ପ୍ରମୂଖ ଖବର
  • ଠାକୁରମୁଣ୍ଡା ଚମ୍ପାଝର ଗ୍ରାମରେ ସ୍ତ୍ରୀକୁ ପିଟି ପିଟି ହତ୍ୟା , ସ୍ୱାମୀ ଅଟକ
  • ||
  • ଉମରକୋଟ : ଖେଳୁଥିବା ବେଳେ ପାଣି କୁଣ୍ଡରେ ପଡି ଶିଶୁପୁତ୍ର ମୃତ
  • ||
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ଅସୁରକ୍ଷିତ ହୋଇପଡୁଛି ଦିଲ୍ଲୀ; ଗଣଦୁଷ୍କର୍ମର ଶିକାର ହେଲେ ଦୁଇ ନାବାଳିକା, ମାମଲା ରଜୁ କଲା ପୋଲିସ

Published By : Bijay Swain | August 12, 2025 9:40 PM

Image courtesy: indiatoday

ନୂଆଦିଲ୍ଲୀ: ଦିଲ୍ଲୀରେ ଲଜ୍ଜା। ଅମାନବୀୟ ପଶୁତ୍ତ୍ୱ ବର୍ବରତାରୁ ବର୍ତ୍ତୀ ପାରିଲେ ନାହିଁ ଦୁଇ କୋମଳମତି ଝିଅ। ଉତ୍ତର ଦିଲ୍ଲୀର ନରେଲା ସବର୍ବରେ ଥିବା ଏକ ଏକ ବ୍ୟକ୍ତିଗତ ସୁଇମିଂ ପୁଲରେ ଦୁଇ ନାବାଳିକା ଗଣଦୁଷ୍କର୍ମର ଶିକାର ହୋଇଛନ୍ତି। ପୀଡିତା ଦ୍ୱୟଙ୍କ ବୟସ ଯଥାକ୍ରମେ ୯ ଓ ୧୨ ବର୍ଷ ବୋଲି ଜଣାପଡିଛି। ପୀଡିତା ଦ୍ୱୟ ପ୍ରଥମେ ଗତ ଅଗଷ୍ଟ ୫ ତାରିଖରେ ନିଜ ପରିବାର ଲୋକଙ୍କୁ ଘଟଣା ସମ୍ପର୍କରେ ସୂଚନା ଦେଇଥିଲେ। ଘଟଣା ସମ୍ପର୍କରେ ଜଣାପଡିବା ପରେ ସ୍ଥାନିୟ ପୋଲିସ ଏକ ମାମଲା ରଜୁ କରି ଅନୁସନ୍ଧାନ ଆରମ୍ଭ କରିଥିଲା। 

ଅଭିଯୋଗ ମିଳିବା ପରେ ପୋଲିସ ଉଭୟ ନାବାଳିକା ଦ୍ୱୟଙ୍କୁ ନେଇ ପ୍ରଥମେ ଡାକ୍ତରୀମାଇନା କରାଇଥିଲା। ଘଟଣାର ସତ୍ୟାସତ୍ୟ ଜଣା ପଡିବା ପରେ ପୋଲିସ ନିଜ ଆଡୁ ଏକ ମାମଲା ରୁଜୁ କରିଥିଲା। ଏହି ମାମଲାରେ ଗଣ ବଳାତ୍କାର, ଭୁଲ ଭାବରେ ପ୍ରତିବନ୍ଧକ ଏବଂ ଅପରାଧିକ ଧମକ ଆଦି ସାମିଲ ରହିଛି । ପୀଡିତ ଦ୍ୱୟ ନାବାଳିକା ହୋଇଥିବାରୁ ପୋସ୍କୋ ଆଇନର ଧାରା ମଧ୍ୟ ଲାଗୁ କରାଯାଇଛି।

ମିଳିଥିବା ସୂଚନା ମୁତାବକ, ନାବାଳିକା ଦ୍ୱୟ ସୁଇମିଂ ପୁଲରେ ପହଁରା ଶିଖିବା ପାଇଁ ଯାଇଥିଲେ। ହେଲେ ସେଠାରେ ପୂର୍ବରୁ ଉପସ୍ଥିତ ଥିବା ଅନିଲ କୁମାର ନାମକ ଜଣେ ବ୍ୟକ୍ତି ଜଣେ ନାବାଳିକାଙ୍କୁ ପ୍ରଲୋଭନ ଦେଖାଇ ତାଙ୍କ ଘରକୁ ନେଇଯିବା ସହ ତାଙ୍କ ସହ ଯୌନ ଉତ୍ପୀଡନ କରିଥିଲେ। 

ଖାଲି ଏତିକିରେ ଘଟଣା ସୀମିତ ହୋଇନଥିଲା। ନିକଟରେ ଉପସ୍ଥିତ ଥିବା ଅନିଲଙ୍କର ଆଉ ଜଣେ ବନ୍ଧୁ ମୁନିଲ କୁମାର ମଧ୍ୟ ଅନ୍ୟ ପୀଡିତା ଜଣଙ୍କ ସହ ସମାନ ଅମାନବୀୟ ଘଟଣା ଘଟାଇଥିଲେ। ଯଦି ନାବାଳିକା ଦ୍ୱୟ ଏନେଇ କାହାକୁ କିଛି କୁହନ୍ତି ତେବେ ସେମାନଙ୍କୁ ଜୀବନରୁ ମାରିଦେବା ପାଇଁ ଉଭୟେ ପୀଡିତା ଦ୍ୱୟଙ୍କୁ ଧମକ ମଧ୍ୟ ଦେଇଥିଲେ। 

ତେବେ ପୋଲିସ ଏଯାଏଁ ଅଭଯୁକ୍ତ ଦ୍ୱୟଙ୍କୁ ଗିରଫ କରିପାରିନଥିବା ଜଣାପଡିଛି। ବର୍ତ୍ତମାନ ସମ୍ୟରେ ଏହିଭଳି ବର୍ବରୋଚିତ କାଣ୍ଡ ବଢିଚାଲିଥିବାରୁ ସମ୍ପ୍ରତି ସମାଜରେ ଚିନ୍ତାର ବିଷୟ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.