ପ୍ରମୂଖ ଖବର
  • ଅପରେସନ୍ ଅଖଲ, ଜମ୍ମୁ କାଶ୍ମୀର କୁଲଗାମରେ ସୁରକ୍ଷାକର୍ମୀଙ୍କ ଏନ୍‌କାଉଣ୍ଟର, ଜଣେ ଆତଙ୍କୀ ନିପାତ
  • ||
  • ଢେଙ୍କାନାଳ : ଚାଷୀଙ୍କୁ ଦଳିଦେଲା ଦନ୍ତା, ମୁଣ୍ଡରୁ ଅଲଗା ହେଲା ଗଣ୍ଡି
  • ||
  • ବିଜେଡି ନେତା ରାଜା ଚକ୍ରଙ୍କୁ ୧୫ ଦିନ ଜାମିନ୍‌, ଶଶୁରଙ୍କ ଦଶାହ କର୍ମରେ ଯୋଗ ଦେବାକୁ ମିଳିଛି ଅନ୍ତରୀଣ ବେଲ୍
  • ||
  • ମହାନଦୀ ଜଳ ବିବାଦ, ଶନିବାର ଟ୍ରିବ୍ୟୁନାଲରେ ଶୁଣାଣି, ନିଷ୍ପତ୍ତି ଉପରେ ରହିଛି ଉଭୟ ରାଜ୍ୟର ନଜର
  • ||
  • ବ୍ରହ୍ମପୁର: ପୁଲିସ ଗୁଳିରେ ଦୁର୍ଦ୍ଦାନ୍ତ ଅପରାଧୀ ସୁନୀଲ ଆହତ, ବାମ ଗୋଡ଼ରେ ବାଜିଛି ଗୁଳି
  • ||
  • ରାଜନୀତି ଛାଡ଼ିବାକୁ ଘୋଷଣା କଲେ କମଲା ହାରିସ୍‌, କହିଲେ 'ଆମ ବ୍ୟବସ୍ଥା ଭାଙ୍ଗି ସାରିଛି...'
  • ||
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ଚାକିରୀ କରାଇ ଦେବା ନାଁରେ ଠକେଇ ଅଭିଯୋଗ ; ପ୍ରଧାନଶିକ୍ଷକଙ୍କୁ ଗିରଫର ୩ଦିନ ପରେ ସସପେଣ୍ଟ କଲା ଲାଞ୍ଜିଗଡ ବ୍ଲକ ଶିକ୍ଷା ବିଭାଗ

Published By : Gurupada Nath | August 1, 2025 7:18 PM

ଲାଞ୍ଜିଗଡ,୧/୮ : ସିନାପାଲି ଅଞ୍ଚଳର ଜଣେ ଯୁବତୀ ଓ ୨ଜଣ ଯୁବକ ଚାକିରି ଆଶାରେ ଠକାମିର ଶିକାର ହୋଇ ସିନାପାଲି ଥାନାର ଦ୍ବାରସ୍ଥ ହୋଇଥିଲେ। ଏହି ଘଟଣାରେ ସିନାପାଲି ପୁଲିସ ଲାଞ୍ଜିଗଡ ବ୍ଲକ ଡଙ୍ଗାଯୋର ସରକାରୀ ୟୁପି ସ୍କୁଲର ପ୍ରଧାନଶିକ୍ଷକ ଦିଲୀପ ମହାରଣାଙ୍କୁ ଗିରଫ କରିବାର ୩ଦିନ ପରେ ଚାକିରୀରୁ ସସପେଣ୍ଟ କରିଛି ଲାଞ୍ଜିଗଡ ବ୍ଲକ ଶିକ୍ଷା ବିଭାଗ । 

