ପ୍ରମୂଖ ଖବର
  • ରକ୍ଷା ବନ୍ଧନରେ ରାଜ୍ୟ ସରକାରଙ୍କ ଭେଟି, ହିତାଧିକାରୀଙ୍କ ବ୍ୟାଙ୍କ ଖାତାକୁ ଆସିଲା ‘ସୁଭଦ୍ରା’ ଟଙ୍କା
  • ||
  • କୋରାପୁଟ : ମୁଖ୍ୟମନ୍ତ୍ରୀଙ୍କ ହାତରେ ରାକ୍ଷୀ ବାନ୍ଧିଲେ ଜୟପୁର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଛାତ୍ରୀ
  • ||
  • ଉଜ୍ଜ୍ୱଳା ସବ୍‌ସିଡି ପାଇଁ ୧୨ ହଜାର କୋଟି ମଞ୍ଜୁରୀ, ତୈଳ କମ୍ପାନିଙ୍କୁ ୩୦ ହଜାର କୋଟି କ୍ଷତିପୂରଣ
  • ||
  • ବିଜେବି ନଗରରେ ବ୍ୟାପିଲା ଜଣ୍ଡିସ୍, ପାଣି ନମୁନା ସଂଗ୍ରହ ସହ ସତର୍କ ରହିବାକୁ ପରାମର୍ଶ
  • ||
  • ଜମ୍ମୁକାଶ୍ମୀରରେ ଆତଙ୍କବାଦୀଙ୍କ ସହ ଗୁଳିବିନିମୟରେ ୨ ଯବାନ ସହିଦ ୧୦ ଜଣ ଗୁରୁତର ଆହତ
  • ||
  • ନୂଆପଡ଼ା : ଏନ୍‌ଏଚ୍ ୩୫୩ କ୍ରିଷ୍ଣା ଛକରେ ଦୁର୍ଘଟଣା; ଟ୍ରକ୍‌ ଧକ୍କାରେ ମାମୁ ଭଣଜା ମୃତ
  • ||
  • ଋଷ-ୟୁକ୍ରେନ୍‌ ଯୁଦ୍ଧ ଶେଷ କରିବା ପ୍ରସ୍ତୁତି ,ଅଗଷ୍ଟ ୧୫ରେ ଡୋନାଲ୍ଡ ଟ୍ରମ୍ପ ଓ ପୁଟିନ୍‌ଙ୍କ ବଡ଼ ବୈଠକ
  • ||
  • ରାକ୍ଷୀ ପୂର୍ଣ୍ଣିମା; ଭାଇ ହାତରେ ସମ୍ପର୍କର ସୂତା ବାନ୍ଧି ସୁରକ୍ଷାର ପ୍ରତିଶ୍ରୁତି ନେଲେ ଭଉଣୀ
  • ||
  • ରାକ୍ଷୀ ପୂର୍ଣ୍ଣିମାରେ ମିଳିବ ସୁଭଦ୍ରା ତୃତୀୟ କିସ୍ତି; ଜୟପୁର ସଭାରୁ ଟଙ୍କା ବାଣ୍ଟିବେ ମୁଖ୍ୟମନ୍ତ୍ରୀ
  • ||

ଜାରି ରହିବ ଆମେରିକାରୁ ପ୍ରତିରକ୍ଷା ସାମଗ୍ରୀ କ୍ରୟ, ଟାରିଫକୁ ନେଇ ଆମେରିକା ସହ କେନ୍ଦ୍ର ସରକାରଙ୍କ ଆଲୋଚନା

