ସଇଁତଳା, ୩୧/୦୮ : ବଲାଙ୍ଗୀର ଜିଲ୍ଲା ସଇଁତଳା ବ୍ଲକ ଡେଙ୍ଗ ଉଚ୍ଚ ବିଦ୍ୟାଳୟରେ ଛାତ୍ରଛାତ୍ରୀମାନଙ୍କୁ ନିମ୍ନମାନର ମଧ୍ୟାହ୍ନ ଭୋଜନ ଦିଆଯାଉଥିବା ଅଭିଯୋଗ। ବିଇଓଙ୍କ ନିକଟରେ ଏନେଇ ଲିଖିତ ଅଭିଯୋଗ ହୋଇଛି। ତଦନ୍ତ ପରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବିଇଓ କହିଛନ୍ତି।
ସୂଚନାନୁଯାୟୀ, ଦୀର୍ଘ ବର୍ଷ ହେଲା ସଇଁତଳା ସହରର ମା ବସ୍ତ୍ରେନ ଏସଏଚଜି ମହିଳା ଗ୍ରୁପ୍ ଡେଙ୍ଗ ସ୍କୁଲର ମଧ୍ୟାନ୍ନ ଭୋଜନ ଦାୟିତ୍ୱ ଦିଆଯାଇଥିଲା। ହେଲେ ଛାତ୍ରଛାତ୍ରୀମାନଙ୍କୁ ଗୁଣାତ୍ମକ ଖାଦ୍ୟ ଦିଆଯାଉନଥିବାରୁ ଛାତ୍ରଛାତ୍ରୀମାନେ ସ୍କୁଲରେ ନଖାଇ ଘରକୁ ଯାଉଥିଲେ। ତେଣୁ ଏହି ଏସଏଚଜି ଗ୍ରୁପ୍କୁ ଦାୟିତ୍ଵରୁ ହଟାଇ ନୂତନ ଗ୍ରୁପ୍କୁ ଦାୟିତ୍ଵ ଦେବା ପାଇଁ ବିଇଓଙ୍କ ନିକଟରେ ଅଭିଯୋଗ ହୋଇଛି । ବ୍ଲକ ଶିକ୍ଷା ଅଧିକାରୀ ଦିଲୀପ କୁମାର ଯୋଶୀ ତଦନ୍ତ କରି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି କହିଛନ୍ତି।