ସୋରଡା,୭।୮ : ସୋରଡ଼ା ଜରଉ ସେତୁ ଉପରେ ୨ ବାଇକ ମଧ୍ୟରେ ମୁହାଁମୁହିଁ ଧକ୍କା ହେବା ଫଳରେ ୫ ଜଣ ଗୁରୁତର ହୋଇଛନ୍ତି। ଗୁରୁତରଙ୍କ ମଧ୍ୟରେ ୩ ଜଣ ବିସିଏ ଛାତ୍ର ଅଛନ୍ତି। ପ୍ରଥମେ ସେମାନଙ୍କୁ ସ୍ଥାନୀୟ ସରକାରୀ ଡାକ୍ତରଖାନା ପରେ ବ୍ରହ୍ମପୁର ସ୍ଥାନାନ୍ତର କରାଯାଇଛି I ଗୁରୁତରମାନେ ହେଲେ ଋଷିକୁଲ୍ୟା ସ୍ନାତକ ମହାବିଦ୍ୟାଳୟର ବିସିଏ ଛାତ୍ର ସନ୍ତୋଷ କୁମାର ବେହେରା, ସି ହେଚ ଗୋପାଳ ଚନ୍ଦ୍ର ପାତ୍ର, ପି ମାନସ ପାତ୍ର , ଅନ୍ୟ ୨ ଜଣ ହେଲେ ଗୋପାଳପୁର ଶାସନ ପଂଚାୟତ ସୋରିଷବିଲି ଗ୍ରାମର ଆଲୋକ ନାୟକ, ଆଲୋକ ଗଉଡ଼ I
ଖବର ପାଇ ବିଧାୟକ ନୀଳମଣି ବିଷୋୟୀ, ବିଡ଼ିଓ ତନ୍ମୟ ପାତ୍ର, ସମାଜ ସେବୀ ଭି ଜଗଦୀଶ ରାଜୁ, ଇନଷ୍ତ୍ରାକ୍ଟର ସନ୍ଦୀପ କୁମାର ପଣ୍ଡା ପ୍ରମୁଖ ମେଡିକାଲରେ ପହଂଚି ଗୁରୁତରଙ୍କୁ ଭେଟି ଆଶୁ ଆରୋଗ୍ୟ କାମନା କରିଛନ୍ତି I ଘଟଣାସ୍ଥଳରେ ପୁଲିସ ପହଂଚି ୨ ବାଇକକୁ ଜବତ କରି ଥାନାକୁ ଆଣି ତଦନ୍ତ କରୁଛି।