Published By : Swapna Ray | August 9, 2025 10:19 AM

ନୂଆଦିଲ୍ଲୀ, ୯।୮: ଆମେରିକାରୁ ପ୍ରତିରକ୍ଷା ସାମଗ୍ରୀ କିଣିବା ଲାଗି ହୋଇଥିବା ଚୁକ୍ତି ପୂର୍ବଭଳି ଜାରି ରହିବ । ପ୍ରତିରକ୍ଷା ମନ୍ତ୍ରଣାଳୟ ସୂତ୍ରରୁ ଆଜି ଏହି ସୂଚନା ଦିଆଯାଇଛି । ଏଥିସହ ଟାରିଫ ବିବାଦକୁ ନେଇ ଆମେରିକାରୁ ପ୍ରତିରକ୍ଷା ଚୁକ୍ତି ଉପରେ ଭାରତ ରୋକ୍‌ ଲଗାଇଛି ବୋଲି ଯେଉଁ ଖବର ପ୍ରକାଶ ପାଇଛି ତାକୁ ମନ୍ତ୍ରଣାଳୟ ଖଣ୍ଡନ କରିଛି । କହିଛି ଏହା ମନଗଢ଼ା ଓ କପୋଳକଳ୍ପିତ । କ୍ରୟ ପ୍ରକ୍ରିୟାରେ ଅଗ୍ରଗତି ଘଟିଛି ଏବଂ ପୂର୍ବଭଳି ଜାରି ରହିବ । ମନ୍ତ୍ରଣାଳୟର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ଯେ ପ୍ରତିରକ୍ଷା ଚୁକ୍ତି ଉପରେ ରୋକ୍‌ ଲଗାଇବା ପାଇଁ କୌଣସି ଲିଖିତ ଆଦେଶନାମା ଦିଆଯାଇନାହିଁ । ହୁଏତ ଟାରିଫ ବିବାଦ ତୁଟିବା ପରେ ଏହା ଉପରେ କୌଣସି ନିଷ୍ପତ୍ତି ନିଆଯାଇପାରେ । ଟାରିଫକୁ ନେଇ ଆମେରିକା ସହ କେନ୍ଦ୍ର ସରକାରଙ୍କ ଆଲୋଚନା ଜାରି ରହିବ । ଟାରିଫ ଓ ଦ୍ୱିପାକ୍ଷିକ ସମ୍ପର୍କ ଉପରେ ସ୍ପଷ୍ଟତା ମିଳିବା ପରେ ପ୍ରତିରକ୍ଷା ଚୁକ୍ତି ଉପରେ କିଛି ନିଷ୍ପତ୍ତି ନିଆଯିବ । ଏଥିସହ ପ୍ରତିରକ୍ଷା ସାମଗ୍ରୀ କିଣା ପ୍ରକ୍ରିୟା ଆଗକୁ ବଢ଼ିବ । 

ପୂର୍ବରୁ ଖବର ସରବରାହ ସଂସ୍ଥା ରଏଟର୍ସ ୩ ଜଣ ଭାରତୀୟ ଅଧିକାରୀଙ୍କ ସୂତ୍ରକୁ ଉଦ୍ଧାର କରି କହିଥିଲା ଯେ, ଟାରିଫ ବିବାଦ କାରଣରୁ ଭାରତ ଆମେରିକାରୁ ନୂଆ ଅସ୍ତ୍ରଶସ୍ତ୍ର ଓ ବିମାନ କିଣା ଉପରେ ରୋକ୍‌ ଲଗାଇଛି । ପ୍ରତିରକ୍ଷା ଚୁକ୍ତି ପାଇଁ ଭାରତର ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂହ ଆସନ୍ତା ସପ୍ତାହରେ ଆମେରିକା ଯିବାର ଥିଲା । ତାଙ୍କର ଆମେରିକା ଗସ୍ତକୁ ମଧ୍ୟ ରଦ୍ଦ କରାଯାଇଛି । ସୂଚନାଯୋଗ୍ୟ ଯେ, ଏବେ ଆମେରିକା ଠାରୁ ଭାରତ ଆପାଚେ ଓ ଚିନୁକ ହେଲିକପ୍ଟର ସମେତ ପି-୮୧ ବିମାନ ଓ ଏମ୍‌କ୍ୟୁ-୯ ଡ୍ରୋନ କ୍ରୟ କରୁଛି । ଏଥିସହ ଆଗାମୀ ଦିନରେ ଷ୍ଟ୍ରାଇକର କମ୍ବାଟ ଭେହିକିଲ୍‌ ଏବଂ ଜାଭେଲିନ ଆଣ୍ଟି ଟ୍ୟାଙ୍କ ମିସାଇଲ କିଣିବାକୁ ଯୋଜନା କରିଛି ।

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.