ପ୍ରମୂଖ ଖବର
  • ଠାକୁରମୁଣ୍ଡା ଚମ୍ପାଝର ଗ୍ରାମରେ ସ୍ତ୍ରୀକୁ ପିଟି ପିଟି ହତ୍ୟା , ସ୍ୱାମୀ ଅଟକ
  • ||
  • ଉମରକୋଟ : ଖେଳୁଥିବା ବେଳେ ପାଣି କୁଣ୍ଡରେ ପଡି ଶିଶୁପୁତ୍ର ମୃତ
  • ||
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ପାକିସ୍ତାନ ସେନା ମୁଖ୍ୟଙ୍କ ବାଚଳାମୀ; କହିଲେ- ଅମ୍ବାନୀଙ୍କ ରିଲାଏନ୍ସ ରିଫାଇନାରୀକୁ ଉଡ଼ାଇଦେବୁ

Published By : Bijay Swain | August 12, 2025 8:18 PM

ନୂଆଦିଲ୍ଲୀ: ଭାରତ-ପାକିସ୍ତାନ ସମ୍ପର୍କରେ ଚାପ ବୃଦ୍ଧି ପାଉଥିବା ସମୟରେ, ପାକିସ୍ତାନର ସେନା ମୁଖ୍ୟ ଜେନେରାଲ ଆସିମ ମୁନୀରଙ୍କ ବାଚଳାମୀ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଛି। ବର୍ତ୍ତମାନେ ମୁନୀର ଆମେରିକା ଗସ୍ତରେ ଥିବା ବେଳେ ଚେତାବନୀ ଦେଇ କହିଛନ୍ତି ଯେ, ଭାରତ ସହ ସମ୍ଭାବ୍ୟ ଯୁଦ୍ଧ ପରିସ୍ଥିତିରେ ଭାରତୀୟ ବ୍ୟବସାୟୀ ମୁକେଶ ଅମ୍ବାନୀଙ୍କ ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍‌ ପରିଚାଳିତ ଜାମନଗର ରିଫାଇନାରୀ ଆକ୍ରମଣର ସମ୍ମୁଖିନ ହୋଇପାରେ। ଏହି ଖବର ସାମ୍ନାକୁ ଆସିବା ପରେ ଆଞ୍ଚଳିକ ସୁରକ୍ଷା ଓ ଅର୍ଥନୈତିକ ସ୍ଥିରତା ପାଇଁ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।

ସୁଚନା ମୁତାବକ, ଜେନେରାଲ ମୁନୀରଙ୍କ ଚେତାବନୀ ଗୁଜରାଟରେ ଅବସ୍ଥିତ ରିଲାଏନ୍ସର ଜାମନଗର ରିଫାଇନାରୀକୁ ଇଙ୍ଗିତ କରିଛି। ଯାହା ବିଶ୍ୱର ସବୁଠାରୁ ବଡ଼ ତୈଳ ଶୋଧନାଗାରଗୁଡ଼ିକ ମଧ୍ୟରୁ ଗୋଟିଏ ଏବଂ ଭାରତର ଶକ୍ତି ଭିତ୍ତିଭୂମିର ଏକ ମୁଖ୍ୟ ଅଙ୍ଗ ଭାବେ ପରିଗଣିତ ହୋଇଥାଏ। ମୁନୀର ସମ୍ପ୍ରତି ଆମେରିକାରେ ଥିବା ବେଳେ ସେଠାରୁ ରହି ଏହିଭଳି ବୟାନବାଜି ଜାରି ରଖିଛନ୍ତି।

ରିପୋର୍ଟ ଅନୁଯାୟୀ, ଏହି ଚେତାବନୀ ଦୁଇ ଦେଶ ମଧ୍ୟରେ ବୃଦ୍ଧି ପାଉଥିବା ବାକ୍‌ଯୁଦ୍ଧର ପରିପ୍ରେକ୍ଷୀରେ ଆସିଛି। ପାକିସ୍ତାନର ସେନା ନେତୃତ୍ୱ ସୂଚନା ଦେଇଛନ୍ତି ଯେ ସଂଘର୍ଷ ହେଲେ ଭାରତର ପ୍ରମୁଖ ଅର୍ଥନୈତିକ ସ୍ଥଳି ଗୁଡିକ ଟାର୍ଗେଟ ହୋଇପାରେ। ଯଦିଓ ଚେତାବନୀର ସଠିକ ସ୍ୱରୂପ ସ୍ପଷ୍ଟ ହୋଇନାହିଁ, ତେବେ ଜାମନଗର ରିଫାଇନାରୀର ଉଲ୍ଲେଖ ରକ୍ଷା ବିଶେଷଜ୍ଞଙ୍କ ମଧ୍ୟରେ ଗମ୍ଭୀର ଚିନ୍ତା ସୃଷ୍ଟି କରିଛି।

ବର୍ତ୍ତମାନ ଭାରତ-ଆମେରିକା ମଧ୍ୟରେ ଥିବା ସମ୍ପର୍କରେ ଫାଟ ଦେଖାଯାଇଥିବା ବେଳେ ପାକିସ୍ଥାନ ଆମେରିକାର ନିକଟତର ହୋଇ ନିଜର ଫମ୍ଫା ବୟାନବାଜି ଜାରି ରଖିଛି। ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଭାରତୀୟ ପଣ୍ୟ ଉପରେ ୨୫% ଶୁଳ୍କ ଏବଂ ପାକିସ୍ତାନର ସେନା ନେତୃତ୍ୱ ସହ ତାଙ୍କର ସାକ୍ଷାତ ନୂଆଦିଲ୍ଲୀରେ ଚିନ୍ତା ସୃଷ୍ଟି କରିଛି। ଖବର ସରବରାହ ସଂସ୍ଥା କାର୍ନେଗୀ ଏଣ୍ଡୋମେଣ୍ଟ ରିପୋର୍ଟ ଅନୁଯାୟୀ, ପାହାଲଗାମ ଆକ୍ରମଣ ପରେ ଟ୍ରମ୍ପଙ୍କ ଜେନେରାଲ ମୁନୀରଙ୍କ ସହ ସାକ୍ଷାତ ଭାରତରେ ଅସନ୍ତୋଷ ସୃଷ୍ଟି କରିଛି।

ମୁନୀର ବାରମ୍ୱାର ଏଭଳି ଉତ୍ତେଜନାତ୍ମକ ବୟାନ ଦେଇ ଭାରତକୁ ଉସୁକେଇବାକୁ ଚେଷ୍ଟା କରୁଛନ୍ତି। ଅନ୍ୟପଟେ ପାକିସ୍ତାନରେ ଥିବା ଭାରତୀୟ ହାଇକମିଶନଙ୍କୁ ମଧ୍ୟ ହଇରାଣ କରିବାରେ ଲାଗିଛି ପାକିସ୍ଥାନ। ପାନିୟଜଳ, ଗ୍ୟାସ, ଖବରକାଗଜ ସହ ବାହାରୁ ସମସ୍ତ ଖାଦ୍ୟ ସାମଗ୍ରୀର କଟ୍-ଅପ କରି ପାକ୍ ହାଇ କମିଶନକୁ ଟାର୍ଗେଟ କରୁଛି। ଯାହା ଚିନ୍ତାର ବିଷୟ ଭବେ ଉଭା ହୋଇଛି।  

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.