ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

'ସତରଞ୍ଜ ଖେଳ ପରି ଆମେ ତାଙ୍କୁ ମାତ୍ ଦେଇଥିଲୁ...' ଅପରେସନ୍ ସିନ୍ଦୂରରେ କିପରି ହୋଇଥିଲା ପ୍ଲାନିଂ କହିଲେ ସେନାମୁଖ୍ୟ

Published By : Ankita S | August 10, 2025 10:18 AM

ନୂଆଦିଲ୍ଲୀ,୧୦/୦୮: ଆମ ସେନା ଚିଫ୍ ଫିଳ୍ଡ ମାର୍ଶାଲ ହୋଇଥିଲେ । ଆମେ ଚେସ୍ ଖେଳ ପରି ତାଙ୍କୁ ଚମ୍‌କା ଦେଇଛୁ । ତାଙ୍କ ସହ ସତରଞ୍ଜ ଖେଳିଥିଲୁ । ଯଦି ତୁମେ କୌଣସି ପାକିସ୍ତାନକୁ ପଚାର ତୁମ ହାରିଛି ନା ଜିତିଛ, ତ ସେମାନେ କହିବେ ମୋର ଆର୍ମି ଚିଫ୍ ଫିଲ୍ଡ ମାର୍ଶାଲ ହୋଇଯାଇଥିଲା । ଆମେ ହିଁ ଜତିଛୁ , ସେଥିପାଇଁ ତ ଫିଲ୍ଡ ମାର୍ଶାଲ ହୋଇଛୁ । 'ଅପରେସନ୍ ସିନ୍ଦୂର' ଯୋଜନା ନେଇ ପ୍ରଥମ ଥର ସାର୍ବଜନିନ ରୂପରେ ବଡ଼ ବୟାନ ଦେଇଛନ୍ତି ସେନାମୁଖ୍ୟ ଉପେନ୍ଦ୍ର ଦ୍ୱିବେଦୀ । ଆଇଆଇଟି ମାଡ୍ରାସରେ ଭାରତୀୟ ସେନାର ଗବେଷଣା ଶାଖା ଅଗ୍ନିଶୋଧ ଉଦଘାଟନ୍‌ ସମୟରେ ସେ ଅପରେସନ ସିନ୍ଦୂରର ରଣନୀତି ଚେସ୍ ଖେଳିବା ଭଳି ଥିଲା ବୋଲି କହିଛନ୍ତି ।

'ଅପରେସନ୍ ସିନ୍ଦୂର' ରଣନୀତି- ସେନାମୁଖ୍ୟ ଜେନେରାଲ ଦ୍ୱିବେଦୀ କହିଛନ୍ତିଏପ୍ରିଲ ୨୩ରେ ଯୋଜନା ଆରମ୍ଭ ହୋଇଥିଲା । ତିନି ସେନାମୁଖ୍ୟ, ରକ୍ଷାମନ୍ତ୍ରୀ ରାଜନାଥ ସିଂହ ଆଲୋଚନା ହୋଇଥିଲା । 'ଅପରେସନ ସିନ୍ଦୂର'ର ରଣନୀତି ଚେସ୍ ଖେଳିବା ପରି ଥିଲା । 'ସିନ୍ଦୂର' ଗ୍ରେ ଜୋନରେ ହୋଇଥିଲା, ଯାହା ଅପ୍ରତ୍ୟାଶିତ ଥିଲା ଏବଂ ପାରମ୍ପରିକ ସାମରିକ ମୁକାବିଲା ଅପେକ୍ଷା ଟିକେ କମ୍ ଥିଲା । ଆମେ ଅପରେସନ ସିନ୍ଦୂରରେ ଯାହା କଲୁ ତାହା ଚେସ୍ ଖେଳିବା ପରି ଥିଲା । ଏହାର ଅର୍ଥ ହେଉଛି ଆମେ ଜାଣି ନଥିଲୁ ଯେ ଶତ୍ରୁ କେଉଁ ପଦକ୍ଷେପ ନେବାକୁ ଯାଉଛି । ଏହା ଏକ ଗ୍ରେ ଜୋନ୍ ଥିଲା। ଗ୍ରେ ଜୋନ୍ ଅର୍ଥ ହେଉଛି ଆମେ ଏକ ପାରମ୍ପରିକ ଅପରେସନ କରୁନାହୁଁ, କିନ୍ତୁ ଆମେ ଏପରି କିଛି କରୁଛୁ ଯାହା ପାରମ୍ପରିକ ଅପରେସନ ଅପେକ୍ଷା ଟିକିଏ କମ୍ ।