ଅଭିଯୋଗ ଅନୁସାରେ, ସିନାପାଲି ଥାନା ସଦର ଗ୍ରାମର ପ୍ରବୀଣ ମେହେର ଓ ପ୍ରଭାତ ମେହେରଙ୍କୁ ଏକ ପ୍ରତିଷ୍ଠିତ କମ୍ପାନୀରେ ଚାକିରୀ କରାଇଦେବେ ବୋଲି କହି ଲାଞ୍ଜିଗଡ ବ୍ଳକ ବନ୍ଧପାରି ପଞ୍ଚାୟତ ଡଙ୍ଗାଯୋର ସରକାରୀ ୟୁପି ସ୍କୁଲର ପ୍ରଧାନଶିକ୍ଷକ ତଥା କଳାହାଣ୍ଡି ଜିଲ୍ଲା ବିଶ୍ବନାଥପୁର ଥାନା ବନ୍ଧପାରି ଗ୍ରାମର ଦିଲୀପ ମହାରଣା ୬ ଲକ୍ଷ ୫୦ ହଜାର ଟଙ୍କା ନେଇଥିଲେ । ଅଭିଯୁକ୍ତ ଶିକ୍ଷକ ଜଣକ ପ୍ରବୀଣଙ୍କଠାରୁ ୪ଲକ୍ଷ ଓ ପ୍ରଭାତଙ୍କଠାରୁ ୨ଲକ୍ଷ ୫୦ ହଜାର ଟଙ୍କା ଠକେଇ କରିଥିଲେ । କିନ୍ତୁ ଚାକିରୀ ନାଁରେ ଠକେଇର ଶିକାର ହୋଇଥିବା ଜଣାପଡ଼ିବା ପରେ ପ୍ରବୀଣ ଗତ ୨୩ ତାରିଖରେ ସିନାପାଲି ଥାନାରେ ଏତଲା ଦେଇଥିଲେ । ଅଭିଯୋଗ ଆଧାରରେ ସିନାପାଲି ଥାନାରେ ଏକ ମାମଲା ରୁଜୁ ହୋଇଥିଲା । ସିନାପାଲି ଥାନାଧିକାରୀ ରଶ୍ମିତା ପ୍ରଧାନଙ୍କ ନିର୍ଦ୍ଦେଶକ୍ରମେ ଏସଆଇ କେତନ ଧରୁଆଙ୍କ ନେତୃତ୍ବରେ ଏକ ପୋଲିସ ଟିମ୍ ଲାଞ୍ଜିଗଡ ବ୍ଲକ ସୀମାନ୍ତ ରାୟଗଡ଼ା ଜିଲ୍ଲା ଆମ୍ବାଦୋଳା ଗ୍ରାମରେ ଚଢଉ କରି ଅଭିଯୁକ୍ତ ପ୍ରଧାନଶିକ୍ଷକ ଶ୍ରୀ ମହାରଣାଙ୍କୁ ଗିରଫ କରି ଗତ ୨୭ତାରିଖ ରବିବାର ତାଙ୍କୁ କୋର୍ଟ ଚାଲାଣ କରିଥିଲା ।

କିନ୍ତୁ ଏହାକୁ ନେଇ ବ୍ଲକ ଶିକ୍ଷା ବିଭାଗ ପାଖରେ କୌଣସି ଖବର ନ ଥିଲା । ୨୮ତାରିଖରେ ଶିକ୍ଷକ କୋର୍ଟ ଚାଲାଣ ଖବର ବିଭିନ୍ନ ଗଣମାଧ୍ୟମରେ ପ୍ରକାଶିତ ହୋଇଥିଲା । ଏହାପରେ ଲାଞ୍ଜିଗଡ ବ୍ଲକ ଶିକ୍ଷା ବିଭାଗ ଜାଣିବା ପରେ ଘଟଣାର ତଦନ୍ତ କରି ଗତ ୨୯ତାରିଖ ମଙ୍ଗଳବାର ୩ଦିନ ପରେ ପ୍ରଧାନ ଶିକ୍ଷକ ଶ୍ରୀ ମହାରଣାଙ୍କୁ ସସପେଣ୍ଟ କରିଥିବା ବ୍ଲକ ଗୋଷ୍ଠୀ ଶିକ୍ଷାଧିକାରୀ ରୁଷିଆ ମେହେର ପ୍ରକାଶ କରିଛନ୍ତି । ଅପରପକ୍ଷରେ ଓଟିଇଟି ପ୍ରଶ୍ନପତ୍ର ଲିକ ମାମଲାର ତଦନ୍ତ ଭାର କ୍ରାଇମବ୍ରାଞ୍ଚ ନେବା ସହ ରାୟଗଡ଼ା ଜିଲ୍ଲା ଅମ୍ବାଦଳାର ଶିକ୍ଷକ ବିଜୟ ମିଶ୍ର ଓ କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ଭେଜିପଦର ସ୍କୁଲର ଶିକ୍ଷକ ତଥା ଶିକ୍ଷକ ନେତା ପ୍ରଶାନ୍ତ ଖମାରି ଗିରଫ୍ ହୋଇ ଜେଲ ଯାଇଛନ୍ତି।ଲାଞ୍ଜିଗଡ ବ୍ଲକ ସୀମାନ୍ତ ୪ କିଲୋମିଟର ଦୂରରେ ଥିବା ରାୟଗଡା ଜିଲ୍ଲା ଅମ୍ବାଦଳାର ଶିକ୍ଷକ ଶ୍ରୀ ମିଶ୍ରଙ୍କୁ କ୍ରାଇମବ୍ରାଞ୍ଚ ଗିରଫ ପରେ ଏହାକୁ ନେଇ ଲାଞ୍ଜିଗଡ ବ୍ଲକ ଶିକ୍ଷକ ମହଲାରେ ଏକ ପ୍ରକାର କୋକୁଆ ଭୟ ଦେଖୁବାକୁ ମିଳିଛି।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.