ପ୍ରମୂଖ ଖବର
  • ଆହୁରି ୪୭୬ ରାଜନୈତିକ ଦଳର ମାନ୍ୟତ ରଦ୍ଦ କରିବେ ନିର୍ବାଚନ କମିଶନ୍
  • ||
  • ସମ୍ବଲପୁର : ଲୁହା ଖଣ୍ଡ ପଡି ବୁଢାରାଜା ୟୁପି ସ୍କୁଲର ଷଷ୍ଠ ଶ୍ରେଣୀ ଛାତ୍ର ମୃତ
  • ||
  • ଅକ୍ଟୋବର ୨ ରୁ କଂଗ୍ରେସର ସମ୍ବିଧାନ ବଞ୍ଚାଅ ସତ୍ୟାଗ୍ରହ, ୧୪୭ ନିର୍ବାଚନ ମଣ୍ଡଳୀରେ ହେବ ପଦଯାତ୍ରା
  • ||
  • ଇସ୍ତଫା ଦେଲେ କର୍ଣ୍ଣାଟକର ମନ୍ତ୍ରୀ କେ.ଏନ. ରାଜନ୍ନା
  • ||
  • ମୟୂରଭଞ୍ଜ : ବାଇକ୍‌ ଦୁର୍ଘଣାରେ ୨ମୃତ, ଦୁଇ ଗୁରୁତର
  • ||
  • ବରଗଡ଼: ଫୁଟବଲ୍‌ ପଡ଼ିଆରୁ ନାବାଳିକା ଜଳିଯିବା ଘଟଣା , ଚିକିତ୍ସାଧୀନ ଅବସ୍ଥାରେ ବୁର୍ଲା ମେଡିକାଲରେ ଚାଲିଗଲା ଜୀବନ
  • ||
  • ସିବିଏସ୍‌ଇର ନୂଆ ନିୟମ; ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ନବମ ଶ୍ରେଣୀରେ ଲାଗୁ ହେବ
  • ||
  • ଭୁବନେଶ୍ୱର : ଦୟା ୱେଷ୍ଟ କୋନାଲରୁ ଯୁବକଙ୍କ ମୃତଦେହ ଉଦ୍ଧାର, ହତ୍ୟା ଅଭିଯୋଗ କଲେ ପରିବାର ଲୋକେ
  • ||
  • ସଂସଦରେ ଉପସ୍ଥାପନ ହେବ ସଂଶୋଧିତ ଆୟକର ବିଲ୍, ଆଜି ଆଗତ କରିବେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ
  • ||
  • ସୋମବାରଠୁ ଭାରତ-ପାକିସ୍ତାନ ସମରାଭ୍ୟାସ, ପହଲଗାମ ହମଲା ଓ ଅପରେସନ ସିନ୍ଦୂର ପରେ ଉଭୟ ଦେଶ ଦେଖାଇବେ ଦମ୍
  • ||
  • ସିବିଏସ୍‌ଇର ନୂଆ ନିୟମ, ବହି ଦେଖି ପରୀକ୍ଷା ଦେବେ ଶିକ୍ଷାର୍ଥୀ, ୨୦୨୬-୨୭ ଶିକ୍ଷାବର୍ଷରୁ ହେବ କାର୍ଯ୍ୟକାରୀ
  • ||
  • ମୋହନା ଥାନା କୁଙ୍କୁଣୀ ଗାଁରେ ଚାଞ୍ଚଲ୍ୟ, ସ୍ତ୍ରୀକୁ କାତିରେ ହାଣି ମାରିଲା ସ୍ୱାମୀ, ଅଭିଯୁକ୍ତ ଥାନାରେ ଅଟକ
