ପ୍ରମୂଖ ଖବର
  • ଭୁବନେଶ୍ବର ପାତ୍ରପଡା ଛକରେ ଦୁର୍ଘଟଣାରେ ଝିଅ ମୃତ, ମା’-ପୁଅ ଗୁରୁତର
  • ||
  • କୁଜଙ୍ଗ : ଦଶାହ କର୍ମ ସମୟରେ ତାଳଦଣ୍ଡା କେନାଲରେ ଭାସିଯାଇ ଯୁବକ ମୃତ
  • ||
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଫୋନ୍‌ ଦେଖିବାରେ କଟକଣା, ମନ୍ଦିର ଛାଡ଼ିଲେ ୩୦ ସନ୍ନ୍ୟାସୀ

Published By : Anindita Ratha | August 9, 2025 3:01 PM

ନୂଆଦିଲ୍ଲୀ,୦୯/୦୮: ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ ଚୀନ୍‌ର ଶାଓଲିନ୍‌ ମନ୍ଦିରରେ ନୂଆ ମଠାଧୀଶ ନିଯୁକ୍ତ ହୋଇଛନ୍ତି । ନବନିଯୁକ୍ତ ମଠାଧୀଶ ଶି ୟିନ୍‌ଲେ ଦାୟିତ୍ୱ ହାତକୁ ନେବା ପରେ ପରେ ସନ୍ନ୍ୟାସୀ ଓ ମନ୍ଦିର କର୍ମଚାରୀମାନଙ୍କର ମୋବାଇଲ ଫୋନ୍‌ ବ୍ୟବହାର ସମୟକୁ କମାଇ ଦେଇଛନ୍ତି । ସେତିକି ନୁହେଁ, ଖାଦ୍ୟପେୟର କଠୋର ନିୟମ ଏବଂ କାମ କରିବାର ଅବଧିକୁ ମଧ୍ୟ ବଢ଼ାଇ ଦେଇଛନ୍ତି । ଶି ୟିନ୍‌ଲେଙ୍କର ଏହି କଠୋର ନିୟମ ପରେ ୩୦ରୁ ଅଧିକ ସନ୍ନ୍ୟାସୀ ଓ କର୍ମଚାରୀ ମନ୍ଦିର ଛାଡ଼ି ଚାଲିଯାଇଛନ୍ତି ।

ପୂର୍ବତନ ଶାଓଲିନ୍‌ ମଠାଧୀଶ ଶି ୟୋଙ୍ଗସିନ୍‌ ଦୀର୍ଘ ୨ ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ଚୀନ୍‌ର ହେନାନ ପ୍ରାନ୍ତରେ ସ୍ଥିତ ଏହି ମନ୍ଦିରର ନେତୃତ୍ୱ ନେଇ ଆସୁଥିଲେ । କିନ୍ତୁ ତାଙ୍କ ବିରୋଧରେ ଆର୍ଥିକ ଓ ଯୌନ କେଳେଙ୍କାରୀ ମାମଲାର ଯାଞ୍ଚ୍‌ ଚାଲିଥିବାରୁ ତାଙ୍କ ସ୍ଥାନରେ ୫୯ ବର୍ଷୀୟ ଶି ୟିନ୍‌ଲେଙ୍କୁ ନିଯୁକ୍ତ କରାଯାଇଛି । ଗତ ଜୁଲାଇ ୨୯ ତାରିଖରେ ମଠାଧୀଶ ଭାବେ ନିଯୁକ୍ତ ହେବା ପରେ ସେ ତତ୍‌କ୍ଷଣାତ୍‌ ୫ ସଂସ୍କାର ଘୋଷଣା କଲେ । ତନ୍ମଧ୍ୟରେ ବ୍ୟବସାୟିକ ପ୍ରଦର୍ଶନକୁ ରୋକିବା, ମହଙ୍ଗା ଅଭିଷେକ ଅନୁଷ୍ଠାନ ଉପରେ ପ୍ରତିବନ୍ଧକ, ମନ୍ଦିର ଦୋକାନଗୁଡ଼ିକୁ ହଟାଇବା, ଚାଷ ମାଧ୍ୟମରେ ମଠଗୁଡ଼ିକର ଆତ୍ମନିର୍ଭରତାକୁ ପ୍ରୋତ୍ସାହନ, ପୂର୍ବରୁ ସମାଲୋଚିତ ଶୁଳ୍କକୁ ହଟାଇ ଆୟ ବିତରଣରେ ସୁଧାର ସାମିଲ । 

