ପ୍ରମୂଖ ଖବର
  • ଆସନ୍ତା ୩୧ ରେ ହେବନି ସ୍ବତନ୍ତ୍ର ଓଟିଇଟି ପରୀକ୍ଷା
  • ||
  • ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ଦୀଘା ସମୁଦ୍ରରେ ଭାସିଗଲେ ଦୁଇ ପର୍ଯ୍ୟଟକ, ଜଣେ ଉଦ୍ଧାର
  • ||
  • ଭୁବନେଶ୍ବର: ଲାଞ୍ଚନେବା ପଡ଼ିଲା ମହଙ୍ଗା, ବନ୍ଧାହେଲେ ୪ ସରକାରୀ ବାବୁ
  • ||
  • ମେଟ୍ରୋ ପ୍ରକଳ୍ପକୁ ନେଇ ବଡ଼ ଅପ୍‌ଡେଟ୍, ଭୁବନେଶ୍ୱରରେ ନୂଆ ଢ଼ାଞ୍ଚାରେ ହେବ ମେ​‌ଟ୍ରୋ କରିଡ଼ର
  • ||
  • ଇଟାଲୀର ଲାମ୍ପେଡୁସା ଦ୍ୱୀପରେ ବୁଡ଼ିଲା ପ୍ରବାସୀ ଡଙ୍ଗା; ୨୬ ମୃତ, ୧୨ ନିଖୋଜ
  • ||
  • ଗଞ୍ଜାମ : ବିଷାକ୍ତ ସାପ କାମୁଡାରେ ମାଇଁ ଓ ଭାଣିଜୀ ମୃତ
  • ||
  • କଟକ : କେନାଲ ପାଣିରେ ଭାସିଯାଇ ନିଖୋଜ ହୋଇଥିଲେ ଛାତ୍ରୀ, ଉଦ୍ଧାର ହେଲା ମୃତଦେହ
  • ||
  • ଭିସୁଟ ଛାତ୍ରଛାତ୍ରୀଙ୍କ ପାଇଁ ନୂଆ ଡ୍ରେସ୍ କୋଡ୍, ପ୍ରଥମ ବର୍ଷ ଛାତ୍ରୀ ପିନ୍ଧିବେ ସାଲଓ୍ୱାର- କୁର୍ତ୍ତା, ପ୍ୟାଣ୍ଟ, ସାର୍ଟ ପିନ୍ଧିବେ ଛାତ୍ର
  • ||
  • କଂଗ୍ରେସର "ଭୋଟ୍‌ ଚୋର, ଗାଦି ଛାଡ଼' ଶୋଭାଯାତ୍ରା, ସନ୍ଧ୍ୟାରେ ଆୟୋଜିତ ହେବ ମଶାଲ ରାଲି
  • ||
  • କେନ୍ଦୁଝର : ଶୋଇଥିବା ବେଳେ ଦଂଶିଲା ସାପ, ଚାଲିଗଲା ମାଆ ପୁଅଙ୍କ ଜୀବନ
  • ||
  • ବଲାଙ୍ଗୀର : ମହଙ୍ଗା ପଡ଼ିଲା ପରକୀୟା ପ୍ରୀତି, ଧରାପଡ଼ିବାରୁ ଗାଁ ଦାଣ୍ଡରେ ଯୁବକଙ୍କୁ ବାନ୍ଧି ନିସ୍ତୁକ ମାଡ଼
  • ||
  • ଚାଷକୁ ଡବଲ୍‌ ଲଘୁଚାପ ଭରସା: ଉତ୍ତର ଏବଂ ଦକ୍ଷିଣ ଓଡ଼ିଶାକୁ ପ୍ରବଳ ବର୍ଷା ଆଲର୍ଟ, କୋରାପୁଟ, ମାଲକାନଗିରିକୁ ଅରେଞ୍ଜ ଓ୍ୱାର୍ଣ୍ଣିଂ
  • ||

ସଂସଦରେ ଜାତୀୟ କ୍ରୀଡ଼ା ବିଲ ପାରିତ, ଭାରତ-ପାକ୍‌ ସିରିଜ ସଂପର୍କରେ କେନ୍ଦ୍ର ସରକାର ନେବେ ନିଷ୍ପତ୍ତି

Published By : Manoj | August 14, 2025 11:20 AM

ନୂଆଦିଲ୍ଲୀ, ୧୪/୦୮: ଦୀର୍ଘ ପ୍ରତୀକ୍ଷାର ଅନ୍ତ ଘଟାଇ ଶେଷରେ  ସଂସଦରେ ପାରିତ ହୋଇଯାଇଛି ଜାତୀୟ  କ୍ରୀଡ଼ା ଶାସନ ବିଲ୍‌ । ଲୋକସଭା ଭଳି  ରାଜ୍ୟ ସଭାରେ ମଧ୍ୟ ଏହି ବିଲକୁ ନେଇ କୌଣସି ଦ୍ୱନ୍ଦ୍ୱ ଦେଖାଦେଇ ନଥିଲା । 