  • ||
  • ଆମେରିକା ଉପରେ ପାଲଟା ଟାରିଫ ଲଗାଇପାରେ ଭାରତ, କିଛି ସାମଗ୍ରୀ ଉପରେ ଲାଗୁ ହୋଇପାରେ ୫୦% ଶୁଳ୍କ
  • ||
  • ରାଇଘର ନର୍ସିଂ ଛାତ୍ରୀ ମୃତ୍ୟୁ ଘଟଣା, ନ୍ୟାୟ ଦାବିରେ ବିଜେଡ଼ି ପକ୍ଷରୁ ୧୨ ଘଣ୍ଟିଆ ହରତାଳ
  • ||
  • ଓଟିଇଟି ପ୍ରଶ୍ନପତ୍ର ଲିକ୍‌, ଆଜିଠୁ ୨ ଦିନିଆ ରିମାଣ୍ଡରେ ୨ ଅଭିଯୁକ୍ତ
  • ||
  • ଆଜି ଆରବସାଗରରେ ଭାରତ-ପାକିସ୍ତାନର ସମରାଭ୍ୟାସ, ଦୁଇ ଦେଶର ନୌସେନା ଦେଖାଇବେ ଶକ୍ତି
  • ||
  • ୧୩ରେ ଲଘୁଚାପ, କାଲିଠୁ ବଡ଼ ବର୍ଷା: ତିନି ଦିନ ପ୍ରବଳ ବର୍ଷା ନେଇ ପାଣିପାଗ ବିଭାଗର ଆଲର୍ଟ ଜାରି
  • ||

ବୁମରା ଏବଂ ସିରାଜଙ୍କ ଉତ୍ତରାଧିକାରୀ କିଏ ? ଭାରତୀୟ ଦଳରେ ପେସ୍ ବୋଲିଂ ବିଭାଗର ଭବିଷ୍ୟତ ଅନ୍ଧାର

Published By : Manash Sahoo | August 10, 2025 11:20 PM

ନୂଆଦିଲ୍ଲୀ, ୧୦/୦୮: ଆଣ୍ଡରସନ-ତେନ୍ଦୁଲକର ଟ୍ରଫି ଟେଷ୍ଟ ସିରିଜ ଶେଷ ହେବା ସହ ଭାରତୀୟ ଦଳ ଇତି ମଧ୍ୟରେ ସ୍ୱଦେଶ ଫେରି ବିଶ୍ରାମ ନେଉଛି । ଦଳର ଅଧିକାଂଶ ଖେଳାଳି ଆଗାମୀ ଦୁଲୀପ୍‌ ଟ୍ରଫି ପାଇଁ ପ୍ରସ୍ତୁତି ଆରମ୍ଭ କରିଥିବାବେଳେ ବାକି ଆହତ ଖେଳାଳି ଚିକିତ୍ସାଧୀନ ରହିଛନ୍ତି । ଓଭାଲ୍‌ରେ ଅନୁଷ୍ଠିତ ପଞ୍ଚମ ଟେଷ୍ଟରେ ରୋମାଞ୍ଚକର ବିଜୟକୁ ନେଇ ଭାରତୀୟ ଦଳକୁ ପ୍ରଶଂସା କରାଯାଉଛି । ଅସଲରେ କହିବାକୁ ଗଲେ ଭାରତୀୟ ଦଳ ଇଂଲଣ୍ଡରେ ଟେଷ୍ଟ ସିରିଜ ବିଜୟ ହାତଛଡ଼ା କରିଛି ।  