କୋରାପୁଟ ୧୦/୦୮: ରବିବାର ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କ କୋରାପୁଟ ଗସ୍ତର ଦ୍ବିତୀୟ ଦିନ। କୋରାପୁଟଠାରେ ନୂତନ ନିର୍ମାଣଧୀନ ୬୫୦ ବେଡ଼ ବିଶିଷ୍ଟ ମେଡିକାଲ କଲେଜ ଓ ହସ୍ପିଟାଲର ଶୁଭ ଉଦଘାଟନ କରିବେ । ପରେ କୋରାପୁଟ ଡିଏଭି ମହାବିଦ୍ୟାଳୟରେ ସାଧାରଣ ସଭାରେ ଯୋଗଦେଇ ଆୟୁଷ୍ମାନ ଭାରତ ପ୍ରଧାନମନ୍ତ୍ରୀ ଜନ ଆରୋଗ୍ୟ ଯୋଜନା,ଗୋପବନ୍ଧୁ ଜନ ଆରୋଗ୍ୟ ଯୋଜନା ସହ ଆୟୁଷ୍ମାନ ବୟୋ ବନ୍ଧନ ଯୋଜନାରେ ହିତାଧିକାରୀଙ୍କୁ କାର୍ଡ ପ୍ରଦାନ କରିବେ।
କୋରାପୁଟ ସଦଭାବନା ସଭାଗୃହଠାରେ ଜିଲ୍ଲାର ବିକାଶକୁ ନେଇ ପ୍ରଶାସନିକ ଅଧିକାରୀମାନଙ୍କ ସମୀକ୍ଷା କରିବେ ମୁଖ୍ୟମନ୍ତ୍ରୀ। ରବିବାର ଅପରାହ୍ନ ୪ଟା ସମୟରେ ଜୟପୁର ବିମାନ ବନ୍ଦରରୁ ଭୁବନେଶ୍ଵର ଫେରିଆସିବେ। ଏ ନେଇ ଜିଲ୍ଲା ସୂଚନା ଓ ଲୋକସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।