ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

୮ ଘଣ୍ଟା ବର୍ଷାରେ ଦିଲ୍ଲୀର ହାଲ୍ ବେହାଲ; ଗଳିକନ୍ଦିରେ ଜମିଲା ପାଣି, ଜନଜୀବନ ଅସ୍ତବ୍ୟସ୍ତ

Published By : Ankita S | August 12, 2025 11:15 AM

ନୂଆଦିଲ୍ଲୀ,୧୨/୦୮: ତୁହା କୁ ତୁହା ବର୍ଷା । ୮ ଘଣ୍ଟା ଛେଚିଲା । ସୋମବାର ରାତିରୁ ବର୍ଷୁଛି । ଦିଲ୍ଲୀ-ଏନ୍‌ସିଆର୍‌ ଅଞ୍ଚଳରେ ସକାଳୁ ସକାଳୁ ଭାରୀ ବର୍ଷା ହୋଇଛି । ନୋଏଡ଼ା, ଗୁରୁଗ୍ରାମ ଅଞ୍ଚଳରେ ବି ଛେଚିଛି । ବର୍ଷା ଯୋଗୁଁ ସହରର ବିଭିନ୍ନ ଗଳିକନ୍ଦିରେ ପାଣି ଜମିଛି । ରାସ୍ତାରେ ଯାତାୟତ ବାଧାପ୍ରାପ୍ତ ହୋଇଛି । ଜନଜୀବନ ଅସ୍ତବ୍ୟସ୍ତ ହୋଇଛି । ନୋଏଡ଼ା ଓ ଗାଜିଆବାଦ ରାସ୍ତାରେ ପାଣି ଲହଡ଼ି ଭାଙ୍ଗୁଛି । ପ୍ରବଳ ବର୍ଷା ଯୋଗୁଁ ଉତ୍ତର ପ୍ରଦେଶର ୩୦ରୁ ଅଧିକ ଜିଲ୍ଲା ବନ୍ୟା ହୋଇଛି । ବିଶେଷକରି ପୂର୍ବାଞ୍ଚଳରେ ପ୍ରବଳ ବର୍ଷା ଯୋଗୁଁ ସମସ୍ୟା ଦେଖାଦେଇଛନ୍ତି ।

ଜାତୀୟ ଗଣମାଧ୍ୟମ ସୂଚନା ଅନୁସାରେ, ଦିଲ୍ଲୀର ଅନେକ ଅଞ୍ଚଳରେ ପ୍ରବଳ ବର୍ଷା ହୋଇଛି । ଏଥିରେ ମିଣ୍ଟୋ ବ୍ରିଜ୍, ବିଜୟ ଚୌକ୍, ମୋତି ବାଗ୍ ଫ୍ଲାଏଓଭର, ରଫି ମାର୍ଗ ଏବଂ ନିଜାମୁଦ୍ଦିନ ଫ୍ଲାଏଓଭର ସାମିଲ ଅଛି  । ପ୍ରବଳ ବର୍ଷା ଯୋଗୁଁ ଏହି ଅଞ୍ଚଳଗୁଡ଼ିକରେ ପାଣି ଜମି ରହିଛି । ଯାହା ଯାତାୟାତ ସମସ୍ୟା ସୃଷ୍ଟି କରିଛି । ଦୁଇଚକିଆ ଯାନ କଥା ଦୂରରେ ଥାଉ ଚାଲି ଚାଲି ଯିବା ମୁସକିଲ୍ ହୋଇଛି । ପାଣିପାଗ ବିଭାଗ ଅନୁଯାୟୀ, ମଙ୍ଗଳବାର ଅର୍ଥାତ୍ ଅଗଷ୍ଟ ୧୨ ତାରିଖରେ ଦିନ ତମାମ ବର୍ଷା ହୋଇପାରେ । ଏହି ଦିନ ସର୍ବାଧିକ ତାପମାତ୍ରା ୩୪ ଡିଗ୍ରୀ ସେଲସିୟସ୍ ଏବଂ ସର୍ବନିମ୍ନ ତାପମାତ୍ରା ୨୫ ଡିଗ୍ରୀ ସେଲସିୟସ୍ ରହିବ ବୋଲି ଅନୁମାନ କରାଯାଉଛି ।

