ନୂଆଦିଲ୍ଲୀ,୧୬/୮ : ଅଷ୍ଟ୍ରେଲିଆ କ୍ରିକେଟରେ ଶୋକର ଛାୟା । ଅଷ୍ଟ୍ରେଲିଆର ପୂର୍ବତନ ଅଧିନାୟକ ବାବ ସିମ୍ପସନଙ୍କ ଶନିବାର ନିଧନ ହୋଇଯାଇଛି । ୮୯ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଆଜି ଅଷ୍ଟ୍ରେଲିଆ ଏବଂ ଦକ୍ଷିଣ ଆଫ୍ରିକା ମଧ୍ୟରେ ଖେଳାଯିବାକୁ ଥିବା ତୃତୀୟ ଏବଂ ନିର୍ଣ୍ଣାୟକ ଟି-୨୦ରେ ଏହି ଖେଳାଳୀଙ୍କୁ ଶ୍ରଦ୍ଧାଞ୍ଜଳି ଦିଆଯିବ । ମ୍ୟାଚ୍ ସମୟରେ ଅଷ୍ଟ୍ରେଲିଆ ଟିମ୍ ନିଜ ହାତରେ କଳା ପଟି ବି ବାନ୍ଧିବେ ବୋଲି ଜଣାପଡ଼ିଛି ।
ଅଷ୍ଟ୍ରେଲିଆ କ୍ରିକେଟ ଅନୁସାରେ ବାବ ସିମ୍ପସନଙ୍କ ଦେହାନ୍ତ ୮୯ବର୍ଷ ବୟସରେ ଶନିବାର ସିଡନୀରେ ହୋଇଛି । ବାବ ସିମ୍ପସନ ୧୯୫୭ରୁ ନେଇ ୧୯୭୮ ମଧ୍ୟରେ ଅଷ୍ଟ୍ରେଲିଆ ଲାଗି ୬୨ଟେଷ୍ଟ ଏବଂ ୨ଟି ଓ୍ବାନଡେ ମ୍ୟାଚ୍ ଖେଳିଛନ୍ତି । ଟେଷ୍ଟ ମ୍ୟାଚରେ ୧୦ଶତକ ଏବଂ ୨୭ଅର୍ଦ୍ଧଶତକ ଲଗାଇ ସେ ୪,୮୬୯ରନ୍ କରିଛନ୍ତି । ତାଙ୍କ ନାଁରେ ତୃତୀୟ ଶତକ ଲଗାଇବାର ଉପଲବ୍ଧି ବି ଅଛି । ତାଙ୍କର ସର୍ବଧିକ ସ୍କୋର ୩୧୧ରନ୍ ଥିଲା । ଏହା ବ୍ୟତୀତ ୭୧ଓ୍ବିକେଟ ବି ସେ ନେଇଛନ୍ତି । ସେହିଭଳି ଓ୍ବାନଡେରେ ସେ ୩୬ରନ୍ କରିଥିଲେ ଏବଂ ୨ ଓ୍ବିକେଟ ନେଇଥିଲେ ।