ସଇଁତଳା ୦୮/୦୮: ରାକ୍ଷୀ ପୂର୍ବରୁ ଭଉଣୀକୁ ଛାଡି ଚାଲିଗଲା ଭାଇ। ରାତି ପାହିଥିଲେ ଭାଇ ହାତରେ ଭଉଣୀ ବାନ୍ଧି ଥାନ୍ତା ରାକ୍ଷୀ, ହେଲେ ସଡକ ଦୁର୍ଘଟଣାରେ ଚାଲିଗଲା ଜୀବନ । ଏଭଳି ହୃଦୟ ବିଦାରକ ଘଟଣା ଦେଖିବାକୁ ମିଳିଛି ବଲାଙ୍ଗୀର ଜିଲ୍ଲା ସଇଁତଳା ଥାନା ଜାତୀୟ ରାଜପଥ ୨୬ କରେଲଧୁଆ ବ୍ରିଜ ନିକଟରେ।
ସୂଚନା ମୁତାବକ ସଇଁତଳା ଥାନା ବଡ଼ମାଳର ସରୋଜ ମୀନା, ଛବି ମୀନା ଓ ସାବିତ୍ରୀ ରାଉତ ବରଗଡ଼ ସ୍ଥିତ ପଦମପୁରରେ ଠିକା କାରିଗର ଭାବେ କାମ କରନ୍ତି, ତେବେ ଆସନ୍ତା କାଲି ରାକ୍ଷୀପୂର୍ଣ୍ଣିମା ପାଇଁ ତିନି ଭାଇ ଫେରୁଥିବା ବେଳେ ଜାତୀୟ ରାଜପଥ ୨୬ କରେଲ ଧୁଆ ବ୍ରିଜରେ ସଇଁତଳା ପଟୁ ତାମିଲନାଡୁ ନମ୍ବର ଥିବା ଏକ ନାଲି ରଙ୍ଗର କାର ଗାଡି ଦୃତ ଗତିରେ ଦୁର୍ଘଟଣା ଘଟାଇଥିଲା। ତେବେ ଘଟଣାସ୍ଥଳରେ ସାବିତ୍ରୀ ରାଉତଙ୍କ ପ୍ରାଣ ଯାଇଥିବା ବେଳେ ୨ ଜଣ ଅତି ଗୁରୁତର ଅଛନ୍ତି। ଖବର ପାଇ ସଇଁତଳା ଅଗ୍ନିଶମ ବିଭାଗ ଓ ପୋଲିସ ପହଞ୍ଚି ଘଟଣା ସ୍ଥଳରେ ପହଞ୍ଚି ତିନି ଜଣକୁ ଉଦ୍ଧାର କରି ସଇଁତଳା ହସ୍ପିଟାଲକୁ ଆଣିଥିଲେ । ପରେ ଦୁଇଜଣଙ୍କୁ ବଲାଙ୍ଗୀର ଭୀମ ଭୋଇ ମେଡିକାଲ କଲେଜକୁ ଗୁରୁତର ଅବସ୍ଥାରେ ସ୍ଥାନସ୍ତର କରାଯାଇଛି । ପୋଲିସ ମୃତଦେହକୁ ଜବତ କରି ତଦନ୍ତ ଜାରି ରଖିଛି ।