ପ୍ରମୂଖ ଖବର
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ପାକିସ୍ତାନୀ କ୍ରିକେଟର ହାଇଦର ଅଲ୍ଲୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ, ଗିରଫ କଲା ମାଞ୍ଚେଷ୍ଟର ପୁଲିସ

Published By : Anindita Ratha | August 8, 2025 12:24 PM

ନୂଆଦିଲ୍ଲୀ,୦୮/୦୮:  ପାକିସ୍ତାନୀ କ୍ରିକେଟର ହାଇଦର ଅଲ୍ଲୀଙ୍କ ବିରୋଧରେ ଦୁଷ୍କର୍ମ ଅଭିଯୋଗ । ଏନେଇ ତାଙ୍କୁ ଇଂଲଣ୍ଡର ଗ୍ରେଟର ମାଞ୍ଚେଷ୍ଟର ପୁଲିସ ଗିରଫ କରିଛି ।  ଏଥିସହ ତାଙ୍କ ବିରୋଧରେ ଏକ ମାମଲା ରୁଜୁ କରାଯିବା ସହ କ୍ରିକେଟରଙ୍କ ପାସପୋର୍ଟ ମଧ୍ୟ ଜବତ କରାଯାଇଛି। ଅନ୍ୟପଟେ ପାକିସ୍ତାନ କ୍ରିକେଟ ବୋର୍ଡ ମଧ୍ୟ ତାଙ୍କୁ ନିଲମ୍ବିତ କରିଛି।

ଏନେଇ ପିସିବିର ଜଣେ ମୁଖପାତ୍ର କହିଛନ୍ତି, “ଆମେ ଏହି ମାମଲା ଏବଂ ତଦନ୍ତ ବିଷୟରେ ଅବଗତ ହୋଇଛୁ। ତଦନ୍ତ ଶେଷ ନ ହେବା ପର୍ଯ୍ୟନ୍ତ ହାଇଦରଙ୍କୁ ନିଲମ୍ବନ କରାଯାଇଛି ଏବଂ ଆମେ ଇଂଲଣ୍ଡରେ ନିଜସ୍ୱ ତଦନ୍ତ କରିବୁ।”ତେବେ ପାକିସ୍ତାନ କ୍ରିକେଟ ଟିମରେ ଇଂଲଣ୍ଡ ଗସ୍ତରେ ଯାଇଥିବା ୨୪ ବର୍ଷୀୟ ହାଇଦର  ଅଲୀଙ୍କ ବିରୋଧରେ ପୁଲିସ ଅଗଷ୍ଟ ୪ରେ ଏକ ଅଭିଯୋଗ ପାଇଥିଲା। ସେହି ଦିନ ଦୁଷ୍କର୍ମର ଅଭିଯୋଗ ପାଇବା ପରେ, ସେଠାକାର ପୁଲିସ ତାଙ୍କୁ ଗିରଫ କରିଥିବା କହିଛି । ହାଇଦରଙ୍କ କ୍ରିକେଟ୍ କ୍ୟାରିୟର କଥା କହିବାକୁ ଗଲେ, ପାକିସ୍ତାନ କ୍ରିକେଟ୍ ଦଳ ପାଇଁ ୨ଟି ଦିନିକିଆ ଏବଂ ୩୫ଟି ୨୦ ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ତାଙ୍କର ଟି୨୦ରେ ୧୨୪ ଷ୍ଟ୍ରାଇକ୍ ରେଟରେ ୫୦୫ ରନ୍ ଅଛି, ଯେଉଁଥିରେ ୩ଟି ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ।୨୦୨୦ ମସିହାରେ ଅନ୍ତର୍ଜାତୀୟ କ୍ରିକେଟରେ ଡେବ୍ୟୁ କରିଥିବା ହାଇଦର ୨୦୨୩ ମସିହାରେ ଆଫଗାନିସ୍ତାନ ବିପକ୍ଷରେ ତାଙ୍କର ଶେଷ ଟି-୨୦ ମ୍ୟାଚ୍ ଖେଳିଥିଲେ। ପ୍ରକାଶ ଥାଉକି, ପାକିସ୍ତାନ କ୍ରିକେଟରେ ଏହା ପୂର୍ବରୁ ମଧ୍ୟ ଖେଳାଳିଙ୍କ ଅସଦାଚରଣ ଘଟଣା ଘଟିଛି। ୨୦୧୦ରେ ଇଂଲଣ୍ଡ ଗସ୍ତ ସମୟରେ ପାକିସ୍ତାନର ତତ୍କାଳୀନ ଟେଷ୍ଟ ଅଧିନାୟକ ସଲମାନ ବଟ୍ଟ, ମହମ୍ମଦ ଆମିର ଓ ମହମ୍ମଦ ଆସିଫଙ୍କୁ ସ୍ପଟ ଫିକ୍ସିଂ ଅଭିଯୋଗରେ ଗିରଫ କରାଯାଇ ପାଞ୍ଚ ବର୍ଷ ପାଇଁ ନିଷିଦ୍ଧ କରାଯାଇଥିଲା।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.