ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ବ୍ରହ୍ମପୁରରେ ଗଡିଲା ମୁଣ୍ଡ ,ଘର ଭଡ଼ା ନ ଦେବାରୁ ଭଡ଼ାଟିଆକୁ ହତ୍ୟା କଲା ମାଲିକ

Published By : Anindita Ratha | August 9, 2025 11:30 AM

ବ୍ରହ୍ମପୁର,୦୯/୦୮:ବ୍ରହ୍ମପୁରରେ ଗଡିଲା ମୁଣ୍ଡ। ଘରଭଡ଼ା ବିବାଦକୁ ନେଇ ଆସିକା ରୋଡ଼ ହରିଡ଼ାଖଣ୍ଡିରେ  ହୋଇଛି ହତ୍ୟାକାଣ୍ଡ। ମୃତକ ଜଣକ ଶ୍ରୀରାମ ନଗର ଅଞ୍ଚଳର ଶଙ୍କର ମାଝି ବୋଲି ଜଣାପଡ଼ିଛି। ସୂଚନା ମୁତାବକ, ହରିଡ଼ାଖଣ୍ଡିରେ ଶଙ୍କର ଭଡ଼ାରେ ରହୁଥିଲେ। କିନ୍ତୁ  ସେଠାରେ ସେ ଘର ଭଡ଼ା ଦେଉନଥିଲେ କି ଘର ଛାଡ଼ୁନଥିଲା। ଏହି କାରଣକୁ ନେଇ ଘର ମାଲିକ ଓ ତାଙ୍କ ଭିତରେ ଝଗଡ଼ା ହେଉଥିଲା। 

ହେଲେ ଗତକାଲି ରାତିରେ ଶଙ୍କରଙ୍କ ଘରେ କେହି ନଥିବା ବେଳେ ଘର ମାଲିକ ଯାଇଥିଲେ। ଉଭୟଙ୍କ ଭିତରେ ଝଗଡ଼ା ହୋଇଥିଲା। ଯାହାପରେ ଘର ମାଲିକ ତାଙ୍କୁ ଧାରୁଆ ଅସ୍ତ୍ରରେ ହତ୍ୟା କରିଥିଲେ। ଯାହାପରେ  ଘର ବାହାରୁ ତାଲା ପକାଇ ଫେରାର ହୋଇଯାଇଥିଲେ।ଏନେଇ ପଡ଼ୋଶୀ ୧୧୨ରେ ଫୋନ କରି ପୁଲିସକୁ ସୂଚନା ଦେଇଥିଲେ। ପୁଲିସ ଶଙ୍କରଙ୍କୁ ଉଦ୍ଧାର କରି ବ୍ରହ୍ମପୁର ବଡ଼ ଡାକ୍ତରଖାନାରେ ଭର୍ତ୍ତି କରିଥିବା ବେଳେ ଡ଼ାକ୍ତର ତାଙ୍କୁ ମୃତ ଘୋଷଣା କରିଥିଲେ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.