ପ୍ରମୂଖ ଖବର
  • କୋଣାର୍କ ଚନ୍ଦ୍ରଭାଗା ସମୁଦ୍ରରେ ବୁଡିଯାଇ ୩ ଯୁବକ ମୃତ
  • ||
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଜମି ଠକେଇ ମାମଲା : ରବର୍ଟ ଭଦ୍ରାଙ୍କ ବିରୋଧରେ ଇଡିର ବଡ଼ ଖୁଲାସା, ବେଆଇନ ଭାବରେ ଆୟ କରିଛନ୍ତି ୫୮ କୋଟି ଟଙ୍କା

Published By : Harapriya Biswal | August 10, 2025 6:41 PM

ନୂଆଦିଲ୍ଲୀ,୧୦।୮: କଂଗ୍ରେସ ସାଂସଦ ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କ ସ୍ବାମୀ ରବର୍ଟ ଭଦ୍ରାଙ୍କ ବିରୋଧରେ ପ୍ରବର୍ତ୍ତନ ନିର୍ଦେଶାଳୟ (ଇଡି)ର ବଡ଼ କାର୍ଯ୍ୟାନୁଷ୍ଠାନ। ଗୁରଗାଓଁ ଶିକୋହପୁରରେ ଠକେଇ ଓ ଜମି ଲେଣଦେଣ ମାମଲାରେ ରୁଜୁ ହୋଇଛି ମନି ଲଣ୍ହରିଂ ମାମଲା। ଇଡି ଚାର୍ଜସିଟ୍‌ ରେ ଦେଇଥିବା ସୂଚନା ଅନୁସାରେ, ୫୮ କୋଟି ଟଙ୍କା ବେଆଇନ ଲାଭ ହୋଇଛି, ଯାହାକୁ ପରେ ବହୁ ସମ୍ପତ୍ତିରେ ପରିବର୍ତ୍ତିତ କରାଯାଇଛି।

ଇଡିର ଚାର୍ଜସିଟ୍ ଅନୁଯାୟୀ, ରବର୍ଟ ଭାଡ୍ରା ଦୁଇଟି କମ୍ପାନୀରୁ ୫୮ କୋଟି ଟଙ୍କାର ବେଆଇନ   ଆୟ ପାଇଥିଲେ। ସେ ଏହି ଟଙ୍କାକୁ ରିଅଲ୍ ଇଷ୍ଟେଟ୍ କିଣିବା, ନିବେଶ କରିବା, ପାଣ୍ଠି ଯୋଗାଇବା ଏବଂ ଋଣ ଦେବା ଏବଂ ତାଙ୍କର ବିଭିନ୍ନ ଗ୍ରୁପ୍ କମ୍ପାନୀର ଋଣ ଅର୍ଥ  ପରିଶୋଧ କରିବା ପାଇଁ ବ୍ୟବହାର କରିଥିଲେ ବୋଲି ଅଭିଯୋଗ ହୋଇଛି। ଇଡି ଚାର୍ଜସିଟ୍‌ରେ କୁହାଯାଇଛି ଯେ, ଏହି ଟଙ୍କା ଦୁଇଟି ମାଧ୍ୟମରେ ନିଆଯାଇଛି। ୫ କୋଟି ଟଙ୍କାର ପିଓସି ବ୍ଲୁ ବ୍ରିଜ୍‌ ଟ୍ରେଡିଂ ପ୍ରାଇଭେଟ୍ ଲିମିଟେଡ୍ (ବିବିଟିପିଏଲ) ଓ ୫୩ କୋଟି ଟଙ୍କାର ସ୍କାଇ ଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍ (ଏଚଏଲଏଚପିଏଲ)ମାଧ୍ୟମରେ ମିଳିଛି। 

ବ୍ରାନ୍ଦ୍ରାଙ୍କ ସହଯୋଗୀ ସତ୍ୟାନନ୍ଦ ୟାଜି ଓ କେଭଲ ସିଂହ ଭିର୍କ ଓ ତାଙ୍କ ସହ ଜଡିତ ବହୁ କମ୍ପାନୀ, ଯେଉଁଥିରେ ମେସର୍ସ ସ୍କାଇ ଲାଇଟ୍ ହସ୍ପିଟାଲିଟି ପ୍ରାଇଭେଟ୍ ଲିମିଟେଡ୍, ମେସର୍ସ ସ୍କାଇ ଲାଇଟ୍ ରିଏଇଲ୍ଟି ପ୍ରାଇଭେଟ୍ ଲିମିଟେଡ୍ ଓ ମେସର୍ସ ଓମକାରା ପ୍ରପର୍ଟିଜ୍ ପ୍ରାଇଭେଟ୍ ଲିମିଟେଡ୍‌ (ଏବେ ଏସ୍‌ଜିଓ୍ବାଇ ପ୍ରପଟିଜ୍ ପ୍ରାଇଭେଟ୍ ଲିମିଟେଡ୍) ରହିଛି। ଇଡି ଚାର୍ଜସିଟ୍‌ରେ କୁହାଯାଇଛି, ଯାଞ୍ଚ ବେଳେ କଥିତ ଅପରାଧିକ ଗତିବିଧିରୁ ହୋଇଥିବା ଆଦାୟର ସଠିକତା ଆକଳନ କରାଯାଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.