ପ୍ରମୂଖ ଖବର
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଆମ୍ବୁଲାନ୍ସର ଅବହେଳା ପାଇଁ ଚାଲିଗଲା ବୃଦ୍ଧଙ୍କ ଜୀବନ, ଡାକ୍ତରଖାନା ଆଗରେ ମୃତଦେହ ରଖି ରାସ୍ତା ଅବରୋଧ

Published By : Suraj Kumar | August 3, 2025 7:32 PM

ପାଟଣାଗଡ଼, ୩/୮ ( ଆପ୍ର): ଆମ୍ବୁଲାନ୍ସର ଅବହେଳା ଯୋଗୁଁ ଜଣେ ବୃଦ୍ଧଙ୍କ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି। । ଏହାକୁ ନେଇ ବଲାଙ୍ଗୀର ଜିଲ୍ଲା ପାଟଣଗଡ ଉପଖଣ୍ଡ ଡାକ୍ତରଖାନା  ସମ୍ମୁଖରେ ସମ୍ଭୁଖରେ ମୃତଦେହ  ରଖି ପରିବାର ବର୍ଗ ମୁଖ୍ୟ  ରାସ୍ତା ଅବରୋଧ କରିଛନ୍ତି । ମୃତ ଯୁବକ ଜଣକ ହେଲେ  ଏନ୍ଏସି ଲାଇନ ପଡାର କ୍ଷିରଧର କଠାର (୬୨) । 

ବୃଦ୍ଧ ଜଣକ ଅସୁସ୍ଥତା ଯୋଗୁଁ ପରିବାର ବର୍ଗ ତାଙ୍କୁ ଉପଖଣ୍ଡ ଚିକିତ୍ସାଳୟରେ ଚିକିତ୍ସା ପାଇଁ ଭର୍ତ୍ତି କରିଥିଲେ  । ପ୍ରାଥମିକ   ଚିକିତ୍ସା ପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ବଲାଙ୍ଗୀର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟକୁ ହସ୍ତାନ୍ତର କରିଥିଲେ । ହସ୍ତାନ୍ତର ପରେ ପରିବାର ଲୋକଙ୍କ ସହ ଡାକ୍ତରଖାନା କର୍ତ୍ତୃପକ୍ଷ ୧୦୮ ଆମ୍ବୁଲାନ୍ସକୁ ଯୋଗାଯୋଗ କରିଥିଲେ । ଆମ୍ବୁଲାନ୍ସ ଆସିବା ପରେ ପରିବାର ବର୍ଗ ବୃଦ୍ଧଙ୍କୁ ଡାକ୍ତରଖାନା ଭିତରୁ ଆମ୍ବୁଲାନ୍ସ କୁ ଆଣୁଥିଲେ । କିନ୍ତୁ ଠିକ ଏହି ସମୟରେ ପୁଣି ୧୦୮ କଲ ସେଣ୍ଟରରୁ ଆମ୍ବୁଲାନ୍ସ ଗାଡି ଚାଳକଙ୍କୁ  ତୁରନ୍ତ ବେଲପଡା ଯିବାକୁ ନିର୍ଦ୍ଦେଶ ଦିଆଯାଇଥିଲା ।‌ ଚାଳକ ଜଣକ ନିର୍ଦ୍ଦେଶକ୍ରମେ ମୃତ୍ୟୁ ସହ ସଂଗ୍ରାମ କରୁଥିବା ବୃଦ୍ଧଙ୍କୁ ଛାଡି ଦେଇ ବେଲପଡା ଅଭିମୁଖେ ଚାଲି ଯାଇଥିଲା । ଯାହା ଫଳରେ  ବୃଦ୍ଧଙ୍କ ମୃତ୍ୟୁ ହୋଇଥିଲା ବୋଲି ପରିବାର ବର୍ଗ ଅଭିଯୋଗ କରିଛନ୍ତି । ପରେ ପରିବାର ବର୍ଗ ମୁଖ୍ୟ ରାସ୍ତା ଉପରେ ମୃତ ବୃଦ୍ଧଙ୍କ ଶବରଖି ରାସ୍ତା ଅବରୋଧ କରିଥିଲେ । ଘଟଣା ସ୍ଥଳରେ  ସ୍ଥାନୀୟ ପୁଲିସ ଓ ତହସିଲଦାର ପହଞ୍ଚି ଆନ୍ଦୋଳନ କାରିଙ୍କୁ ବୁଝାସୁଝା କରୁଥିବା ଦେଖିବାକୁ ମିଳିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.