ଲିଡ୍ସ ଓ ଲର୍ଡ୍ସରେ ଅନୁଷ୍ଠିତ ପ୍ରଥମ ଓ ତୃତୀୟ ଟେଷ୍ଟରେ ଭାରତ ବିଜୟ ନିକଟତର ହୋଇ  ମଧ୍ୟ ପରାଜିତ ହୋଇଥିଲା । ଉଭୟ ଟେଷ୍ଟରେ ବୋଲିଂ ଓ ଫିଲ୍ଡିଂରେ ତ୍ରୁଟି ପରାଜୟର କାରଣ  ସାଜିଥିଲା । ନିୟମିତ ଭାବେ ପେସ୍‌ ବୋଲିଂ ବିଭାଗରେ ପରିବର୍ତ୍ତନ ଓ ଲମ୍ବା ବ୍ୟାଟିଂ ବିଭାଗକୁ   ପ୍ରାଥମିକତା ଦେଇ ଭାରତ ପରାଜୟର ସାମ୍ନା କରିଥିଲା ବୋଲି କହିଲେ ଭୁଲ ହେବ ନାହିଁ । ପଞ୍ଚମ ଟେଷ୍ଟ ବିଜୟ ପରେ ମହମ୍ମଦ ସିରାଜ ପ୍ରଶଂସା ସାଉଁଟୁଛନ୍ତି । ସିରିଜ ପୂର୍ବରୁ ଯଶପ୍ରୀତ ବୁମରା ପେସ୍‌ ବୋଲିଂ ବିଭାଗର ମୁଖିଆ ରହିଥିଲେ । ସିରିଜ ଶେଷ ହେବା ବେଳକୁ ସିରାଜ ଏହି  ସ୍ଥାନ ଅକ୍ତିଆର କରିଥିଲେ । ବୁମରା ଓ ସିରାଜ ଦଳର ମୁଖ୍ୟ ପେସ୍‌ ବୋଲର ହୋଇସାରିଛନ୍ତି ।  ହେଲେ ଉଭୟଙ୍କ ପରେ ପେସ ବୋଲିଂ ବିଭାଗର ଦାୟିତ୍ୱ ମୁଣ୍ଡାଇବା ଭଳି ବୋଲର ଏପର୍ଯ୍ୟନ୍ତ  ମିଳିନାହିଁ । ବୁମରାଙ୍କ ବୟସ ୩୧ ବର୍ଷ । ବୁମରା ବାରମ୍ବାର ଆହତ ହେଉଥିବାରୁ ତାଙ୍କ କାର୍ଯ୍ୟଭାରକୁ ନିୟନ୍ତ୍ରଣ କରାଯାଉଛି । ଆଗକୁ ସିରାଜଙ୍କ କାର୍ଯ୍ୟଭାରକୁ ମଧ୍ୟ ସୀମିତ ରଖାଯିବ । ଫଳରେ ଉଭୟଙ୍କ ଅନୁପସ୍ଥିତିରେ ପେସ୍‌ ବୋଲିଂ ବିଭାଗର ଦାୟିତ୍ୱ ନେବେ କିଏ?

ବୁମରା, ସିରାଜ ମୁଖ୍ୟ ବୋଲର ବୁମରା ନିଶ୍ଚିତ ରୂପେ ବିଶ୍ୱର ଶ୍ରେଷ୍ଠ ପେସ୍‌ ବୋଲର ।  ହେଲେ ସେ ୩ଟି ଯାକ ଫର୍ମାଟ୍‌ ଖେଳୁଥିବାରୁ ଆହତ  ହେବାର ଆଶଙ୍କା ଅଧିକ । ୨୦୨୩ରେ ବୁମରା ପିଠିରେ  ଅସ୍ତ୍ରୋପଚାର କରିଥିଲେ । ଏହା ପରଠୁ ସେ ୧୮ଟି ଟେଷ୍ଟ  ଖେଳିଛନ୍ତି ଓ ୫୧୩.୨ ଓଭର ବୋଲିଂ କରିଛନ୍ତି । ଏହି  ସମୟ ମଧ୍ୟରେ ସିରାଜ ୨୪ଟି ଟେଷ୍ଟ ଖେଳି ବୋଲିଂ  କରିଛନ୍ତି ୫୮୧.୪ ଓଭର । ସମସ୍ତ ଫର୍ମାଟ୍‌, ବ୍ୟସ୍ତପୂର୍ଣ୍ଣ କ୍ରୀଡ଼ାସୂଚୀ, ଆହତ   ରେକର୍ଡକୁ ନେଇ ଏଣିକି ବୁମରାଙ୍କ କାର୍ଯ୍ୟଭାରକୁ   ନିୟନ୍ତ୍ରଣ କରିବାକୁ ବିସିସିଆଇ ନିଷ୍ପତ୍ତି ନେଇଛି । ହେଲେ  ତାଙ୍କ ଭଳି ଗୁରୁତ୍ୱ ପାଇନାହାନ୍ତି ସିରାଜ । ଇଂଲଣ୍ଡରେ ସେ  ୫ଟି ଯାକ ଟେଷ୍ଟ ଖେଳିଥିଲେ ଓ ମୋଟ୍‌ ୧୮୫.