ମୌସୁମୀ ଚିନ୍ତା- ବର୍ଷା ଆସିବା ପରଠୁ ଆବଶ୍ୟକରୁ ଅଧିକ ବର୍ଷା ସମସ୍ୟା ବଢାଇଛି । ଅନେକ ରାଜ୍ୟରେ ମୌସୁମୀ ବର୍ଷା ଜନଜୀବନକୁ ଅସୁବିଧାରେ ପକାଇଛି । ହିମାଚଳ ପ୍ରଦେଶରେ ବର୍ଷାରେ ୨୨୯ ଲୋକଙ୍କର ମୃତ୍ୟୁ ହୋଇଛି । ରାଜ୍ୟ ବିପର୍ଯ୍ୟୟ ପରିଚାଳନା ପ୍ରାଧିକରଣ ଅନୁସାରେ ୧୧୯ ଲୋକଙ୍କର ମୃତ୍ୟୁ ବର୍ଷାଜନିତ କାରଣ ରହିଛି ।

କେବେ ବର୍ଷାରୁ ମିଳିବ ଆଶ୍ୱସ୍ତି ? ଏବେ ଦିଲ୍ଲୀ ଏବଂ ଏନ୍‌ସିଆରରେ ରହୁଥିବା ଲୋକ ବର୍ଷା ଯୋଗୁଁ ଅସୁବିଧାରେ ପଡ଼ିଛନ୍ତି । ବିଶେଷକରି ଯେଉଁମାନଙ୍କୁ ପ୍ରତିଦିନ କାମ ପାଇଁ ବାହାରକୁ ଯିବାକୁ ପଡୁଛି। ସମସ୍ତଙ୍କ ମନରେ ଗୋଟିଏ ପ୍ରଶ୍ନ ଏହି ବର୍ଷା ବିପର୍ଯ୍ୟୟରୁ କେବେ ମୁକ୍ତି ପାଇବୁ ? ପାଣିପାଗ ବିଭାଗ ଅଗଷ୍ଟ ୧୨ ପର୍ଯ୍ୟନ୍ତ ପ୍ରବଳ ବର୍ଷାର ପୂର୍ବାନୁମାନ କରିଥିଲା । ଏହା ପରେ ଦୁଇ ଦିନ ପାଇଁ ହାଲୁକାରୁ ମଧ୍ୟମଧରଣର ବର୍ଷା ହୋଇପାରେ । ଅଗଷ୍ଟ ୧୫ରେ ପୁଣି ବର୍ଷାର ପରିଣାମ ବଢିପାରେ ।

ହିମାଚଳ-ଉତ୍ତରାଖଣ୍ଡକୁ ହାଇ ଆଲର୍ଟ- ହିମାଚଳ ପ୍ରଦେଶ, ପାଣିପାଗ ବିଭାଗ ଆଜି ପାଇଁ ଉନା, ବିଳାସପୁର, ହମିରପୁର, ଚମ୍ବା ଏବଂ କୁଲୁରେ ପ୍ରବଳ ବର୍ଷା ପାଇଁ ୟେଲୋ ଆଲର୍ଟ ଜାରି ହୋଇଛି । ସେହିପରି ୧୩ ଏବଂ ୧୪ ଅଗଷ୍ଟରେ କାଙ୍ଗଡ଼ା, ମଣ୍ଡି ଏବଂ ସିରମୌରରେ ପ୍ରବଳରୁ ଅତି ପ୍ରବଳ ବର୍ଷା ପାଇଁ ଅରେଞ୍ଜ ଆଲର୍ଟ ରହିବ। ଏହି ଜିଲ୍ଲାଗୁଡ଼ିକରେ, ନଦୀଠାରୁ ଦୂରେଇ ରହିବା ଏବଂ ଖାଇ ଅଞ୍ଚଳରେ ସତର୍କ ରହିବାକୁ କୁହାଯାଇଛି ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.