ସେନାକୁ ମିଳିଥିଲା ପୂର୍ଣ୍ଣ ସ୍ୱାଧୀନତା- ସେନା ମୁଖ୍ୟ କହିଛନ୍ତି ଯେ, ପହଲଗାମ ଆତଙ୍କୀ ଆକ୍ରମଣରେ ଆତଙ୍କବାଦୀମାନେ ୨୬ ଜଣ ପର୍ଯ୍ୟଟକଙ୍କୁ ହତ୍ୟା କରିଥିଲେ । ଏହାର ପ୍ରତିଶୋଧ ନେବା ପାଇଁ, ସେନା ମେ' ୭ରେ ଅପରେସନ୍‌ ଆରମ୍ଭ କରିଥିଲା । ଏହାର ଉଦ୍ଦେଶ୍ୟ ଥିଲା ଆତଙ୍କବାଦ ଉପରେ ଆକ୍ରମଣ କରିବା । ଏହି ଅପରେସନ ସମୟରେ, ପ୍ରତିରକ୍ଷା ମନ୍ତ୍ରୀ ଏବଂ ପ୍ରଧାନମନ୍ତ୍ରୀଙ୍କ ଦ୍ୱାରା ସେନାକୁ ପୂର୍ଣ୍ଣ ସ୍ୱାଧୀନତା ଦିଆଯାଇଥିଲା । ସମସ୍ତେ ୨୩ ଏପ୍ରିଲରେ ଏକ ବୈଠକ କରିଥିଲୁ । ଏହି ବୈଠକରେ ସ୍ପଷ୍ଟ ଭାବରେ କୁହାଯାଇଥିଲା ଯେ, ବହୁତ ହୋଇଗଲା । ଏହି ଆକ୍ରମଣର ଏକ କଡ଼ା ଜବାବ ଦେବାକୁ ପଡିବ । ସେନାକୁ କ'ଣ କରିବାକୁ ହେବ ଏବଂ କିପରି କରିବାକୁ ହେବ ତାହାର ଦାୟିତ୍ୱ ଦିଆଯାଇଥିଲା ।

'ଅପରେସନ୍‌ ସିନ୍ଦୂର' ଉରି ଏବଂ ବାଲାକୋଟଠାରୁ ଭିନ୍ନ ଥିଲା ? ସେନା ମୁଖ୍ୟ କହିଛନ୍ତି ଯେ, ଏପ୍ରିଲ ୨୫ ସୁଦ୍ଧା, ଉତ୍ତରକମାଣ୍ଡ ୯ଟି ଯୋଜନାବଦ୍ଧ ଟାର୍ଗେଟରୁ ୭ଟି ଗୁରୁତ୍ୱପୂର୍ଣ୍ଣ ସ୍ଥାନରେ ଆକ୍ରମଣ କରିବାକୁ ପ୍ରସ୍ତୁତ ହୋଇସାରିଥିଲା । ଏଥିରେ ଅନେକ ଆତଙ୍କବାଦୀଙ୍କୁ ନିପାତ କରାଯାଇଛି ।  ଅପରେସନ ସିନ୍ଦୂର ଉରି ଏବଂ ବାଲାକୋଟ ଭଳି ପୂର୍ବ ଅପରେସନଠାରୁ ଭିନ୍ନ ଥିଲା । ୨୯ ଏପ୍ରିଲରେ ଆମେ ପ୍ରଥମ ଥର ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଭେଟିଥିଲୁ । ଏକ ଛୋଟ ନାମ " ସିନ୍ଦୁର" ସାରା ଦେଶକୁ ଯୋଡିଥାଏ । ଏହା ସମଗ୍ର ଦେଶକୁ ପ୍ରେରଣା ଦେଇଥିଲା । ଏହି କାରଣରୁ ସମଗ୍ର ଦେଶ କହୁଥିଲା ଯେ ତୁମେ କାହିଁକି ଅଟକିଲ ? ଏହି ପ୍ରଶ୍ନ ପଚରାଯାଉଥିଲା ଏବଂ ଏହାର ଉତ୍ତର ଭଲ ଭାବରେ ଦିଆଯାଇଥିଲା ।


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.