ପ୍ରମୂଖ ଖବର
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଟାରିଫ୍‌ ଯୋଗୁଁ ଆମେରିକାର କ୍ଷତି ହେଉଛି, ଟ୍ରମ୍ପଙ୍କୁ ଡଦାହରଣ ଦେଇ ବୁଝାଇଲେ ଦେଶର ପୂର୍ବତନ ଉପରାଷ୍ଟ୍ରପତି

Published By : Tapas Panda | August 8, 2025 10:37 PM

ନୂଆଦିଲ୍ଲୀ: ପୂର୍ବତନ ଆମେରିକା ଉପରାଷ୍ଟ୍ରପତି ମାଇକ ପେନ୍ସ ଡୋନାଲ୍ଡ ଟ୍ରମ୍ପଙ୍କ ଟାରିଫ୍ ନୀତି ଉପରେ ପ୍ରଶ୍ନ ଉଠାଇଛନ୍ତି। ସୋସିଆଲ ମିଡିଆ ପ୍ଲାଟଫର୍ମ X ରେ ପୋଷ୍ଟ କରି ସେ କହିଛନ୍ତି ଯେ, ଆମର କମ୍ପାନୀ ଏବଂ ଗ୍ରାହକମାନେ ଟାରିଫର ମୂଲ୍ୟ ଦେଉଛନ୍ତି । ସେ ଏକ ଆର୍ଟିକିଲ୍ ସେୟାର କରିଛନ୍ତି ଯେଉଁଥିରେ କୁହାଯାଇଛି ଯେ, ଫୋର୍ଡ ମାତ୍ର ତିନି ମାସରେ ୮୦୦ ନିୟୁତ ଡଲାର ଶୁଳ୍କ ପ୍ରଦାନ କରିଛି । ଡୋନାଲ୍ଡ ଟ୍ରମ୍ପଙ୍କ ପୂର୍ବ କାର୍ଯ୍ୟକାଳରେ ମାଇକ ପେନ୍ସ ଉପରାଷ୍ଟ୍ରପତି ଥିଲେ। 

ବ୍ଲୁମବର୍ଗର ଏକ ରିପୋର୍ଟ ଅନୁଯାୟୀ, ଫୋର୍ଡର ମୁଖ୍ୟ କାର୍ଯ୍ୟନିର୍ବାହୀ ଅଧିକାରୀ କହିଛନ୍ତି ଯେ, କମ୍ପାନୀ ହ୍ୱାଇଟ୍ ହାଉସ୍ ସହିତ ଯୋଗାଯୋଗରେ ଅଛି ଏବଂ ଶୁଳ୍କ ହ୍ରାସ କରିବା ବିଷୟରେ ଟ୍ରମ୍ପ ପ୍ରଶାସନ ସହିତ କଥାବାର୍ତ୍ତା କରୁଛି । ଟ୍ରମ୍ପ ଅଧିକାଂଶ ସାମଗ୍ରୀ ଉପରେ ଶୁଳ୍କ ବୃଦ୍ଧି କରିଛନ୍ତି, ଯେଉଁଥିରେ କାର ଏବଂ ଗାଡି ପାର୍ଟସ ସହିତ ଏହାର ଉତ୍ପାଦନରେ ବ୍ୟବହୃତ ସାମଗ୍ରୀ ମଧ୍ୟ ଅନ୍ତର୍ଭୁକ୍ତ ।

 ଆମେରିକାର ଅନ୍ୟ ଯେକୌଣସି କାର ନିର୍ମାତାଙ୍କ ତୁଳନାରେ ଫୋର୍ଡ ଅଧିକ ଯାନବାହାନ ତିଆରି କରେ। ଗତ ବର୍ଷ କମ୍ପାନୀ ୧.୮ ନିୟୁତ କାର ତିଆରି କରିଥିଲା। ଫୋର୍ଡ ଆମେରିକାରେ ୫୭୦୦୦ ଲୋକଙ୍କୁ ନିଯୁକ୍ତି ଦେଇଛି। ଟ୍ରମ୍ପଙ୍କ ଶୁଳ୍କ ଦ୍ୱାରା ଫୋର୍ଡ ପ୍ରଭାବିତ ହେଉଛି । କମ୍ପାନୀ ଘୋଷଣା କରିଛି ଯେ ଏହା ୨୦୨୫ ର ଦ୍ୱିତୀୟ ତ୍ରୈମାସିକରେ ଶୁଳ୍କ ସମ୍ବନ୍ଧୀୟ ଖର୍ଚ୍ଚ ପାଇଁ ୮୦୦ ନିୟୁତ ଡଲାର ଦେଇଛି । ଏହା ଦ୍ବାରା କମ୍ପାନୀର ବାର୍ଷିକ ଲାଭ ପ୍ରାୟ ୩ ବିଲିୟନ ଡଲାର ହ୍ରାସ କରିବ।

ଫୋର୍ଡର ଏହି ତଥ୍ୟ ଟ୍ରମ୍ପ ପ୍ରଶାସନର ସେହି ମିଛକୁ ପଦାରେ ପକାଇଛି । ଟ୍ରମ୍ପ ପ୍ରଶାସନ କହିଥିଲା ଯେ, ଆମେରିକାରେ ଉତ୍ପାଦ ନିର୍ମାଣ କରୁଥିବା କମ୍ପାନୀଗୁଡ଼ିକୁ ପ୍ରଭାବିତ କରିବ ନାହିଁ । ଟ୍ରମ୍ପ ଇସ୍ପାତ ଏବଂ ଆଲୁମିନିୟମ ଉପରେ ୫୦ ପ୍ରତିଶତ ଶୁଳ୍କ ଲାଗୁ କରିଛନ୍ତି। ଅଟୋ ନିର୍ମାଣକାରୀ କମ୍ପାନୀଗୁଡ଼ିକୁ ଏହି ଦୁଇଟି ଧାତୁର ସବୁଠାରୁ ଅଧିକ ଆବଶ୍ୟକତା ଅଛି।

ଅନ୍ୟ ଦେଶରୁ କାର୍ ପାର୍ଟସ୍ ଆମଦାନୀ କରିବା ଉପରେ ଲାଗୁ ହୋଇଥିବା ୨୫ ପ୍ରତିଶତ ଶୁଳ୍କ ଯେକୌଣସି ଆମେରିକୀୟ କାର୍ ନିର୍ମାତାଙ୍କ ଉପରେ ଏକ ବଡ଼ ପ୍ରଭାବ ପକାଇବ । ସେହିପରି, ଜେନେରାଲ୍ ମୋଟର୍ସ ରିପୋର୍ଟ କରିଛି ଯେ, ଶୁଳ୍କ ଯୋଗୁଁ ଦ୍ୱିତୀୟ ତ୍ରୈମାସିକରେ କମ୍ପାନୀ ୧ ବିଲିୟନ ଡଲାରରୁ ଅଧିକ କ୍ଷତି ସହିଛି । ଫୋର୍ଡ ସମେତ ଅନେକ ଆମେରିକୀୟ କାର୍ କମ୍ପାନୀ ଏପର୍ଯ୍ୟନ୍ତ ଗ୍ରାହକଙ୍କ ଉପରେ ଶୁଳ୍କର ବୋଝ ଲଦି ନାହାନ୍ତି ।  କିନ୍ତୁ କ୍ଷତି ବୃଦ୍ଧି ପାଉଥିବାରୁ କମ୍ପାନୀଗୁଡ଼ିକ ଅଧିକ ଦିନ ଗ୍ରାହକଙ୍କୁ ଆଶ୍ବସ୍ତି ଦେଇପାରିବେ ନାହିଁ ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.