା ପାଇଁ ।''
वोट चोरी ‘एक व्यक्ति, एक वोट’ के बुनियादी लोकतांत्रिक सिद्धांत पर हमला है।
— Rahul Gandhi (@RahulGandhi) August 10, 2025
स्वतंत्र और निष्पक्ष चुनावों के लिए साफ़-सुथरी मतदाता सूची अनिवार्य है।
चुनाव आयोग से हमारी मांग साफ़ है - पारदर्शिता दिखाएं और डिजिटल मतदाता सूची सार्वजनिक करें, ताकि जनता और राजनीतिक दल उसका खुद ऑडिट… pic.twitter.com/BIahCz2YBb
କଂଗ୍ରେସ ନେତା ରାହୁଲ ଗାନ୍ଧୀଙ୍କ ଅଭିଯୋଗ ପରେ ନିର୍ବାଚନ ଆୟୋଗ ତାଙ୍କୁ ଏକ ସତ୍ୟପାଠ ମାଗିଥିଲେ । ଏହାକୁ ବିଜେପି ପ୍ରବକ୍ତା ଅମିତ ମାଲବିୟ ସେୟାର କରିଛନ୍ତି । ସେ କହିଛନ୍ତି ଯଦି ରାହୁଲ ଗାନ୍ଧୀ ତାଙ୍କ ବିଶ୍ୱସନୀୟତାକୁ ମହତ୍ତ୍ୱ ଦେଉଛନ୍ତି, ତେବେ ତାଙ୍କୁ ସେହି ଅଯୋଗ୍ୟ ମତଦାତାଙ୍କ ନାମ ସାମ୍ନାକୁ ଆଣିବାକୁ ପଡିବ ଯେଉଁଥିରେ ଦାବି ହୋଇଛି କି ମତଦାତା ସୂଚୀରେ ରହିଛି । ଭୋଟ୍ ପଞ୍ଜୀକରଣ ନିୟମ ୧୯୬୦ ୨୦ (୩) (ବି) ଅଧୀନରେ ଏହା ଅବୈଧ ।