ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ଜଷ୍ଟିସ୍‌ ଯଶୋବନ୍ତ ବର୍ମା କ୍ୟାସ୍‌ କାଣ୍ଡ; ଲୋକସଭାରେ ମହାଭିଯୋଗ ପ୍ରସ୍ତାବ ମଞ୍ଜୁରି, ୩ ଜଣିଆ ଯାଞ୍ଚ କମିଟି ଗଠନ

Published By : Ankita S | August 12, 2025 1:00 PM

ନୂଆଦିଲ୍ଲୀ,୧୨/୦୮: ଆହ୍ଲାବାଦ ହାଇକୋର୍ଟ ଜଷ୍ଟିସ୍‌ ଯଶୋବନ୍ତ ବର୍ମାଙ୍କ ଘରୁ ପୁଳା ପୁଳା ଟଙ୍କା ମିଳିବା ଘଟଣାରେ ବଡ଼ ଆକ୍ସନ । ସଂସଦ ମୌସୁମୀ ଅଧିବେଶନର ୧୭ତମ ଦିନରେ ଲୋକସଭାରେ ଜଷ୍ଟିସ୍‌ ବର୍ମାଙ୍କ ବିରୋଧରେ ମହାଭିଯୋଗ ପ୍ରସ୍ତାବକୁ ମଞ୍ଜୁରି ମିଳିଛି । ୧୪୬ ସଦସ୍ୟ ହସ୍ତାକ୍ଷର କରିଛନ୍ତି । ମାମଲାର ଯାଞ୍ଚ ପାଇଁ ୩ ଜଣିଆ କମିଟି ଗଠନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍ ବିର୍ଲା । ପ୍ୟାନେଲରେ ୨ ବିଚାରପତିଙ୍କ ସମେତ ଜଣେ ବରିଷ୍ଠ ଆଇନଜୀବୀ ରହିଛନ୍ତି ।

ଲୋକସଭା ବାଚସ୍ପତି ଓମ୍ ବିର୍ଲାଙ୍କ ଦ୍ୱାରା ଗଠିତ ତଦନ୍ତ କମିଟିରେ ସୁପ୍ରିମକୋର୍ଟ ଏବଂ ହାଇକୋର୍ଟର ଜଣେ ଲେଖାଏଁ ବିଚାରପତିଙ୍କୁ ସାମିଲ କରାଯାଇଛି। ଜଣେ ଆଇନ ବିଶେଷଜ୍ଞଙ୍କୁ ମଧ୍ୟ କମିଟିରେ ସାମିଲ କରାଯାଇଛି । ତଦନ୍ତ କମିଟିର ରିପୋର୍ଟ ଆସିବା ପର୍ଯ୍ୟନ୍ତ ମହାଭିଯୋଗ ପ୍ରସ୍ତାବ ବିଚାରାଧୀନ ରହିବ। ୩  ଜଣିଆ କମିଟି ବିଷୟରେ କହିବାକୁ ଗଲେ, ଏଥିରେ ସୁପ୍ରିମକୋର୍ଟ ବିଚାରପତି ଜଷ୍ଟିସ୍ ଅରବିନ୍ଦ କୁମାର, କର୍ଣ୍ଣାଟକ ହାଇକୋର୍ଟର ବରିଷ୍ଠ ଓକିଲ ବିବି ଆଚାର୍ଯ୍ୟ ଏବଂ ମାଡ୍ରାସ ହାଇକୋର୍ଟର ମୁଖ୍ୟ ବିଚାରପତି ମନିନ୍ଦର ମୋହନ ଶ୍ରୀବାସ୍ତବ ରହିଛନ୍ତି । 

କ'ଣ ଥିଲା ପୂରା ଘଟଣା ? ଦିଲ୍ଲୀ ହାଇକୋର୍ଟର ପୂର୍ବ ବିଚାରପତି ଜଷ୍ଟିସ୍ ଯଶୋବନ୍ତ ବର୍ମାଙ୍କ ସରକାରୀ ଆବାସରେ ମାର୍ଚ୍ଚ ୧୪ ନିଆଁ ଲାଗିଯାଇଥିଲା । ଏହାପରେ ଦମକଳ ବାହିନୀ ସେଠାରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା । ଏହି ସମୟରେ ଷ୍ଟୋର ରୁମ୍‌ରୁ ୫୦୦ ଟଙ୍କିଆ ପୁଳା ପୁଳା ଅଧା ଜଳା ନୋଟ ମିଳିଥିଲା । ଯାହାକି ସେ ସମୟରେ ବିବାଦ ସୃଷ୍ଟି କରିଥିଲା । ଏହାପରେ ମାର୍ଚ୍ଚ ୨୮ରେ ଜଷ୍ଟିସ୍ ବର୍ମାଙ୍କୁ ଆଲ୍ଲାବାଦ ହାଇକୋର୍ଟକୁ ଟ୍ରାନ୍ସଫର କରି ଦିଆଯାଇଥିଲା । ଆଉ ଏବେ ଏହି ଘଟଣାରେ କମିଟି ଗଠନ କରିଛନ୍ତି ଲୋକସଭା ବାଚସ୍ପତି ଓମ୍‌ ବିର୍ଲା । 

ମହାଭିଯୋଗ ପ୍ରସ୍ତାବ କ’ଣ?

ହାଇକୋର୍ଟ କିମ୍ବା ସୁପ୍ରିମକୋର୍ଟର ବିଚାରପତିଙ୍କୁ ବହିଷ୍କାର କରିବା ପାଇଁ ସଂସଦର ଦୁଇଟି ଗୃହରେ ମହାଭିଯୋଗ ପ୍ରସ୍ତାବ ଅଣାଯାଇପାରିବ। ମହାଭିଯୋଗ ପ୍ରସ୍ତାବ ପ୍ରଥମେ ରାଜ୍ୟସଭାର ଅଧ୍ୟକ୍ଷ କିମ୍ବା ଲୋକସଭାର ବାଚସ୍ପତିଙ୍କ ସମ୍ମୁଖରେ ଉପସ୍ଥାପିତ ହୁଏ । ତା’ପରେ ପ୍ରସ୍ତାବର ତଦନ୍ତ ପାଇଁ ଏକ କମିଟି ଗଠନ କରାଯାଏ । ଏଥିରେ ଜଣେ ସୁପ୍ରିମକୋର୍ଟ ବିଚାରପତି, ହାଇକୋର୍ଟର ମୁଖ୍ୟ ବିଚାରପତି ଏବଂ ଜଣେ ବିଶିଷ୍ଟ ଆଇନ ବିଶେଷଜ୍ଞ ସାମିଲ ହୁଅନ୍ତି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.