୩ ଓଭର  ବୋଲିଂ କରିଥିଲେ । ବୁମରା ପଦାର୍ପଣ କରିବା ଦିନଠୁ ୪ ଜଣ ପ୍ରମୁଖ  ବୋଲର ଭାରତୀୟ ଦଳରୁ ବାଦ ପଡ଼ି ସାରିଛନ୍ତି ।  ସେମାନେ ହେଲେ ମହମ୍ମଦ ସାମି, ଈଶାନ୍ତ ଶର୍ମା, ଉମେଶ   ଯାଦବ ଓ ଭୁବନେଶ୍ୱର କୁମାର । ପୂର୍ବରୁ ଏମାନେ ପେସ୍‌  ବୋଲିଂ ବିଭାଗ ସମ୍ଭାଳୁଥିଲେ । ସତ କହିବାକୁ ଗଲେ  ଉପରୋକ୍ତ ୪ ବୋଲରଙ୍କ ସ୍ଥାନ ପୂରଣ ହୋଇପାରି ନାହିଁ ।  ନିୟମିତ ଭାବେ ଫିଟ୍‌ ରହି ଟେଷ୍ଟ କ୍ରିକେଟ୍‌ ଖେଳିବା  ଭଳି ପେସ୍‌ ବୋଲର ଏପର୍ଯ୍ୟନ୍ତ ମିଳି ନାହାନ୍ତି । ବୁମରା  ପଦାର୍ପଣ କରିବା ପରଠୁ ଏକମାତ୍ର ପେସ ବୋଲର ଭାବେ  ସିରାଜ ୨୦ରୁ ଅଧିକ ଟେଷ୍ଟ ଖେଳିଛନ୍ତି । 

ନାହାନ୍ତି ନୂଆ ତାରକା ଏଣିକି ନୂଆ ପେସ୍‌ ବୋଲରଙ୍କୁ ଖୋଜି ଭବିଷ୍ୟତ ପାଇଁ  ପ୍ରସ୍ତୁତ କରିବାର ସମୟ ଆସିଛି । ଯେଉଁ ବୋଲର  ପେସ୍‌ ବୋଲିଂ ବିଭାଗ ସମ୍ଭାଳିବେ ଓ ନିୟମିତ ଭାବେ ଟେଷ୍ଟ କ୍ରିକେଟ୍‌ ଖେଳିପାରିବେ । ବୁମରା ଓ ସିରାଜଙ୍କ ବ୍ୟତୀତ ଆକାଶ ଦୀପ, ପ୍ରସିଦ୍ଧ କ୍ରିଷ୍ଣା ଓ ହର୍ଷିତ ରାଣା  ଟେଷ୍ଟ କ୍ରିକେଟ୍‌ ଖେଳୁଥିଲେ ହେଁ ଫିଟନେସ୍‌ ବଜାୟ  ରଖିବାରେ ବିଫଳ ହୋଇଛନ୍ତି । ଆକାଶ ଦୀପ ଉଭୟ  ଅଷ୍ଟ୍ରେଲିଆ ଓ ଇଂଲଣ୍ଡରେ ସିରିଜ ମଝିରେ ଆହତ  ହୋଇଥିଲେ । ପ୍ରସିଦ୍ଧ କ୍ରିଷ୍ଣା ବାରମ୍ବାର ଆହତ ହେବାର ରେକର୍ଡ ରହିଛି । ହର୍ଷିତ ମଧ୍ୟ ଟେଷ୍ଟ କ୍ରିକେଟ୍‌ରେ  ଲମ୍ବା ସ୍ପେଲ ପକାଇବାର କ୍ଷମତା ରଖିନାହାନ୍ତି । ଟେଷ୍ଟ  କ୍ରିକେଟ୍‌ ଖେଳିବାକୁ ହେଲେ ସିରାଜଙ୍କ ଭଳି ଫିଟ୍‌  ହେବାକୁ ପଡ଼ିବ । ବାରମ୍ବାର ଆହତ ହେଉଥିବା ବୋଲର  ପେସ୍‌ ବୋଲିଂ ବିଭାଗର ନେତୃତ୍ୱ ନେବା କଷ୍ଟକର ।  


