ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଚୋର ପିନ୍ଧିଲା ପୁଲିସ ପୋଷାକ, ବର୍ଷେ ପରେ ସସ୍‌ପେଣ୍ଡ ହେଲେ କନ୍‌ଷ୍ଟେବଳ

Published By : Krishna Priya | August 10, 2025 10:19 AM

ବେଙ୍ଗାଲୁରୁ ୧୦/୦୮: ପୁଲିସ ହେପାଜତରେ ଥାଇ ଭିଡିଓ କଲ୍‌ରେ ପତ୍ନୀଙ୍କୁ ପ୍ରଭାବିତ କରିବାକୁ କନ୍‌ଷ୍ଟେବଲଙ୍କ ୟୁନିଫର୍ମ ପିନ୍ଧିଲା ଚୋର । ବେଙ୍ଗାଲୁରୁରେ ଏହି ଘଟଣା ସବୁରି ଧ୍ୟାନ ଆକର୍ଷଣ କରିଛି । ମାମଲା ସାମ୍ନାକୁ ଆସିବା ପରେ ବେଙ୍ଗାଲୁରୁ ପୁଲିସ କନ୍‌ଷ୍ଟେବଲଙ୍କୁ ସସ୍‌ପେଣ୍ଡ କରିଛି । ଅନ୍ୟ ଏକ ମାମଲାର ଯାଞ୍ଚ୍‌ ସମୟରେ ବର୍ଷେ ପରେ ଏହି ଘଟଣା ସାମ୍ନାକୁ ଆସିଛି । ଯାଞ୍ଚ୍‌ ପରେ ଗୋବିନ୍ଦପୁରା ଥାନାର କନ୍‌ଷ୍ଟେବଲ ଏଚ୍‌ଆର୍‌ ସୋନାରଙ୍କୁ ସସ୍‌ପେଣ୍ଡ କରାଯାଇଛି । ଏକ ହୋଟେଲରେ ପୁଲିସ ହେପାଜତରେ ଥିବାବେଳେ ବମ୍ବେ ସଲିମ ନାମରେ ପରିଚିତ ଚୋର ସଲିମ ଶେଖ୍‌ କନ୍‌ଷ୍ଟେବଲ ସୋନାରଙ୍କ ୟୁନିଫର୍ମ ପିନ୍ଧିଥିବା ଜଣାପଡ଼ିଲା । 

ଘଟଣାଟି ୨୦୨୪ର । ୫୦ରୁ ଅଧିକ ଚୋରି ମାମଲାରେ ସମ୍ପୃକ୍ତ ସଲିମକୁ ଏକ ଚୋରି ମାମଲାରେ ଗୋବିନ୍ଦପୁରା ପୁଲିସ ଗିରଫ କରିଥିଲା । ଚୋରି ଗହଣା, ଶାଢ଼ି ଓ ଅନ୍ୟ ମୂଲ୍ୟବାନ ସାମଗ୍ରୀ ଖୋଜିବା ପାଇଁ ପୁଲିସ ଅଧିକାରୀମାନେ ସଲିମକୁ ବେଙ୍ଗାଲୁରୁ ବାହାରକୁ ନେଇ ଏକ ହୋଟେଲରେ ରଖିଥିଲେ । ସୋନାର ଓ ଅନ୍ୟ ଜଣେ କନ୍‌ଷ୍ଟେବଲ ସଲିମକୁ ହୋଟେଲ ରୁମ୍‌ରେ ବାନ୍ଧି ସପିଂ ପାଇଁ ଯାଇଥିଲେ । ସେମାନଙ୍କ ଅନୁପସ୍ଥିତିରେ ସଲିମ ରୁମ୍‌ରେ ସୋନାରଙ୍କ ୟୁନିଫର୍ମ ଦେଖିଲା । ତାକୁ ପିନ୍ଧି ହ୍ୱାଟ୍ସଆପ୍‌ରେ ନିଜ ପତ୍ନୀଙ୍କୁ ଭିଡିଓ କଲ୍‌ କଲା । କେବଳ ପତ୍ନୀଙ୍କୁ ଦେଖାଇବା ପାଇଁ ସେ ଏପରି କରିଥିଲା ବୋଲି ଜଣେ ପୁଲିସ ଅଧିକାରୀ କହିଛନ୍ତି । 

ଗତ ମେ’ ମାସରେ ଇନ୍ଦିରାନଗରରେ ଆଉ ଏକ ଚୋରି ମାମଲାରେ ସଲିମର ସମ୍ପୃକ୍ତି ନ ଥିଲେ, ଏହି ଘଟଣା ସାମ୍ନାକୁ ଆସିନଥାନ୍ତା । ସଲିମ ସେଠାରେ ଏକ ଘରେ ପଶି ମୂଲ୍ୟବାନ ଜିନିଷ ଚୋରି କରିଥିବା ଅଭିଯୋଗ ହୋଇଥିଲା । ଇନ୍ଦିରାନଗର ପୁଲିସ ସଲିମର ମୋବାଇଲ ଫୋନ୍‌ ଚେକ୍‌ କରିବା ପରେ ପୁଲିସ ୟୁନିଫର୍ମ ପିନ୍ଧିଥିବା ତା’ର ଫଟୋ ଓ ସ୍କ୍ରିନ୍‌ଶଟ୍‌ ଦେଖିବାକୁ ପାଇଲା । ଫଟୋସବୁ ଜଣେ ମହିଳାଙ୍କ ସହ ଭିଡିଓ କଲ୍‌ ସମୟର ଥିଲା, ଯିଏକି ସଲିମଙ୍କ ପତ୍ନୀ ବୋଲି ପୁଲିସ ସ୍ପଷ୍ଟ କଲା । ପଚାରିବାରୁ ବର୍ଷେ ତଳର ଘଟଣା ବିଷୟରେ ସଲିମ ପୁଲିସକୁ କହିଲା । ଚୋର ପୁଲିସ ୟୁନିଫର୍ମ ପିନ୍ଧିବାକୁ ଅବହେଳା ଦର୍ଶାଇ ପୁଲିସ ସୋନାରଙ୍କୁ ସସ୍‌ପେଣ୍ଡ କଲା । ଘଟଣା ପରେ ଅଧିକାରୀମାନେ ସୋନାର କିମ୍ବା ଅନ୍ୟ ଅଫିସର୍‌ଙ୍କ ସହ ସଲିମର ସମ୍ପର୍କର ଯାଞ୍ଚ୍‌ ଆରମ୍ଭ କରିଛନ୍ତି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.