ପ୍ରମୂଖ ଖବର
  • ଠାକୁରମୁଣ୍ଡା ଚମ୍ପାଝର ଗ୍ରାମରେ ସ୍ତ୍ରୀକୁ ପିଟି ପିଟି ହତ୍ୟା , ସ୍ୱାମୀ ଅଟକ
  • ||
  • ଉମରକୋଟ : ଖେଳୁଥିବା ବେଳେ ପାଣି କୁଣ୍ଡରେ ପଡି ଶିଶୁପୁତ୍ର ମୃତ
  • ||
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ନୂଆ ସିଟ୍, ପରଦା ଠାରୁ ଆରମ୍ଭ କରି ଶୌଚାଳୟ ପର୍ଯ୍ୟନ୍ତ... ଏୟାର ଇଣ୍ଡିଆ ବଦଳାଉଛି ଏହାର ରୂପ-ରଙ୍ଗ

Published By : Soubhagya Ranjan | August 10, 2025 8:11 PM

Image source: Jagan

ନୂଆଦିଲ୍ଲୀ,୧୦/୦୮: ଅହମ୍ମଦାବାଦ ବିମାନ ଦୁର୍ଘଟଣା ପରେ, ସରକାର ବିମାନର ରକ୍ଷଣାବେକ୍ଷଣ ପ୍ରତି ବହୁତ କଠୋର ହୋଇଯାଇଛନ୍ତି। ବେସାମରିକ ବିମାନ ଚଳାଚଳ ନିର୍ଦ୍ଦେଶାଳୟ ବିମାନ କମ୍ପାନୀକୁ ଅନେକ କଠୋର ନିର୍ଦ୍ଦେଶ ଜାରି କରିଛି। ଏହାରି ଭିତରେ ବିମାନ କମ୍ପାନୀ ଏୟାର ଇଣ୍ଡିଆ ଗୁରୁବାର କହିଛି ଯେ କମ୍ପାନୀ ବିମାନର ନବୀକରଣ ପାଇଁ ୪୦୦ ମିଲିୟନ ଡଲାର ଖର୍ଚ୍ଚ କରିବ। ଏହାର ନୁଆ କାମରେ ଆରାମ ଏବଂ ବୈଷୟିକ ଉତ୍କର୍ଷତା ସୁନିଶ୍ଚିତ କରିବା ପାଇଁ ୱାଇଡବଡି ଏବଂ ନ୍ୟାରୋବଡି ଉଭୟ ବିମାନକୁ ଉନ୍ନତ ଡିଜାଇନ୍ ସହିତ ନବୀକରଣ କରାଯିବ।

ବଦଳିବ ବିମାନର ରୂପ-ରଙ୍ଗ: 

ଉଲ୍ଲେଖଯୋଗ୍ୟ ଯେ, ୨୬ଟି ବୋଇଂ ୭୮୭-୮ ବିମାନ ମଧ୍ୟରୁ ପ୍ରଥମଟି ଜୁଲାଇରେ କାଲିଫର୍ନିଆରେ ଥିବା ବୋଇଂର କାରଖାନାରେ ପହଞ୍ଚିବ। ଦ୍ୱିତୀୟ ବିମାନ ଅକ୍ଟୋବରରେ ଆମେରିକା ଯିବ। ଏହି ବିମାନଗୁଡ଼ିକ ନୂଆଭାବେ ଭିତର ସାଜସଜ୍ଜା ଏବଂ ଅତ୍ୟାଧୁନିକ ସିଷ୍ଟମ ସହିତ ସଜ୍ଜିତ ହେବ। ପ୍ରତ୍ୟେକ କ୍ୟାବିନରେ ନୂଆ ସିଟ୍, ଉନ୍ନତ ଇନ-ଫ୍ଲାଇଟ୍ ମନୋରଞ୍ଜନ (ଆଇଏଫ୍‌ଇ) ସିଷ୍ଟମ, ନୂଆ କାର୍ପେଟ, ପରଦା, ଅପହୋଲଷ୍ଟ୍ରୀ, ଶୌଚାଳୟ ସ୍ଥାପନ କରାଯିବ। କମ୍ପାନୀର ଲକ୍ଷ୍ୟ ହେଉଛି ଯାତ୍ରୀମାନଙ୍କୁ ଉତ୍କୃଷ୍ଟ ସୁବିଧା ପ୍ରଦାନ କରିବା।

ପୂର୍ବରୁ ଏୟାର ଇଣ୍ଡିଆ ପାଇଲଟମାନଙ୍କ ସମ୍ପର୍କରେ ଏକ ବଡ଼ ନିଷ୍ପତ୍ତି ନେଇଥିଲା। ଏୟାର ଇଣ୍ଡିଆ ପାଇଲଟମାନଙ୍କ ଅବସର ବୟସ ୬୫ ବର୍ଷ (ପାଇଲଟ କ୍ୟାରିୟର ଏକ୍ସଟେନସନ୍)କୁ ବୃଦ୍ଧି କରିବାକୁ ନିଷ୍ପତ୍ତି ନେଇଛି। ଉଡ଼ାଣ ନ କରୁଥିବା କର୍ମଚାରୀଙ୍କ ଅବସର ବୟସ ୬୦ ବର୍ଷକୁ ବୃଦ୍ଧି କରିବାକୁ ମଧ୍ୟ ନିଷ୍ପତ୍ତି ନିଆଯାଇଛି। ବର୍ତ୍ତମାନ ଏୟାର ଇଣ୍ଡିଆରେ ପାଇଲଟ ଏବଂ ଉଡ଼ାଣ ନ କରୁଥିବା କର୍ମଚାରୀଙ୍କ ଅବସର ବୟସ ୫୮ ବର୍ଷ ରହିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.