ପୁରୁଷୋତ୍ତମପୁର, ୧୩/୦୮: ଗଞ୍ଜାମ ଜିଲ୍ଲା ପୁରୁଷୋତ୍ତମପୁର ଥାନା ଅନ୍ତର୍ଗତ ଭାଟକୁମରଡା ଗାଁ ବାଇଧର ମନ୍ଦିର ନିକଟରେ ସଡ଼କ ଦୁର୍ଘଟଣା। ବୁଧବାର ଭୋରରେ ହୋଇଥିବା ଏହି ଦୁର୍ଘଟଣାରେ ଜଣେ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ବାଇକ୍ ଚାଳକ ଆମ୍ବଗାଁର କାହ୍ନା ପରିଡା (୩୨ ବର୍ଷ) ବୋଲି ଜଣାପଡ଼ିଛି ।
ସୂଚନା ମୁତାବକ, କାହ୍ନା ପରିଡା ଦ୍ରୁତ ଗତିରେ ବାଇକ୍ ଚଳାଇ ଆସୁଥିଲେ । ଭାରସାମ୍ୟ ହରାଇ ରାସ୍ତା କଡ଼ ଷ୍ଟପ୍ ବୋର୍ଡରେ ବାଇକ୍ଟି ପିଟି ହୋଇଯାଇଥିଲା । ଫଳରେ ଘଟଣାସ୍ଥଳରେ ହିଁ ତାଙ୍କ ଜୀବନ ଚାଲି ଯାଇଥିଲା। ଏସମ୍ପର୍କରେ ଖବର ପାଇ ଦୁର୍ଘଟଣାସ୍ଥଳରେ ପୁରୁଷୋତ୍ତମପୁର ଥାନା ପୁଲିସ ପହଞ୍ଚି ତଦନ୍ତ ଚଳାଇଛି।