ଅନୁଗୁଳ ୧୦/୦୮: ଅନୁଗୁଳ କୁଲାଡ଼ ମା' ବ୍ରାହ୍ମଣୀଦେଇ ପୀଠରେ ଅଘଟଣ। ଏକ ଘରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟି ୩ଜଣ ଗୁରୁତର। ସେମାନେ ହେଲେ ଭୂଷଣ ପ୍ରଧାନ, ରତ୍ନମଞ୍ଜରୀ ପ୍ରଧାନ ଏବଂ ଦିଗ୍ନେସ ପ୍ରଧାନ। ସମସ୍ତ ଗୁରୁତର ପ୍ରଥମେ ସ୍ଥାନୀୟ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା ।ସେଠାରେ ସ୍ବାସ୍ଥ୍ୟାବସ୍ଥା ବିଗିଡ଼ିବାରୁ ଅନୁଗୁଳ ଜିଲ୍ଲା ମେଡିକାଲକୁ ନିଆଯାଇଥିଲା। ପରେ ଅବସ୍ଥା ସଙ୍କଟାପନ୍ନ ହେବାରୁ ଭୁବନେଶ୍ବର ଏମସ୍ସ ସ୍ଥାନାନ୍ତରଣ କରାଯାଉଛି। ଘରର ଆଜବେଷ୍ଟ ଭାଙ୍ଗି ଯାଇଥିବା ବେଳେ ଆସବା ପତ୍ର ପୋଡି ପାଉଁଶ ହୋଇଯାଇଛି।
ସୂଚନା ଅନୁଯାୟୀ, ଶନିବାର ବିଳମ୍ବିତ ରାତିରେ ଘରେ ରୋଷେଇ ଗ୍ୟାସ୍ ସିଲିଣ୍ଡର ଫାଟିଥିଲା। ଯେଉଁଥିରେ ଘରର ଆଜବେଷ୍ଟ ଆଉ ଅନ୍ୟାନ୍ୟ ଆସବା ପତ୍ର ପୋଡି ପାଉଁଶ ହୋଇଯାଇଛି। ସିଲିଣ୍ଡର ବିସ୍ଫୋରଣରେ ୩ଜଣ ଗୁରୁତର ହୋଇଛନ୍ତି। ଘଟଣାସ୍ଥଳରେ ନାଲକୋ ଦମକଳ ବାହିନୀ ପହଞ୍ଚି ନିଆଁ ଲିଭାଇଥିଲେ। ପରେ ଘର ଭିତରୁ ୩ ଜଣଙ୍କୁ ଉଦ୍ଧାର କରିି ଭୁବନେଶ୍ବର ଏମ୍ସକୁ ସ୍ଥାନାନ୍ତରଣ କରିଥିବା ଜଣାପଡିଛି। ନାଲକୋ ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପ୍ରକୃତ ସତ୍ୟାସତ୍ୟ ଏପର୍ଯ୍ୟନ୍ତ ଜଣାପଡିନାହିଁ।