ଜଟଣୀ ୧୦/୦୮ :ଏମିତି ବି ଆସେ ମୃତ୍ୟୁ। ଠାକୁରଙ୍କୁ ପୂଜା ବେଳେ ଦୀପ ନିଆଁ ଲାଗି ଜଳିଗଲେ ମହିଳା। ଜୀବନ୍ତ ଦଗ୍ଧ ହୋଇଗଲେ ମହିଳା। ଏଭଳି ଅଭାବନୀୟ ଘଟଣା ଜଟଣୀ ବ୍ଲକ ରଥୀପୁର ଗାଁ ଘଟଛି। ଏନେଇ ଅଞ୍ଚଳରେ ଶୋକର ଛାୟ ଖେଳିଯାଇଛି। ଜଟଣୀ ପୁଲିସ ଖବର ପାଇ ଘଟଣାସ୍ଥଳରେ ପହଞ୍ଚିବା ପରେ ମୃତଦେହ ଜବତ କରିବା ସହ ବ୍ୟବଚ୍ଛେଦ ପାଇଁ ପଠାଇଛି। ମୃତକ ମହିଳା ଜଣ ରୀନା ପ୍ରଧାନ ବୋଲି ପରିଚୟ ମିଳିଛି।
ସୂଚନା ଅନୁଯାୟୀ, କିଛି ମାସ ପୂର୍ବରୁ ରୀନାଙ୍କ ପୁଅଙ୍କର ମୃତ୍ୟୁ ହୋଇଥିଲା । ପୁଅର ମୃତ୍ୟୁ ପରେ ରୀନାଙ୍କ ମାନସିକ ସ୍ଥିତି ସେତେଟା ଠିକ୍ ନଥିଲା । ଏହିକ୍ରମରେ ରବିବାର ଦିନ ସକାଳେ ପୂଜା କରୁଥିଲେ । ଦୀପ ଜାଳୁଥିବା ସମୟରେ ହଠାତ୍ ତାଙ୍କ ଲୁଗାରେ ନିଆଁ ଲାଗିଯାଇଥିଲା । ଯାହାପରେ ତାଙ୍କୁ ଗୁରୁତର ଅବସ୍ଥାରେ ନିକଟସ୍ଥ ମେଡିକାଲରେ ଭର୍ତ୍ତି କରାଯାଇଥିଲା । ହେଲେ ସେଠାରେ ଡାକ୍ତର ତାଙ୍କୁ ମୃତ୍ୟୁ ଘୋଷଣା କରିଥିଲେ।