ପ୍ରମୂଖ ଖବର
  • ମୟୂରଭଞ୍ଜ : କପ୍ତିପଦା ବଜାରରୁ ଯୁବତୀ ଅପହରଣ ଘଟଣା; ଅପରାଧୀଙ୍କ ଟେର୍ ପାଉନି ପୁଲିସ
  • ||
  • କେନ୍ଦୁଝର : ବଜ୍ରପାତରେ ଜଣେ ମୃତ, ୨ ସାଙ୍ଗ ଗୁରୁତର
  • ||
  • ରାଜଧାନୀ ହିଟ୍ ଆଣ୍ଡ ରନ୍‌ କେସ; କିଲର ଥର୍ ଜବତ, ମାଲିକ ଫେରାର, ମିଳୁନି ସ୍କର୍ପିଓ
  • ||
  • ବଲାଙ୍ଗୀର : କୁକୁର କାମୁଡ଼ାରେ ୨ ଜଣଙ୍କ ମୃତ୍ୟୁ, ଚିକିତ୍ସାଧୀନ ଅବସ୍ଥାରେ ଚାଲିଗଲା ଜୀବନ
  • ||
  • ଛତ୍ରପୁର : ଲୁଣି ପାଣି ହେବ ପାନୀୟ ଯୋଗ୍ୟ, ପ୍ରକଳ୍ପର ଶୁଭାରମ୍ଭ କଲେ କେନ୍ଦ୍ର ମନ୍ତ୍ରୀ
  • ||
  • ଏମ୍ସରେ ଆଖି ବୁଜିଲେ ନର୍ସିଂ ଛାତ୍ରୀ, ଆଜି ମୃତଦେହ ବ୍ୟବଚ୍ଛେଦ ପରେ ପରିବାରକୁ କରାଯିବ ହସ୍ତାନ୍ତର
  • ||
  • କଟକ ବିଡ଼ାନାସୀରେ ଅଘଟଣ, ପୂର୍ବ ଶତ୍ରୁତାରୁ ଦମ୍ପତିଙ୍କୁ ଛୁରାମାଡ଼
  • ||
  • କୋରାପୁଟରେ ନୂତନ ମେଡିକାଲ କଲେଜ କୋଠାର ଲୋକାର୍ପଣ କରିବେ ମୁଖ୍ୟମନ୍ତ୍ରୀ, ବାଣ୍ଟିବେ ଆୟୁଷ୍ମାନ କାର୍ଡ
  • ||
  • ଆସନ୍ତା ୧୩ରେ ରାଜ୍ୟ କ୍ୟାବିନେଟର ଗୁରୁତ୍ବପୂର୍ଣ୍ଣ ବୈଠକ, ମୁଖ୍ୟମନ୍ତ୍ରୀ ଅଧ୍ୟକ୍ଷତାରେ ଲୋକସେବା ଭବନରେ ବସିବ
  • ||
  • ଆଜିଠୁ ଆରମ୍ଭ ହେବାକୁ ଯାଉଛି ବିଶ୍ୱସ୍ତରୀୟ କ୍ରୀଡ଼ା ମହାକୁମ୍ଭ, ୧୯ଟି ଇଭେଣ୍ଟରେ ୧୭ ଦେଶର ୨୨୫ ପ୍ରତିଯୋଗୀ କରିବେ ଅଂଶଗ୍ରହଣ
  • ||
  • ଆସୁଛି ଆଉ ଏକ ଲଘୁଚାପ: ୧୨ରୁ ବଢ଼ିପlରେ ବର୍ଷା ,୯ ଜିଲ୍ଲାରେ ନିିଅଣ୍ଟିଆ ବର୍ଷା ଭରଣା ଆଶା
  • ||

ଭାରତୀୟ ବାୟୁ ସେନା ମୁଖ୍ୟଙ୍କ ଖୁଲାସା ପରେ ଟେନସନ୍‌ରେ ପାକିସ୍ତାନ, ଏଭଳି କହିଲେ ଦେଶର ପ୍ରତିରକ୍ଷା ମନ୍ତ୍ରୀ

