ଦିଗପହଣ୍ଡି, ୦୧/୦୮ : ଷଷ୍ଠ ଶ୍ରେଣୀ ଛାତ୍ରୀଙ୍କୁ ଅସଦାଚରଣ ଅଭିଯୋଗ। ସ୍କୁଲ୍ ଘରକୁ ଡାକିନେଇ ଦୁର୍ବ୍ୟବହାର କଲେ ଟ୍ୟୁସନ ସାର୍। ଗଞ୍ଜାମ ଜିଲ୍ଲା ଜରଡ଼ା ଥାନା ପଦାଦିଗି ପଞ୍ଚାୟତ ଦାମୋଦର ପଲ୍ଲୀରୁ ଏଭଳି ଅଭିଯୋଗ ଆସିଛି। ଜରଡ଼ା ପୁଲିସ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି।
ସୂଚନାନୁଯାୟୀ, ଜରଡ଼ା ଥାନା ଦାମୋଦର ପଲ୍ଲୀର ଜଣେ ଟ୍ୟୁସନ ସାର୍ ବୁଧବାର ସନ୍ଧ୍ୟାରେ ଷଷ୍ଠ ଶ୍ରେଣୀରେ ପଢୁଥିବା ଜଣେ ନାବାଳିକାଙ୍କୁ ଗାଁ ମୁଣ୍ଡରେ ଥିବା ସ୍କୁଲକୁ ଡାକିନେଇ ଅସଦାଚରଣ କରିଥିଲେ। ନାବାଳିକା ପାଟି କରିବାରୁ ଟ୍ୟୁସନ ସାର୍ ଛାଡ଼ି ଦେଇଥିଲେ। ନାବାଳିକା ଘରକୁ ଫେରି ସବୁକଥା କହିବା ପରେ ପରିବାର ପକ୍ଷରୁ ଜରଡ଼ା ଥାନାରେ ଅଭିଯୋଗ କରିଥିଲେ। ଜରଡ଼ା ପୁଲିସ ଗାଁରେ ପହଞ୍ଚି ଅଭିଯୁକ୍ତଙ୍କୁ ଗିରଫ କରି ତଦନ୍ତ ଆରମ୍ଭ କରିଛି।