ପଟ୍ଟାମୁଣ୍ଡାଇ, ୧/୦୮: ଖୋଲିଲା ଭିତରକନିକା ଜାତୀୟ ଉଦ୍ୟାନ। ଶୁକ୍ରବାରଠାରୁ ପର୍ଯ୍ୟଟକଙ୍କ ପାଇଁ ଭିତରକନିକା ଖୋଲିଛି। କୁମ୍ଭୀରମାନଙ୍କ ପ୍ରଜନନ ପାଇଁ ଦୀର୍ଘ ୩ ମାସ ଧରି ଜାତୀୟ ଉଦ୍ୟାନ ବନ୍ଦ ଥିଲା।
ଭିତରକନିକାର ବଉଳା କୁମ୍ଭୀର ପର୍ପ୍ୟଟକଙ୍କ ପାଇଁ ଆକର୍ଷଣର କେନ୍ଦ୍ରବିନ୍ଦୁ ହେଇଥିବା ବେଳେ ଏହି ବିରଳ ବଉଳା କୁମ୍ଭୀରଙ୍କ ପ୍ରଜନନ ସମୟ ପାଇଁ ଗତ ମେ ପହିଲାରୁ ଜୁଲାଇ ୩୧ ତାରିଖ ଯାଏଁ ଜାତୀୟ ଉଦ୍ୟାନକୁ ବନ୍ଦ କରାଯାଇଥିଲା। ଏହି ପ୍ରକ୍ରିୟା ସରିବା ପରେ ସାଧାରଣ ପର୍ପ୍ୟଟକଙ୍କ ପାଇଁ ଜାତୀୟ ଉଦ୍ୟାନ ଖୋଲାଯାଇଛି। ଚଳିତବର୍ଷ ପୂର୍ବବର୍ଷ ଭଳି ଗୁପ୍ତି, ଖୋଳା ଓ ଡାଙ୍ଗମାଳରୁ ପର୍ଯ୍ୟଟକମାନେ ନୌବିହାର କରିପାରିବା ସହ ଡାଙ୍ଗମାଳରେ ରହିଥିବା କଟେଜଗୁଡିକରେ ରାତ୍ରିଯାପନ କରିପାରିବେ। ଭିତରକନିକାରେ ପର୍ଯ୍ୟଟକଙ୍କ ଭ୍ରମଣ ଲାଗି ବ୍ୟାପକ ବନ୍ଦୋବସ୍ତ କରାଯାଇଥିବା ନେଇ ସୂଚନା ଦେଇଛନ୍ତି ରାଜନଗର ବନଖଣ୍ଡ ଅଧିକାରୀ ସୁଦର୍ଶନ ଗୋପୀନାଥ ଯାଦବ।