ମୁକେଶ କୁମାର: ବେଙ୍ଗଲ ପକ୍ଷରୁ ଘରୋଇ କ୍ରିକେଟ୍‌   ଖେଳୁଥିବା ମୁକେଶ କୁମାର ଶୃଙ୍ଖଳିତ ଲାଇନ ଓ   ଲେଙ୍ଗଥ୍‌କୁ ନେଇ ପରିଚିତ । ହେଲେ ଗୌତମ ଗମ୍ଭୀରଙ୍କ  କୋଚିଂ ଟିମ୍‌ ତାଙ୍କୁ ସେଭଳି ଗୁରୁତ୍ୱ ଦେଉ ନାହାନ୍ତି ।  ଇଂଲଣ୍ଡ ଗସ୍ତରେ ଯାଇଥିବା ଭାରତ ଏ’ ଦଳରେ ସ୍ଥାନ  ପାଇଥିଲେ ମୁକେଶ । ଗୋଟିଏ ମ୍ୟାଚ୍‌ ଖେଳି ସେ  ୩ଟି ୱିକେଟ୍‌ ମଧ୍ୟ ନେଇଥିଲେ । ହେଲେ ଭାରତୀୟ  ଟେଷ୍ଟ ଦଳରେ ପେସ ବୋଲରମାନେ ଆହତ ହେବା  ସମୟରେ ମୁକେଶଙ୍କୁ ଅଣଦେଖା କରାଯାଇଥିଲା ଓ  ଅଂଶୁଲ କାମ୍ବୋଜଙ୍କୁ ନିଆଯାଇଥିଲା । ମୁକେଶ ୩ଟି  ଟେଷ୍ଟ ଖେଳି ୭ଟି ୱିକେଟ୍‌ ନେଇଛନ୍ତି । ରଣଜୀ ଟ୍ରଫିରେ  ୨୧୦ଟି ୱିକେଟ୍‌ ନେଇଥିଲେ ହେଁ ୩୧ବର୍ଷରେ ପହଞ୍ଚି  ସାରିଥିବାରୁ ମୁକେଶଙ୍କୁ ଆଗାମୀ ଭବିଷ୍ୟତ ରୂପେ  ବିବେଚନା କରାଯାଇପାରିବ ନାହିଁ ।  

ଆକାଶ ଦୀପ, ପ୍ରସିଦ୍ଧ: ଆକାଶ ଦୀପ ଓ ପ୍ରସିଦ୍ଧ  ଇଂଲଣ୍ଡରେ ଉନ୍ନତ ପ୍ରଦର୍ଶନ କରିଥିଲେ ହେଁ ପେସ  ବୋଲିଂ ବିଭାଗ ସମ୍ଭାଳିବା ଭଳି ଦକ୍ଷତା ଦେଖାଇ ନାହାନ୍ତି ।  ଆକାଶ ଦୀପ ନୂଆ ବଲ୍‌କୁ ସୁଇଂ କରାଇବାର ଦକ୍ଷତା  ରଖିଥଲେ ହେଁ ପୁରୁଣା ବଲ୍‌ରେ ସେ ଦୀଶାହୀନ ମନେ  ହେଉଛନ୍ତି । ପ୍ରସିଦ୍ଧଙ୍କୁ ଲାଇନ ଓ ଲେଙ୍ଗଥ୍‌ ଉପରେ ଢ଼େର  କାର୍ଯ୍ୟ କରିବାର ଅଛି । ପ୍ରସିଦ୍ଧଙ୍କ ବୟସ ୨୯ ବର୍ଷ ଓ ସେ  ଇତି ମଧ୍ୟରେ ମାତ୍ର ୫ଟି ଟେଷ୍ଟ ଖେଳିଛନ୍ତି ।   