ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

କାଶୀ ବିଶ୍ବନାଥ ମନ୍ଦିରରେ ନୂଆ ନିୟମ; ପୂଜା ଥାଳିରେ ଭୁଲ୍‌ରେ ବି ନିଅନ୍ତୁନି ଏହି ଜିନିଷ

Published By : Anindita Ratha | August 10, 2025 11:28 AM

ନୂଆଦିଲ୍ଲୀ,୧୦/୦୮: ଉତ୍ତର ପ୍ରଦେଶ ବାରାଣସୀର କାଶୀ ବିଶ୍ୱନାଥ ମନ୍ଦିରରେ ନୂଆ ନିୟମ ଲାଗୁ। କାଶୀକୁ ପ୍ଲାଷ୍ଟିକ୍ ମୁକ୍ତ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ । ଏନେଇ ମନ୍ଦିର ଟ୍ରଷ୍ଟ ୧୦ ଅଗଷ୍ଟ,୨୦୨୫ ରୁ ମନ୍ଦିର ପରିସରରେ ସମସ୍ତ ପ୍ରକାରର ପ୍ଲାଷ୍ଟିକ୍ ଜିନିଷକୁ ନିଷେଧ ଘୋଷଣା କରିଛି। ଏଥିସହ ଭକ୍ତଙ୍କ ପୂଜା ପାତ୍ରରେ ଯଦି ପ୍ଲାଷ୍ଟିକର କୌଣସି ଜିନିଷ ଦେଖିବାକୁ ମିଳେ ତେବେ ଦେବାକୁ ପଡ଼ିବ ଜରିମାନା । 

ସୂଚନା ମୁତାବକ, କାଶୀ ବିଶ୍ୱନାଥ ମନ୍ଦିରକୁ ଆସୁଥିବା ଭକ୍ତମାନଙ୍କୁ ଏବେ କିଛି ଜିନିଷର ଯତ୍ନ ନେବାକୁ ପଡିବ। ନୂତନ ନିୟମ ଅନୁଯାୟୀ, ଫଳ ଏବଂ ଫୁଲ କିମ୍ବା ପ୍ରସାଦ ପାଇଁ ବ୍ୟବହୃତ କୌଣସି ପ୍ଲାଷ୍ଟିକ୍ ରାପର୍, କ୍ୟାରି ବ୍ୟାଗ୍, ପଲିଥିନ୍ ମନ୍ଦିରକୁ ନିଆଯିବ ନାହିଁ। ଏହା ବ୍ୟତୀତ ପ୍ଲାଷ୍ଟିକ୍ ଲୋଟା ମଧ୍ୟ ମନ୍ଦିର ଭିତରକୁ ନେବା ପାଇଁ ଅନୁମତି ଦିଆଯିବ ନାହିଁ । ଭକ୍ତମାନେ କାଗଜରେ ତିଆରି ଜିନିଷ ନେଇପାରିବେ। ତେବେ ସମଗ୍ର ବାରାଣସୀରେ  ପ୍ଲାଷ୍ଟିକ୍ ମୁକ୍ତ ଅଭିଯାନ ଚାଲିଛି। ଦୋକାନୀମାନଙ୍କୁ ଏ ବିଷୟରେ ସଚେତନ କରାଯାଉଛି। କିଛି ଦିନ ପୂର୍ବରୁ ନଗର ନିଗମ ଏକ ଯାଞ୍ଚ ଅଭିଯାନ ଚଳାଇଥିଲା, ଯେଉଁଥିରେ ଗୋଟିଏ ଦୋକାନରୁ ୭୦୦ କିଲୋଗ୍ରାମରୁ ଅଧିକ ପଲିଥିନ୍ ବାହାର କରାଯାଇଥିଲା। ଏଥିପାଇଁ ଦୋକାନୀ ଉପରେ ୫୦ ହଜାର ଟଙ୍କା ଜରିମାନା ଲଗାଯାଇଛି। ଏନେଇ ମନ୍ଦିରର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ ବିଶ୍ୱଭୂଷଣ ମିଶ୍ର ଗଣମାଧ୍ୟମ ସହିତ କଥା ହୋଇ କହିଛନ୍ତି ଯେ 'କାଶୀ ବିଶ୍ୱନାଥ ଧାମ କେବଳ ଏକ ଆଧ୍ୟାତ୍ମିକ କେନ୍ଦ୍ର ନୁହେଁ,ଏହା ସ୍ୱଚ୍ଛତା ଏବଂ ପରିବେଶ ସୁରକ୍ଷାର ଏକ ମଡେଲ ମଧ୍ୟ ହୋଇପାରିବ। ଏହାକୁ ଧ୍ୟାନରେ ରଖି,ଧାମକୁ ପ୍ରଦୂଷଣ ମୁକ୍ତ କରିବା ଏବଂ ଭବିଷ୍ୟତ ପିଢ଼ି ପାଇଁ ଏହାକୁ ସଂରକ୍ଷଣ କରିବା ପାଇଁ ପ୍ରୟାସ କରାଯାଉଛି।'


Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.