ଲାଞ୍ଜିଗଡ଼,୯/୮ : ଏ ମାଟିର ଆଦିମ ଅଧିବାସୀ ହେଉଛନ୍ତି ଆଦିବାସୀ । ଯାହାଙ୍କର ଭିନ୍ନ ସଂସ୍କୃତି, ଭିନ୍ନ ପରିଚୟ, ଭିନ୍ନ ଚାଲିଚଳଣୀ ରହିଛି । ସାରା ବିଶ୍ବରେ ମୂଳନିବାସୀ ଭାବେ ନିଜର ଗୌରବଶାଳୀ ଐତିହ୍ୟ ଓ ପରମ୍ପରା ବଞ୍ଚାଇ ରଖି ଆସିଥିବା, ସଂଘର୍ଷ ଜାରି ରଖିଥିବା ଏ ବିଶାଳ ସଂପ୍ରଦାୟ ସମସ୍ତେ ଏକତ୍ରିତ ହେବାର ଆବଶ୍ୟକତା ରହିଛି । ପ୍ରକ୍ରୁତିର ନୈସର୍ଗିକ ଧରୋହରକୁ ବଞ୍ଚାଇ ରଖିବାର ଅସୀମ ଧୈର୍ଯ୍ୟ ଓ ସାହସ ସହିତ ନିରନ୍ତର ପ୍ରୟାସ ଆଦିବାସୀ ହିଁ କରିପାରିବ ବୋଲି ଆଜି ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ଏକତା ଘାଟି ଅଞ୍ଚଳର ସଭାପତି ଘାସି ମାଝୀଙ୍କ ସଭାପତିତ୍ବରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ଲାଞ୍ଜିଗଡ଼ ବ୍ଲକ ବେନଗାଁ ପଞ୍ଚାୟତ ବେନଗାଁ ଖେଳପଡ଼ିଆଠାରେ ଆୟୋଜିତ ବିଶ୍ବ ଆଦିବାସୀ ସମାରୋହରେ ଅତିଥିମାନେ ମତବ୍ୟକ୍ତ କରିଛନ୍ତି।
ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ସଂଘ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ପୂର୍ବତନ ମନ୍ତ୍ରୀ ଡ. ବଳଭଦ୍ର ମାଝୀ ଯୋଗଦେଇଥିବାବେଳେ ମୁଖ୍ୟବକ୍ତା ଭାବେ ଲାଞ୍ଜିଗଡ଼ ପୂର୍ବତନ ବିଧାୟକ ଶିବାଜୀ ମାଝୀ, ସମ୍ମାନିତ ଅତିଥି ଭାବେ ଲାଞ୍ଜିଗଡ଼ ବ୍ଲକ ଆଦିବାସୀ ସଭାପତି ସୁକ୍ରୁ ମାଝୀ, ଜଗନ୍ନାଥପୁର ସମିତି ସଭ୍ୟ ପ୍ରଦୀପ ମାଝୀ, ବେନଗାଁ ସରପଞ୍ଚ ପୁରାଣା ମାଝୀ, ପାହାଡ଼ ପଦର ସରପଞ୍ଚ ଲକ୍ଷ୍ମଣ ମାଝୀ, ବେନଗାଁ ପୂର୍ବତନ ସରପଞ୍ଚ ପାଲସି ମାଝୀ, ପାହାଡ଼ପଦର ପୂର୍ବତନ ସରପଞ୍ଚ ଲୋକନାଥ ମାଝୀ, ଜଳନ୍ଦର ମାଝୀ, ଲାଞ୍ଜିଗଡ଼ ଜୋନ୍-୨ ପୂର୍ବତନ ସଦସ୍ୟ ଘାସି ମାଝୀ, ବିଜେପୁର ପୂର୍ବତନ ସରପଞ୍ଚ ପୂର୍ଣ୍ଣ ମାଝୀ, ବିଜେପୁର ସରପଞ୍ଚ ପ୍ରତିନିଧି ଟିକା ମାଝୀ, ମାଳିଯୁବାଙ୍ଗ ସରପଞ୍ଚ ପ୍ରତିନିଧି ଭାରତ ମାଝୀ, ଲାଖବାହିଲି ସରପଞ୍ଚ ପ୍ରତିନିଧି ରାମତୁ ମାଝୀ ପ୍ରମୁଖ ଯୋଗଦେଇଥିଲେ। ଆଜିର ଏହି କାର୍ଯ୍ୟକ୍ରମଟିକୁ ପବିତ୍ର ମାଝୀ ପରିଚାଳନା କରିବା ସହ ଅତିଥି ପରିଚୟ ପ୍ରଦାନ କରିଥିଲେ। କାର୍ଯ୍ୟକ୍ରମ ପ୍ରାରମ୍ଭରେ ପ୍ରଥମ ବେନଗାଁ ଧରଣୀ ଗୁଡିରେ ଜାଡ଼େନଙ୍କ ପୂଜାପାଠ କରିବା ପରେ ଏକ ବିଶାଳ ଶୋଭାଯାତ୍ରା ବାହାରି ବେନଗାଁ ଖେଳପଡ଼ିଆ କାର୍ଯ୍ୟକ୍ରମସ୍ଥଳକୁ ଆସି ସହିଦ ରେଣ୍ଡୋ ମାଝୀ, ବିସ୍ମୟ ଯନ୍ତ୍ରୀ କାର୍ଜୀ ମାଝୀଙ୍କ ଫଟୋଚିତ୍ରରେ ପୁଷ୍ପମାଲ୍ୟ ଅର୍ପଣ ପରେ ସଭା କାର୍ଯ୍ୟ ଆରମ୍ଭ କରାଯାଇଥିଲା।
କାର୍ଯ୍ୟକ୍ରମରେ ମନୋଜ ମାଝୀ, ସୁଶାନ୍ତ ମାଝୀ, ପ୍ରଦାନ ମାଝୀ, ଲେଲି ମାଝୀ, ସିଙ୍ଗା ମାଝୀ, ପତି ମାଝୀ, ରାଣୁ ମାଝୀ, ବୈଶାଖୁ ମାଝୀ ଗୋବିନ୍ଦ ମାଝୀ, ଡମ୍ବରୁ ମାଝୀ, ରାଜେନ୍ଦ୍ର ମାଝୀ ସମେତ ବ୍ଲକବ୍ୟାପି ଆଦିବାସୀ ଜନଜାତି ସଂପ୍ରଦାୟର ଶତାଧିକ ପୁରୁଷ, ମହିଳା ବହୁ ସଂଖ୍ୟାରେ ଯୁବକଯୁବତୀ ଉପସ୍ଥିତ ଥିଲେ । ଆଇନ ଶୃଙ୍ଖଳା ଦୃଷ୍ଟିରେ ରଖି ବିଜେପୁର ଥାନା ପକ୍ଷରୁ ଏସଆଇ ଶ୍ୟାମ କୁଲସିକା ସମେତ ପୋଲିସ କର୍ମଚାରୀମାନେ ଉପସ୍ଥିତ ଥିଲେ । ଶେଷରେ ନିରଞ୍ଜନ ମାଝୀ ଧନ୍ୟବାଦ ଅର୍ପଣ କରିଥିଲେ।