ଶିଙ୍କ ଅନୁସାରେ, ସନ୍ନ୍ୟାସୀମାନେ ଆଧ୍ୟାତ୍ମିକ ମାର୍ଗରୁ ଓହରି ଯାଇଥିଲେ । ସେମାନେ ପ୍ରକୃତରେ ଅଭ୍ୟାସ କରୁନଥିଲେ କିମ୍ବା କାମ ମଧ୍ୟ କରୁନଥିଲେ । ଉଦାହରଣ ଦେଇ ସେ କହିଲେ, ସନ୍ନ୍ୟାସୀମାନେ ବାହାରୁ ଖାଦ୍ୟ ମଗାଇ ଧ୍ୟାନ କକ୍ଷରେ ଖାଉଛନ୍ତି ଏବଂ ମନ୍ତ୍ରପାଠ ସମୟରେ ପପ୍‌ ମ୍ୟୁଜିକ୍‌ ଶୁଣୁଛନ୍ତି । ନୂଆ ନିୟମରେ ସନ୍ନ୍ୟାସୀଙ୍କୁ ସକାଳ ୪.୩୦ରେ ପ୍ରଭାତ ପ୍ରାର୍ଥନା ପାଇଁ ଏକତ୍ର ହେବା ବାଧ୍ୟତାମୂଳକ କରାଯାଇଛି । ଏହା ପରେ ସେମାନେ ଚାଷ ଓ ଜେନ୍‌ ମାର୍ଶଲ ଆର୍ଟ ଅଭ୍ୟାସ କରିବେ । କେନ୍ଦ୍ରୀୟ ଭଣ୍ଡାର ଘରେ ସମସ୍ତଙ୍କ ମୋବାଇଲ ଫୋନ୍‌ ରହିବ । ସମସ୍ତ ପ୍ରକାର ମନୋରଞ୍ଜନକୁ ନିଷିଦ୍ଧ ଘୋଷଣା କରାଯାଇଛି । ମୋବାଇଲ ଫୋନ୍‌ ଦେଖିବା ସମୟକୁ ୩୦ ମିନିଟ୍‌କୁ ହ୍ରାସ କରାଯାଇଛି । ଏହି ନିୟମ ଅନ୍ତର୍ଗତ ଲଗାତାର ୩ ମାସ ପର୍ଯ୍ୟନ୍ତ ମୂଲ୍ୟାଙ୍କନରେ ବିଫଳ ହେଲେ, ସନ୍ନ୍ୟାସୀଙ୍କୁ ମଠ ଛାଡ଼ିବାକୁ ପଡ଼ିବ । ମଠାଧୀଶଙ୍କର ଏହି କଠୋର ପଦକ୍ଷେପ ପରେ ଅଧିକାଂଶ ସନ୍ନ୍ୟାସୀ ମନ୍ଦିର ଛାଡ଼ି ଚାଲିଗଲେଣି । ସୂଚନାଯୋଗ୍ୟ, ଶାଓଲିନ୍‌ ମନ୍ଦିର ଧାର୍ମିକ ଅନୁଷ୍ଠାନ ପାଇଁ ନୁହେଁ³ ବରଂ ମାର୍ଶଲ ଆର୍ଟ ଓ ସଂସ୍କୃତି ପାଇଁ ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.