ଅର୍ଶଦୀପ, ହର୍ଷିତ, କାମ୍ବୋଜ: ଏହି ୩ ବୋଲରଙ୍କ   ମଧ୍ୟରେ ଅର୍ଶଦୀପ ଲମ୍ବା ରେସ୍‌ର ଘୋଡ଼ା ମନେ   ହେଉଛନ୍ତି । ମାତ୍ର ସେ ଏପର୍ଯ୍ୟନ୍ତ ଟେଷ୍ଟ ପଦାର୍ପଣ କରି  ନାହାନ୍ତି । ଟି-ଟ୍ୱେଣ୍ଟି ଦଳରେ ସେ ମୁଖ୍ୟ ବୋଲର । ଆଗକୁ  ସେ ଟେଷ୍ଟରେ ପେସ୍‌ ବୋଲିଂ ବିଭାଗ ସମ୍ଭାଳି ପାରିବେ ।  ହର୍ଷିତ ଓ କାମ୍ବୋଜଙ୍କୁ ସେମାନଙ୍କ ବୋଲିଂ ଉପରେ ବହୁ  କାର୍ଯ୍ୟ କରିବାକୁ ପଡ଼ିବ । ସୁଯୋଗ ଅପେକ୍ଷାରେ ଯୁବ ତାରକା ନିକଟ ଅତୀତର ଘରୋଇ କ୍ରିକେଟ୍‌ରେ ଦେଖିଲେ କିଛି  ପ୍ରତିଭାବାନ ପେସ୍‌ ବୋଲରଙ୍କ ନାମ ତାଲିକାରେ ସାମିଲ  ହୋଇପାରିବ । ଯେଉଁମାନଙ୍କୁ ଟେଷ୍ଟ କ୍ରିକେଟ୍‌ ପାଇଁ ପ୍ରସ୍ତୁତ  କରିହେବ । ମାତ୍ର ଏଥିପାଇଁ କୋଚ ଗମ୍ଭୀର ଓ ଅଧିନାୟକ  ଶୁଭମନ ଗିଲ ଯତ୍ନବାନ ହେବା ଜରୁରି ।  ଘରୋଇ କ୍ରିକେଟ୍‌ର ପ୍ରଦର୍ଶନ ବଳରେ ଆଲୋଚାନା  ମଧ୍ୟରେ ରହିଛନ୍ତି ଦିଲ୍ଲୀର ୨୧ ବର୍ଷିୟ ପେସ୍‌ ବୋଲର  ହିମାଂଶୁ ଚୌହାନ । ସେ ୧୨ଟି ପ୍ରଥମ ଶ୍ରେଣୀ ମ୍ୟାଚ୍‌ ଖେଳି  ୩୮ଟି ୱିକେଟ୍‌ ନେଇଛନ୍ତି । ସେହିପରି ଗୌରବ ଯାଦବ   ମଧ୍ୟ ଚୟନକର୍ତ୍ତାଙ୍କୁ ଆକର୍ଷିତ କରିଛନ୍ତି । ଗତ ରଣଜୀ  ଟ୍ରଫିରେ ସେ ପେସ୍‌ ବୋଲର ଭାବେ ସର୍ବାଧିକ ୪୧ଟି  ୱିକେଟ୍‌ ନେଇଥିଲେ । କର୍ଣ୍ଣାଟକର ବିଦ୍ୱତ କାଭେରପ୍ପା ଓ  ବିଜୟ କୁମାର ବୈଶାଖ ମଧ୍ୟ ନିୟମିତ ଭାବେ ଶୃଙ୍ଖଳିତ  ବୋଲିଂ କରି ଚୟନକର୍ତ୍ତାଙ୍କ ନଜରରେ ରହିଛନ୍ତି । ମୁମ୍ବାଇର  ମୋହିତ ଅବସ୍ତି ଓ ବିଦର୍ଭର ଆଦିତ୍ୟ ଠାକରେ ମଧ୍ୟ ଗତ  ରଣଜୀ ଟ୍ରଫି ସିଜନରେ ଦୃଷ୍ଟି ଆକର୍ଷଣ କରିଛନ୍ତି । ଏହି ଯୁବ ପେସ୍‌ ବୋଲରମାନଙ୍କୁ ଏବେଠୁ ଗଢ଼ିବାର ସମୟ ଆସିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.