ନୂଆଦିଲ୍ଲୀ: ସିଙ୍ଗାପୁର ପୋଲିସ ଫୋର୍ସର ଏକ ଭିଡିଓ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚାର କେନ୍ଦ୍ର ପାଲଟିଛି । ଜାତୀୟ ଦିବସ ପରେଡ୍ ୨୦୨୫ରେ ସିଙ୍ଗାପୁର ପୁଲିସର ଏହି ଭିଡିଓ ଭାରତୀୟଙ୍କୁ ବେଶୀ ଆକୃଷ୍ଟ କରିଛି । ସୁପରଷ୍ଟାର ରଜନୀକାନ୍ତଙ୍କ ଅପକମିଂ ଫିଲ୍ମ ‘କୁଲି’ର ଲୋକପ୍ରିୟ ଗୀତ ‘ପାଓ୍ବାର ହାଉସ୍’ ତାଳେ ତାଳେ ପରେଡ କରିଛି ସଙ୍ଗାପୁର ପୁଲିସ ।
ଭିଡିଓରେ ଦେଖିବାକୁ ମିଳୁଛି, ୟୁନିଫର୍ମ ପିନ୍ଧା ଅଧିକାରୀମାନେ ଧୀର ଗତିରେ ଆଗକୁ ବଢ଼ୁଛନ୍ତି । ସେମାନଙ୍କ ପିଠି କ୍ୟାମେରା ଆଡ଼କୁ ରହିଛି । ଅଟଳ ଆତ୍ମବିଶ୍ୱାସର ଏକ ପରିବେଶ ସୃଷ୍ଟି ହେଉଛି । ଏହି ସମୟରେ ପାୱାର ହାଉସର ବିଟ୍ ସ୍ଥିତିକୁ ଆହୁରି ତୀବ୍ର କରୁଛି । ପରେଡ୍ ଦୃଶ୍ୟ ଏକ ଫିଲ୍ମ ଟ୍ରେଲର ଭଳି ଅନୁଭୂତ ହେଉଛି । ସିଙ୍ଗାପୁର ପୁଲିସର ଏହି ପୋଷ୍ଟ ଖୁବଶୀଘ୍ର ଭାଇରାଲ ହୋଇଛି । ୬ ନିୟୁତରୁ ଅଧିକ ଭିଉ ହୋଇଥିବା ବେଳେ କମେଣ୍ଟ ବର୍ଷା ହୋଇଛି । ଜଣେ ୟୁଜର ଲେଖିଛନ୍ତି, ‘ଏବେ ପର୍ଯ୍ୟନ୍ତ ସବୁଠାରୁ ଷ୍ଟାଇଲିସ୍ ପୁଲିସ ପରେଡ୍ ଭିଡିଓ ।’
ଅନ୍ୟ ଜଣେ ଲେଖିଛନ୍ତି, ‘କେବଳ ସିଙ୍ଗାପୁର ପୁଲିସ ହିଁ ଏହାକୁ ସଫଳ କରିପାରିବ।’ କେହି କେହି ରଜନୀକାନ୍ତଙ୍କ ଫିଲ୍ମର ଏହି ଗୀତକୁ ଖୁବ ପ୍ରଶଂସା କରିଛନ୍ତି । ଜଣେ ୟୁଜର ଲେଖିଛନ୍ତି, ମୁଁ ଏହି ଗୀତକୁ ଦଶ ଥର ଦେଖିସାରିଛି । ଅନେକ ୟୁଜର ଅଧିକାରୀମାନଙ୍କର ସଂଯମତାକୁ ପ୍ରଶଂସା ମଧ୍ୟ କରିଛନ୍ତି । ସେପଟେ ଶୃଙ୍ଖଳା କେବେ ବି ଏତେ ସିନେମାଟିକ୍ ଭାବରେ ଦେଖାଯାଇନାହିଁ।
ଲୋକେଶ କନଗରାଜଙ୍କ ନିର୍ଦ୍ଦେଶିତ ଏବଂ କଳାନିଥି ମାରନଙ୍କ ଦ୍ୱାରା ପ୍ରଯୋଜିତ କୁଲି ପାଇଁ ଉତ୍ସାହ ବୃଦ୍ଧି ପାଇଛି । ଫିଲ୍ମ ରିଲିଜ ପୂର୍ବରୁ ଏହାର ଗୀତ ‘ପାୱାରହାଉସ୍’ ଲୋକପ୍ରିୟତାର ଶୀର୍ଷରେ ପହଞ୍ଚିଛି । ଫିଲ୍ମରେ ରଜନୀକାନ୍ତ, ନାଗାର୍ଜୁନ, ଉପେନ୍ଦ୍ର, ଆମିର ଖାନ, ସୌବିନ ଶାହିର, ସତ୍ୟରାଜ, ଶ୍ରୁତି ହାସନ, ରେବା ମୋନିକା ଜନ୍, ଜୁନିଅର ଏମଜିଆର, ମୋନିଷା ବ୍ଲେସି ଏବଂ କାଳୀ ଭେଙ୍କଟଙ୍କ ଭଳି ଷ୍ଟାର କାଷ୍ଟ ଅଛନ୍ତି।