ପ୍ରମୂଖ ଖବର
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ରିଷଭ ପନ୍ତଙ୍କୁ କ୍ଷମା ପ୍ରାର୍ଥନା କଲେ ଇଂଲଣ୍ଡର ଫାଷ୍ଟ ବୋଲର; ଜାଣନ୍ତୁ କାହିଁକି ଏମିତି କଲେ କ୍ରିସ୍ ଓ୍ବକ୍ସ

Published By : Manash Sahoo | August 8, 2025 8:42 AM

ନୂଆଦିଲ୍ଲୀ, ୦୮/୦୮ : ଆଣ୍ଡରସନ-ତେନ୍ଦୁଲକର  ଟ୍ରଫିର ଏକ ଘଟଣାକୁ ନେଇ ରିଷଭ ପନ୍ତଙ୍କୁ କ୍ଷମା ମାଗିଲେ ଫାଷ୍ଟ ବୋଲର କ୍ରିସ୍ ୱକ୍ସ କ୍ଷମା ମାଗିଛନ୍ତି । ପଞ୍ଚମ ଟେଷ୍ଟରେ ୱକ୍ସ ଆହତ ହୋଇଥିଲେ । ଫିଲ୍ଡିଂ ବେଳେ ତାଙ୍କ ବାମ କାନ୍ଧ  ଭାଙ୍ଗି ଯାଇଥିଲା । ତଥାପି ସେ ଅନ୍ତିମ ଦିବସରେ ବ୍ୟାଟିଂ କରିବାକୁ ଓହ୍ଲାଇଥିଲେ । ତାଙ୍କ ବାମ ହାତକୁ ବନ୍ଧାଯାଇ ସ୍ୱେଟର ଭିତରେ ରଖାଯାଇଥିଲା । ସେ କେବଳ ଡାହାଣ ହାତରେ ବ୍ୟାଟ୍‌ ଧରି ବ୍ୟାଟିଂ କରିବାର ଓଭାଲ ଗ୍ରାଉଣ୍ଡକୁ ଓହ୍ଲାଇଥିଲେ । ଡାହାଣ ହାତରେ ସେ ଏଲବୋ ଗାର୍ଡ ଲଗାଇଥିବାରୁ ବାମ ହାତି ବ୍ୟାଟର ଭାବେ ଗାର୍ଡ ନେବା  ଏକ ପ୍ରକାର ସ୍ପଷ୍ଟ ଥିଲା । ମାତ୍ର ସେ ବ୍ୟାଟିଂ କରିବାକୁ ସୁଯୋଗ ପାଇବା ପୂର୍ବରୁ ଇଂଲଣ୍ଡ ଅଲ୍‌ ଆଉଟ୍‌ ହୋଇଯାଇଥିଲା । ଗୋଟିଏ ହାତ ଭାଙ୍ଗିବା ସତ୍ତ୍ବେ ଦଳ ପାଇଁ ବ୍ୟାଟିଂ କରିବାକୁ ଓହ୍ଲାଇବା   ଏକ ସାହସିକ ପଦକ୍ଷେପ ଥିଲା । ଏଥିପାଇଁ ତାଙ୍କୁ ବହୁ ପ୍ରଶଂସା କରାଯାଇଥିଲା । ମ୍ୟାଚ୍ ପରେ ଭାରତୀୟ ଦଳର ସମସ୍ତ ଖେଳାଳି  ତାଙ୍କୁ ସମ୍ମାନ ଜଣାଇଥିଲେ । 

ସେପଟେ ଚତୁର୍ଥ ଟେଷ୍ଟ ମ୍ୟାଚ୍ ଆହତ ହୋଇ ଟିମ୍‌ରୁ ବାଦ୍ ପଡ଼ିଥିବା ପନ୍ତ ସୋସିଆଲ ମିଡ଼ିଆରେ ୱକ୍ସଙ୍କ ଫଟୋ ସହ ସାଲ୍ୟୁଟ୍‌ ଇମୋଜି ଅପଲୋଡ୍ କରିଥିଲେ । ଏହା ଦେଖିବା ପରେ ୱକ୍ସ ତାଙ୍କୁ ଧନ୍ୟବାଦ ଜଣାଇଥିଲେ । ଜବାବରେ ପନ୍ତ ତାଙ୍କ ନିକଟକୁ ଏକ ଭଏସ ମେସେଜ ପଠାଇଥିଲେ । ସେ କହିଥିଲେ, ‘ଆଶା କରୁଛି ତୁମେ ଖୁବ୍‌ ଶୀଘ୍ର ଫିଟ୍‌ ହେବ ଓ ଆମେ ପୁଣି ଥରେ ଗ୍ରାଉଣ୍ଡ ଭିତରେ ସାମ୍ନା ସାମ୍ନି ହେବା ।’  ପନ୍ତଙ୍କ ମେସେଜ ୱକ୍ସଙ୍କ ମନୋବଳ ବଢ଼ାଇ ଦେଇଥିଲା ।  ପରେ ୱକ୍ସ ମଧ୍ୟ ତାଙ୍କୁ କ୍ଷମା ମାଗିଥିଲେ । କାରଣ ଚତୁର୍ଥ ଟେଷ୍ଟରେ ୱକ୍ସଙ୍କ ବଲ୍‌ରେ ହିଁ ପନ୍ତ ଆହତ ହୋଇଥିଲେ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.