ବଲାଙ୍ଗୀର,୧୦/୦୮: କୁକୁର କାମୁଡାରେ ବଲାଙ୍ଗୀର ଜିଲ୍ଲା ତୁଷୁରା ଥାନା ଅନ୍ତର୍ଗତ ଚିଞ୍ଚେଡ ଗାଁର ୨ଜଣଙ୍କ ମୃତ୍ୟୁ ହୋଇଛି । ମୃତକ ହେଲେ ହୃଷୀକେଶ ରଣା (୪୮ ବର୍ଷ ) ଓ ଅନ୍ୟ ଜଣ ହେଉଛନ୍ତି ଭିନ୍ନକ୍ଷମ ଯୁବକ ଜିଗେନ୍ଦ୍ର ଛାତ୍ରୀଆ (୩୩ ବର୍ଷ) ବୋଲି ଜଣାପଡ଼ିଛି।
ସୂଚନା ମୁତାବକ, ଜୁଲାଇ ୨୩ ତାରିଖରେ ହୃଷୀକେଶ ରଣା ଏବଂ ଜିଗେନ୍ଦ୍ର ଛତ୍ରୀଆଙ୍କୁ କୁକୁର କାମୁଡ଼ିଥିଲା । ଉଭୟଙ୍କୁ ଗୁରୁତର ଅବସ୍ଥାରେ ବଲାଙ୍ଗୀର ଭିମଭୋଇ ମେଡିକାଲକୁ ଅଣାଯାଇଥିଲା । ସେଠାରେ ଉଭୟଙ୍କ ସ୍ୱାସ୍ଥ୍ୟାବସ୍ଥା ସଂକଟାପନ୍ନ ହେବାରୁ ବୁର୍ଲା ବଡ଼ ମେଡିକାଲକୁ ନିଆଯାଇଥିଲା । ହେଲେ ସେଠାରେ ଚିକିତ୍ସାଧୀନ ଅବସ୍ଥାରେ ଉଭୟଙ୍କ ମୃତ୍ୟୁ ହୋଇଛି ।