Published By : Tapas Panda | August 9, 2025 10:22 PM

Image Courtesy: ndtv

ନୂଆଦିଲ୍ଲୀ: ଭାରତୀୟ ବାୟୁ ସେନା ମୁଖ୍ୟଙ୍କ ବଡ଼ ଖୁଲାସା ପରେ ଏବେ ଟେନସନ୍‌ରେ ପାକିସ୍ତାନ ।  ଏୟାର ଚିଫ ମାର୍ଶଲ ଏପି ସିଂହ କହିଥିଲେ, ଅପରେସନ୍‌ ସିନ୍ଦୂର ସମୟରେ ପାକିସ୍ତାନର ୫ଟି ଲଢ଼ୁଆ ବିମାନ ଧ୍ବଂସ ହୋଇଛି । ଏବେ ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖ୍ବାଜା ଆସିଫ କହିଛନ୍ତି ଏଥିରେ କୌଣସି ସତ୍ୟତା ନାହିଁ । ସେ  ଶନିବାର ଦାବି କରିଛନ୍ତି ଯେ, ଭାରତୀୟ ସେନା ସେମାନଙ୍କ ସେନାର କୌଣସି ବିମାନକୁ ଧ୍ବଂସ କରିପାରି ନାହିଁ । 

ବାୟୁ ସେନା ମୁଖ୍ୟ ଏୟାର ଚିଫ୍ ମାର୍ଶଲ ଅମର ପ୍ରୀତ ସିଂହ କହିଥିଲେ ଯେ, ଭାରତୀୟ ବାୟୁ ସେନା (IAF) 'ଅପରେସନ୍ ସିନ୍ଦୂର' ସମୟରେ ୫ଟି ପାକିସ୍ତାନୀ ଲଢ଼ୁଆ ବିମାନ ଖସାଇ ଦେଇଛି । ଅତି କମରେ ଗୋଟିଏ AWC (ଏୟାରବର୍ଣ୍ଣ ୱାର୍ଣ୍ଣିଂ ଆଣ୍ଡ୍ କଣ୍ଟ୍ରୋଲ୍ ସିଷ୍ଟମ୍)  ଏବଂ କିଛି F-16 ବିମାନ ଥିବାର ସୂଚନା ପାଇଛୁ । ପ୍ରାୟ ୩୦୦ କିଲୋମିଟର ଦୂରରୁ ଟାର୍ଗେଟ କରି ପାକିସ୍ତାନୀ ବିମାନକୁ ଧ୍ବଂସ କରାଯାଇଛି । 

ଖ୍ବାଜା ଆସିଫ୍ ସୋସିଆଲ ମିଡିଆରେ ଏକ ପୋଷ୍ଟରେ ଦାବି କରିଛନ୍ତି ଯେ, ଭାରତ ଗୋଟିଏ ବି ପାକିସ୍ତାନୀ ବିମାନକୁ ଟାର୍ଗେଟ କିମ୍ବା ନଷ୍ଟ କରିପାରି ନାହିଁ । ତିନି ମାସ ପର୍ଯ୍ୟନ୍ତ ଏପରି କୌଣସି ଦାବି କରାଯାଇ ନଥିଲା । କିନ୍ତୁ ପାକିସ୍ତାନ ତୁରନ୍ତ ଅନ୍ତର୍ଜାତୀୟ ଗଣମାଧ୍ୟମକୁ ବିସ୍ତୃତ ସୂଚନା ପ୍ରଦାନ କରିଥିଲା। ଅପରେସନ୍ ସିନ୍ଦୂର' ସମୟରେ ପାକିସ୍ତାନୀ ବିମାନ ଧ୍ବଂସ ବିଷୟରେ ଭାରତୀୟ ବାୟୁ ସେନା ମୁଖ୍ୟଙ୍କ ଦ୍ୱାରା ଦିଆଯାଇଥିବା ବିବୃତ୍ତି ଅବିଶ୍ୱସନୀୟ । 

ପାକିସ୍ତାନ ପ୍ରତିରକ୍ଷା ମନ୍ତ୍ରୀ ଦାବି କରିଛନ୍ତି ଯେ, ନିୟନ୍ତ୍ରଣ ରେଖାରେ ଭାରତୀୟ ସଶସ୍ତ୍ର ବାହିନୀ ମଧ୍ୟ ପ୍ରବଳ କ୍ଷତି ସହିଛି। ସତ୍ୟକୁ ନେଇ ସନ୍ଦେହ ହେଉଥିଲେ ଉଭୟ ପକ୍ଷ ବିମାନ ସଂପର୍କରେ ସ୍ୱାଧୀନ ଯାଞ୍ଚ କରିବା ଉଚିତ । ପାକିସ୍ତାନର ସାର୍ବଭୌମତ୍ୱ ଏବଂ କ୍ଷେତ୍ରୀୟ ଅଖଣ୍ଡତାର ପ୍ରତ୍ୟେକ ଉଲ୍ଲଂଘନର ଏକ ଦ୍ରୁତ, ନିର୍ଦ୍ଦିଷ୍ଟ ଏବଂ ସନ୍ତୁଳିତ ଜବାବ ଦିଆଯିବ ବୋଲି ସେ କହିଛନ୍ତି । 

 

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.