ପ୍ରମୂଖ ଖବର
  • ଆଭ୍ୟନ୍ତରୀଣ ଓଡ଼ିଶାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା, ୨୦ ଜିଲ୍ଲାକୁ ୟେଲୋ ଆଲର୍ଟ ଜାରି
  • ||

ସୁନା ଚୋରି ଘଟଣାର ପର୍ଦ୍ଦାଫାସ୍ : ୧୫୧ ଗ୍ରାମର ସୁନା ଗହଣା ଜବତ, ମାଷ୍ଟରମାଇଣ୍ଡ୍ ସହ ୨ ଗିରଫ

Published By : Rasmita Pradhan | August 1, 2025 2:44 PM

ସମ୍ବଲପୁର, ୦୧/୦୮ : ସପ୍ତାହେ ତଳେ ସମ୍ଵଲପୁର ସହରରେ ଘଟିଥିବା ସୁନା ଚୋରି ଘଟଣାର ପର୍ଦ୍ଦାଫାସ୍। ୧୫୧ ଗ୍ରାମର ସୁନା ସହ ୭ ଲକ୍ଷ ୯୭ ହଜାର ଟଙ୍କା ଏବଂ ରୁପା ଜବତ ହୋଇଛି। ମାଷ୍ଟରମାଇଣ୍ଡ୍ ସହ ୨ ଜଣଙ୍କୁ ଗିରଫ କଲା ସମ୍ଵଲପୁର ପୁଲିସ। ଜବତ ହୋଇଥିବା ସୁନା ଓ ରୁପାର ମୋଟ ଆନୁମାନିକ ମୂଲ୍ୟ ୨୧ ଲକ୍ଷ ୭୬ ହଜାର ଟଙ୍କା ହେବ ବୋଲି ସୂଚନା ମିଳିଛି। ଗିରଫ ହୋଇଥିବା ଅଭିଯୁକ୍ତମାନେ ହେଲେ ମାଷ୍ଟରମାଇଣ୍ଡ୍ ଏଚବ୍ଲୁ କଲୋନୀର ସଞ୍ଜୟ ପ୍ରଧାନ(୪୨ ବର୍ଷ), ଆଇଟିଆଇ ଗୁଜାଟାଲର ଶିବ ଶଙ୍କର ଜେନା (୪୨ ବର୍ଷ) ଏବଂ ସବଷ୍ଟେସନର କଲୋନୀର ପ୍ରଶାନ୍ତ କୁମାର ବାରିକ (୩୯ ବର୍ଷ)। ସମସ୍ତେ ହୀରାକୁଦ ଅଞ୍ଚଳର ହୋଇଥିବା ଜଣାପଡିଛି।

ସୂଚନାନୁଯାୟୀ, ଅଗଷ୍ଟ ୨୪ ତାରିଖରେ ସମ୍ବଲପୁର ଜିଲ୍ଲା ଏସଡିଓ କଲୋନୀର ରାଜେନ୍ଦ୍ର କୁମାର ସ୍ଵାଇଁଙ୍କ ଘରୁ ଡକାୟତମାନେ କଳାକନା ବୁଲାଇଥିଲେ। ସମସ୍ତେ ଶୋଇଥିବା ବେଳେ ଭୋର୍ ୫ଟା ସମୟରେ ଘରର ତାଲା ଭାଙ୍ଗି ଚୋରି କରିଥିଲେ। ଏନେଇ ରାଜେନ୍ଦ୍ର ହୀରାକୁଦ ଥାନାରେ ଲିଖିତ ଅଭିଯୋଗ କରିଥିଲେ। ସୁନାଗହଣା ଏବଂ ଲକ୍ଷାଧିକ ଟଙ୍କା ଚୋରି କରି ଦୁର୍ବୃତ୍ତମାନେ ସପ୍ତାହେ ଧରି ପୁଲିସକୁ ଚକ୍‌ମା ଦେଇଥିଲେ। ଚୋରି କଲା ପରେ ସେମାନେ ତାମିଲନାଡୁର କୋଏମ୍ବଟୁର ସହରକୁ ପଳାଇଥିଲେ। ସେଠାରେ ପ୍ରଶାନ୍ତକୁ ସମସ୍ତ ଜିନିଷ ଦେଇଥିଲେ ଓ ମାସେ ପରେ ଆସି ନେବେ ବୋଲି କହିଥିଲେ। ଡକାୟତ ଦଳଙ୍କୁ ଧରିବାକୁ ପୁଲିସ ଅଭିଯାନ ଚଳାଇ ଶେଷରେ ସଫଳ ହୋଇଛି। ସମସ୍ତଙ୍କୁ ଗିରଫ କରି କୋର୍ଟ ଚାଲାଣ କରାଯାଇଥିବା ସମ୍ବଲପୁର ଏସପି ମୁକେଶ ଭାମୂ ସୂଚନା ଦେଇଛନ୍ତି। ମାଷ୍ଟରମାଇଣ୍ଡ୍ ସଞ୍ଜୟ ନାମରେ ୮ ଟି ମାମଲା ରୁଜୁ ହୋଇଛି। 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.