ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଫୋନ୍‌ ଦେଖିବାରେ କଟକଣା, ମନ୍ଦିର ଛାଡ଼ିଲେ ୩୦ ସନ୍ନ୍ୟାସୀ

Published By : Harapriya Biswal | August 9, 2025 6:50 PM

ବେଜିଂ,୯।୮: ଅନ୍ତର୍ଜାତୀୟ ସ୍ତରରେ ପ୍ରସିଦ୍ଧ ଚୀନ୍‌ର ଶାଓଲିନ୍‌ ମନ୍ଦିରରେ ନୂଆ ମଠାଧୀଶ ନିଯୁକ୍ତ ହୋଇଛନ୍ତି । ନବନିଯୁକ୍ତ ମଠାଧୀଶ ଶି ୟିନ୍‌ଲେ ଦାୟିତ୍ୱ ହାତକୁ ନେବା ପରେ ପରେ ସନ୍ନ୍ୟାସୀ ଓ ମନ୍ଦିର କର୍ମଚାରୀମାନଙ୍କର ମୋବାଇଲ ଫୋନ୍‌ ବ୍ୟବହାର ସମୟକୁ କମାଇ ଦେଇଛନ୍ତି । ସେତିକି ନୁହେଁ, ଖାଦ୍ୟପେୟର କଠୋର ନିୟମ ଏବଂ କାମ କରିବାର ଅବଧିକୁ ମଧ୍ୟ ବଢ଼ାଇ ଦେଇଛନ୍ତି । ଶି ୟିନ୍‌ଲେଙ୍କର ଏହି କଠୋର ନିୟମ ପରେ ୩୦ରୁ ଅଧିକ ସନ୍ନ୍ୟାସୀ ଓ କର୍ମଚାରୀ ମନ୍ଦିର ଛାଡ଼ି ଚାଲିଯାଇଛନ୍ତି । 

ପୂର୍ବତନ ଶାଓଲିନ୍‌ ମଠାଧୀଶ ଶି ୟୋଙ୍ଗସିନ୍‌ ଦୀର୍ଘ ୨ ଦଶନ୍ଧିରୁ ଉଦ୍ଧ୍ୱର୍ ସମୟ ଧରି ଚୀନ୍‌ର ହେନାନ ପ୍ରାନ୍ତରେ ସ୍ଥିତ ଏହି ମନ୍ଦିରର ନେତୃତ୍ୱ ନେଇ ଆସୁଥିଲେ । କିନ୍ତୁ ତାଙ୍କ ବିରୋଧରେ ଆର୍ଥିକ ଓ ଯୌନ କେଳେଙ୍କାରୀ ମାମଲାର ଯାଞ୍ଚ୍‌ ଚାଲିଥିବାରୁ ତାଙ୍କ ସ୍ଥାନରେ ୫୯ ବର୍ଷୀୟ ଶି ୟିନ୍‌ଲେଙ୍କୁ ନିଯୁକ୍ତ କରାଯାଇଛି । ଗତ ଜୁଲାଇ ୨୯ ତାରିଖରେ ମଠାଧୀଶ ଭାବେ ନିଯୁକ୍ତ ହେବା ପରେ ସେ ତତ୍‌କ୍ଷଣାତ୍‌  ୫ ସଂସ୍କାର ଘୋଷଣା କଲେ । ତନ୍ମଧ୍ୟରେ ବ୍ୟବସାୟିକ ପ୍ରଦର୍ଶନକୁ ରୋକିବା, ମହଙ୍ଗା ଅଭିଷେକ ଅନୁଷ୍ଠାନ ଉପରେ ପ୍ରତିବନ୍ଧକ, ମନ୍ଦିର ଦୋକାନଗୁଡ଼ିକୁ ହଟାଇବା, ଚାଷ ମାଧ୍ୟମରେ ମଠଗୁଡ଼ିକର ଆତ୍ମନିର୍ଭରତାକୁ ପ୍ରୋତ୍ସାହନ, ପୂର୍ବରୁ ସମାଲୋଚିତ ଶୁଳ୍କକୁ ହଟାଇ ଆୟ ବିତରଣରେ ସୁଧାର ସାମିଲ । ଶିଙ୍କ ଅନୁସାରେ, ସନ୍ନ୍ୟାସୀମାନେ ଆଧ୍ୟାତ୍ମିକ ମାର୍ଗରୁ ଓହରି ଯାଇଥିଲେ । ସେମାନେ ପ୍ରକୃତରେ ଅଭ୍ୟାସ କରୁନଥିଲେ କିମ୍ବା କାମ ମଧ୍ୟ କରୁନଥିଲେ । ଉଦାହରଣ ଦେଇ ସେ କହିଲେ, ସନ୍ନ୍ୟାସୀମାନେ ବାହାରୁ ଖାଦ୍ୟ ମଗାଇ ଧ୍ୟାନ କକ୍ଷରେ ଖାଉଛନ୍ତି ଏବଂ ମନ୍ତ୍ରପାଠ ସମୟରେ ପପ୍‌ ମ୍ୟୁଜିକ୍‌ ଶୁଣୁଛନ୍ତି । 

ନୂଆ ନିୟମରେ ସନ୍ନ୍ୟାସୀଙ୍କୁ ସକାଳ ୪.୩୦ରେ ପ୍ରଭାତ ପ୍ରାର୍ଥନା ପାଇଁ ଏକତ୍ର ହେବା ବାଧ୍ୟତାମୂଳକ କରାଯାଇଛି । ଏହା ପରେ ସେମାନେ ଚାଷ ଓ ଜେନ୍‌ ମାର୍ଶଲ ଆର୍ଟ ଅଭ୍ୟାସ କରିବେ । କେନ୍ଦ୍ରୀୟ ଭଣ୍ଡାର ଘରେ ସମସ୍ତଙ୍କ ମୋବାଇଲ ଫୋନ୍‌ ରହିବ । ସମସ୍ତ ପ୍ରକାର ମନୋରଞ୍ଜନକୁ ନିଷିଦ୍ଧ ଘୋଷଣା କରାଯାଇଛି । ମୋବାଇଲ ଫୋନ୍‌ ଦେଖିବା ସମୟକୁ ୩୦ ମିନିଟ୍‌କୁ ହ୍ରାସ କରାଯାଇଛି । ଏହି ନିୟମ ଅନ୍ତର୍ଗତ ଲଗାତାର ୩ ମାସ ପର୍ଯ୍ୟନ୍ତ ମୂଲ୍ୟାଙ୍କନରେ ବିଫଳ ହେଲେ, ସନ୍ନ୍ୟାସୀଙ୍କୁ ମଠ ଛାଡ଼ ିବାକୁ ପଡ଼ ିବ । ମଠାଧୀଶଙ୍କର ଏହି କଠୋର ପଦକ୍ଷେପ ପରେ ଅଧିକାଂଶ ସନ୍ନ୍ୟାସୀ ମନ୍ଦିର ଛାଡ଼ି ଚାଲିଗଲେଣି । ସୂଚନାଯୋଗ୍ୟ, ଶାଓଲିନ୍‌ ମନ୍ଦିର ଧାର୍ମିକ ଅନୁଷ୍ଠାନ ପାଇଁ ନୁହେଁ³ ବରଂ ମାର୍ଶଲ ଆର୍ଟ ଓ ସଂସ୍କୃତି ପାଇଁ ବିଶ୍ୱରେ ପ୍ରସିଦ୍ଧି ଅର୍ଜନ କରିଛି।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.