କେନ୍ଦ୍ର କ୍ରୀଡ଼ାମନ୍ତ୍ରୀ ମନସୁଖ ମାଣ୍ଡଭିୟା କହିଛନ୍ତି, ‘ଆଗାମୀ ୬ ମାସ ମଧ୍ୟରେ ଏହି ବିଲ୍‌କୁ କାର୍ଯ୍ୟକାରୀ କରାଯିବ ।’ ପୂର୍ବରୁ ସେ କହିଥିଲେ,‘୧୯୭୫  ମସିହାରେ ଏକ ଗାଇଡ୍‌ ଲାଇନ ପ୍ରସ୍ତୁତ  କରାଯାଇଥିଲା । ଏହି ଗାଇଡ୍‌ ଲାଇନ  ଅନୁସାରେ ଦେଶରେ କ୍ରୀଡ଼ା ସଂଘ ପରିଚାଳିତ ହେଉଥିଲା । ୧୯୮୫ରେ  କ୍ରୀଡ଼ା ବିଲ୍‌ ପାଇଁ ପ୍ରଥମ ଥର ଡ୍ରାଫ୍ଟ ବା ଚିଠା ପ୍ରସ୍ତୁତ କରାଯାଇଥିଲା । ୨୦୧୧ରେ  ଜାତୀୟ କ୍ରୀଡ଼ା ନୀତି ପ୍ରସ୍ତୁତ ହୋଇଥିଲା । ସେହିବର୍ଷ ପୁଣି ଥରେ କ୍ରୀଡ଼ା ବିଲର ଚିଠା  ପ୍ରସ୍ତୁତ କରାଯାଇଥିଲା । କ୍ୟାବିନେଟ୍ ପର୍ଯ୍ୟନ୍ତ ଏହାକୁ ନିଆଯାଇଥିଲା। ମାତ୍ର ଏହାକୁ  ନେଇ ତୀବ୍ର ଆଲୋଚନା ଓ ସମାଲୋଚନା  ହେବାରୁ ତତ୍କାଳୀନ ସରକାର କ୍ୟାବିନେଟ୍  ମଞ୍ଜୁରୀ ଦେବାରେ ବିଫଳ ରହିଥିଲେ। କିନ୍ତୁ ଆମେ ଯାହା କରାଇଲୁ ତାହା ଦେଶ ସ୍ୱାଧୀନ ହେବା ପରେ କ୍ରୀଡ଼ା କ୍ଷେତ୍ରରେ  ଏକ ବଡ଼ ସଂସ୍କାର । ଏହି ବିଲ୍‌ ଜାତୀୟ କ୍ରୀଡ଼ା  ସଂଘ ଗୁଡ଼ିକରେ ସ୍ୱଚ୍ଛତା, ପ୍ରତିଶ୍ରୁତିବଦ୍ଧତା, ତ୍ୱରିତ ନ୍ୟାୟକୁ ସୁନିଶ୍ଚିତ କରିବା ସହ  ପ୍ରଶାସନିକ ବ୍ୟବସ୍ଥାକୁ ମଜବୁତ କରିବ ।’ 

ଜାତୀୟ କ୍ରୀଡ଼ା ବୋର୍ଡ (ଏନଏସ୍‌ବି)  ଏବଂ ଜାତୀୟ କ୍ରୀଡ଼ା ଟ୍ରିବ୍ୟୁନାଲ  (ଏନ୍‌ଏସ୍‌ଟି) ଖୁବ ଶୀଘ୍ର ପୂର୍ଣ୍ଣ ଭାବରେ  କାର୍ଯ୍ୟ କରିବ । କ୍ରୀଡ଼ାମନ୍ତ୍ରୀ କହିଛନ୍ତି,  ‘୨୦୦୮ ମୁମ୍ବାଇ ଆକ୍ରମଣ ପରଠୁ ଭାରତୀୟ  କ୍ରିକେଟ୍‌ ଦଳ ପାକିସ୍ତାନ ଗସ୍ତରେ ଯାଇ  ନାହିଁ । ଆଇସିସି ଟୁର୍ଣ୍ଣାମେଣ୍ଟରେ ଉଭୟ ଦଳ ନିରପେକ୍ଷ ଭେନ୍ୟୁରେ ମ୍ୟାଚ ଖେଳୁଛନ୍ତି । ଭାରତ ଓ ପାକିସ୍ତାନ ମଧ୍ୟରେ କ୍ରିକେଟ୍‌ ସଂପର୍କ ବିଷୟରେ ପରିସ୍ଥିତିକୁ  ମୂଲ୍ୟାୟନ କରି କେନ୍ଦ୍ର ବୈଦେଶିକ ମନ୍ତ୍ରଣାଳୟ ଓ ସୁରକ୍ଷା ଏଜେନ୍ସିର ପରାମର୍ଶରେ ଯାହା କିଛି ନିଷ୍ପତ୍ତି ନିଆଯିବ ।’

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.