ଭୁବନେଶ୍ବର ୧୦/୦୮: ରାଜଧାନୀରେ ହିଟ ଆଣ୍ଡ ରନ୍ କେସ। କିଲର୍‌ କାରକୁ ଜବତ। ଏବେ ବି କାର୍ ମାଲିକ ଫେରାର ରହିଥିବା ବେଳେ ଉଭୟ ସ୍କର୍ପିଓ ଓ ଚାଳକଙ୍କୁ ଧରିବାକୁ ପୁଲିସ ଚଢ଼ାଉ ଜାରି ରଖିଛି । ଶନିବାର ବରମୁଣ୍ଡାରୁ ରେସ୍ କରି ଆସୁଥିବା ବେଳେ  ୧୬ ନମ୍ବର ଜାତୀୟ ରାଜପଥର ପାତ୍ରପଡ଼ା ନିକଟରେ ୮ବର୍ଷିୀୟା ଝିଅ ରେଶମାଙ୍କୁ ଧକ୍କା ଦେଇଥିଲା। ଫଳରେ‌ ଘଟଣାସ୍ଥଳରେ କୁନି ଝିଅର ମୃତ୍ୟୁ ଘଟିଥିଲ।ମାଆ ରେବତୀ ଏବଂ ୨ ବର୍ଷୀୟ ପୁଅ ମାହି ରାଉଳ ବର୍ତ୍ତମାନ ଏମ୍‌ସରେ ଚିକିତ୍ସାଧୀନ ଅଛନ୍ତି । ଉଭୟଙ୍କ ଅବସ୍ଥା ଗୁରୁତର ଅଛନ୍ତି ।

ସୂଚନା ମୁତାବକ,  ରେବତୀ ଶନିବାର ସକାଳେ  ରେଶ୍‌ମା ଓ ମାହିଙ୍କୁ ସାଙ୍ଗରେ ଧରି ଫୁଲେଶ୍ୱର  ବସ୍ତିରୁ ପଟିଆ ଅଭିମୁଖେ ବାହାରିଲେ । ସେଠାରେ  ଆର୍‌ଆଇ ଥିବା ତାଙ୍କ ଭାଇ ଦିଲ୍ଲୀପଙ୍କୁ  ଭେଟିଥିଲେ । ଭାଇଙ୍କ ହାତରେ ରାଖୀ ବାନ୍ଧିବା  ପରେ ଘରେ ଖାଇଥିଲେ । ସନ୍ଧ୍ୟାରେ ସମସ୍ତେ ଆମ  ବସ୍‌ରେ ଚଢ଼ି ଘରକୁ ଫେରିଥିଲେ । ସେମାନେ  ପାତ୍ରପଡ଼ାସ୍ଥିତ ସପିଂ ମଲ୍‌ ସାମ୍ନାରେ ସନ୍ଧ୍ୟା ୬ଟା  ୨୭ ମିନିଟ୍‌ରେ ବସ୍‌ରୁ ଓହ୍ଲାଇଲେ । ରେବତୀ ଗୋଟିଏ  ହାତରେ ମାହିକୁ କାଖେଇଥିଲେ । ଅନ୍ୟ ହାତରେ  ରେଶ୍‌ମା ହାତକୁ ଧରି ଫୁଲେଶ୍ୱର ବସ୍ତିକୁ ଯିବା ପାଇଁ ଚାଲି ଚାଲି ଜାତୀୟ ରାଜପଥ ପାର୍‌ ହେଉଥିଲେ । 

ଏତିକିବେଳେ ଖଣ୍ଡଗିରି ଆଡୁ ଦ୍ରୁତଗତିରେ  ଆସୁଥିବା ଏକ ଥାର୍‌ ଗାଡି ସେମାନଙ୍କୁ ଧକ୍କା  ଦେଇଥିଲା । ରେବତୀ ଓ ରେଶ୍‌ମା ରାସ୍ତାରେ ଛିଟ୍‌କି  ପଡିଥିଲେ । ରେଶ୍‌ମାର ମୁଣ୍ଡରେ ଶକ୍ତ ଆଘାତ  ଲାଗିବାରୁ ସେଠାରେ ମୃତ୍ୟୁ ଘଟିଥିଲା । ଗାଡି ଧକ୍କା  ଦେବା ସତ୍ତେ୍ୱ ରେବତୀ କୁନି ପୁଅ ମାହିକୁ କାଖେଇକି  ରଖିଥିବାରୁ ସେତେଟା ଆଘାତ ହୋଇନଥିଲା ।  ସ୍ଥାନୀୟ ଲୋକମାନେ ତୁରନ୍ତ ଆହତମାନଙ୍କୁ  ଏମ୍‌ସକୁ ନେଇଯାଇଥିଲେ । ରେବତୀଙ୍କ ସ୍ୱାମୀ  ମାନସ ଓ ଅନ୍ୟ ସମ୍ପର୍କୀୟମାନେ ହସ୍ପିଟାଲକୁ ଧାଇଁଥିଲେ । ଏହି ଘଟଣାପରେ ଆକ୍ସନ୍ ମୋଡ଼କୁ ଆସିଥିଲା ପୁଲିସ। କାର୍‌ ଚାଳକଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ କରିଥିଲା। ଆଜି ଜଟଣୀରୁ କିଲର ଥର୍‌ କାରୁ ଖଣ୍ଡିିଗିରି ପୁଲିସ ଜବତ କରିଥିବା ମାଲିକ ଫେରାର ଅଛନ୍ତି। ରେସ କରୁଥିବା ସ୍କର୍ପିଓ କାର୍ ଓ ଚାଳକଙ୍କୁ ଧରିବା ଉଦ୍ୟମ ଚଳାଇଛି ପୁଲିସ।