ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

'ସବକେ ବସ୍ ତୋ ହମ୍‌ ହୈ',ଭାରତର ବିକାଶକୁ କିଛି ସହି ପାରୁନାହାନ୍ତି; ଟାରିଫ୍ ୱାର ଭିତରେ ଟ୍ରମ୍ପଙ୍କୁ ରାଜନାଥଙ୍କ ଟାର୍ଗେଟ

Published By : Ankita S | August 10, 2025 2:49 PM

ନୂଆଦିଲ୍ଲୀ,୧୦/୦୮: ଭାରତ ଦୁନିଆର ସବୁଠୁ ଦ୍ରୁତ ବିକାଶଶୀଳ ଦେଶ । କିଛି ଲୋକ ଅଛନ୍ତି ଯେଉଁମାନେ ଭାରତର ବିକାଶକୁ ସହି ପାରୁନାହାନ୍ତି । ନିଜକୁ ଦୁନିଆର ବସ୍ ବୋଲି ବୋଲି କହୁଛନ୍ତି । ସେ ବୁଝି ପାରୁନାହାନ୍ତି ଭାରତ କିପରି ଏତେ ସ୍ପିଡ଼ରେ ଆଗକୁ ବଢୁଛି । କିଛି ବସ୍ ଭାରତର ବିକାଶକୁ ଇର୍ଷା କରୁଛନ୍ତି । ଭୋପାଳରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ପରୋକ୍ଷ ଭାବେ ଟାର୍ଗେଟ କରିଛନ୍ତି ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ।

'କିଛି ବସ୍ ଇର୍ଷା କରୁଛନ୍ତି'- ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ କହିଛନ୍ତି, "ଭାରତ ଯେଉଁ ଗତିରେ ବିକାଶ କରୁଛି କିଛି ଲୋକ ଅଛନ୍ତି ଯେଉଁମାନେ ସେଥିରେ ଖୁସି ନୁହଁନ୍ତି । ସେମାନେ ଏହାକୁ ପସନ୍ଦ କରୁନାହାଁନ୍ତି । 'ଆମେ ତ ସମସ୍ତଙ୍କ ବସ୍‌', ଭାରତ ଏତେ ଦ୍ରୁତ ଗତିରେ କିପରି ବିକାଶ କରୁଛି  ? ଅନେକ ଚେଷ୍ଟା କରୁଛନ୍ତି ଯେ, କିଛି ଏମିତି କରାଯାଉ କି, ଭାରତରେ ଭାରତବାସୀଙ୍କ ହାତରେ ତିଆରି ଜିନିଷଗୁଡ଼ିକ ଅନ୍ୟ ଦେଶକୁ ଯାଉ ଓ ସେହି ଦେଶଗୁଡ଼ିକରେ ତିଆରି ଜିନିଷଗୁଡ଼ିକ ଅପେକ୍ଷା ମହଙ୍ଗା ହୋଇଯାଉ । ଯାହା ଫଳରେ ବିଶ୍ୱ ସେଗୁଡ଼ିକୁ କିଣିବ ନାହିଁ । ଏହି ପ୍ରୟାସ କରାଯାଉଛି । କିନ୍ତୁ ଭାରତ ଏତେ ଦ୍ରୁତ ଗତିରେ ଆଗକୁ ବଢ଼ୁଛି, ମୁଁ ପୂର୍ଣ୍ଣ ବିଶ୍ୱାସ ସହିତ କହୁଛି ଯେ ଏବେ ବିଶ୍ୱର କୌଣସି ଶକ୍ତି ଭାରତକୁ ବିଶ୍ୱର ଏକ ବଡ଼ ଶକ୍ତି ହେବାରୁ ରୋକି ପାରିବ ନାହିଁ । "

ପ୍ରତିରକ୍ଷାମନ୍ତ୍ରୀ ଆହୁରି କହିଛନ୍ତି କି, ମୁଁ ପ୍ରତିରକ୍ଷା କ୍ଷେତ୍ର ବିଷୟରେ କହିବାକୁ ଚାହିଁବି କି ଆପଣ ଜାଣି ଖୁସି ହେବେ ଏବେ ଆମେ ୨୪ ହଜାର କୋଟି ଟଙ୍କାରୁ ଅଧିକ ମୂଲ୍ୟର ପ୍ରତିରକ୍ଷା ସାମଗ୍ରୀ ରପ୍ତାନି କରୁଛୁ । ଏହା ଭାରତର ଶକ୍ତି, ଏହା ନୂତନ ଭାରତର ନୂତନ ପ୍ରତିରକ୍ଷା କ୍ଷେତ୍ର ଏବଂ ରପ୍ତାନି ନିରନ୍ତର ବୃଦ୍ଧି ପାଉଛି । "

ଭୋପାଳରେ ପ୍ରତିରକ୍ଷାମନ୍ତ୍ରୀ ରାଜନାଥ ସିଂହ ବିଇଏମଏଲର ନୂଆ ରେଳ କୋଚ ଫ୍ୟାକ୍ଟ୍ରୀର ଭୂମି ପୂଜନ କରି ଭାରତ ଦୁନିଆର ସବୁଠୁ ଦ୍ରୁତ ଗତିରେ ବିକାଶିତ ହେଉଥିବା ଦେଶ ବୋଲି କହିଛନ୍ତି । କିଛି ଲୋକ ଏହାକୁ ସହି ପାରୁ ନଥିଲା କହିଛନ୍ତି । ଅପରେସନ୍ ସିନ୍ଦୂରର ଆଲୋଚନା କରି ଆତଙ୍କୀଙ୍କୁ କଡ଼ା ଜବାବ ଦିଆଯାଇଥିବା କହିଛନ୍ତି । ଏହା ସହିତ ମଧ୍ୟପ୍ରଦେଶକୁ ମର୍ଡନ ପ୍ରଦେଶ ବୋଲି କହିଛନ୍ତି । ନୂଆ ଫ୍ୟାକ୍ଟ୍ରି ୧,୮୦୦ କୋଟି ଟଙ୍କା ନିବେଶରେ ହେବ । ବନ୍ଦେ ଭାରତ ପରି କୋଚ ଦେଶର ପରିବହନ କ୍ଷେତ୍ରକୁ ନୂଆ ଗତି ଦେବ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.