ପ୍ରମୂଖ ଖବର
  • କଟକ : କାଠଯୋଡ଼ିରେ ବୁଡ଼ି ଯାଇଥିବା ୨ ନାବାଳକ ଉଦ୍ଧାର,ଉଭୟଙ୍କୁ ମୃତ ଘୋଷଣା କଲେ ଡାକ୍ତର
  • ||
  • ବୁଧବାର ମହାପ୍ରଭୁଙ୍କ ରାହୁରେଖା ଲାଗି ନୀତି, ଅପରାହ୍ଣ ସାଢ଼େ ୨ଟାରୁ ସର୍ବସାଧାରଣ ଦର୍ଶନ ମନା
  • ||
  • ବ୍ରାହ୍ମଣୀ ନଦୀରେ ଭାସିଗଲେ ଗାଈ ଚରାଳି, ଅଗ୍ନିଶମ ବାହିନୀର ଖୋଜାଖୋଜି ଜାରି
  • ||
  • ରାକ୍ଷୀରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ ଅଭିଯୋଗ, ୫ ଜଣଙ୍କୁ ଉଠାଇଆଣିଲା ରାଜନଗର ପୁଲିସ
  • ||
  • ଆଜି ହୋଇପାରେ NDAର ଉପରାଷ୍ଟ୍ରପତି ପ୍ରାର୍ଥୀ ଘୋଷଣା -ପ୍ରଧାନମନ୍ତ୍ରୀ ଏବଂ ଜେପି ନଡ୍ଡା ନେଇପାରନ୍ତି ଚୂଡ଼ାନ୍ତ ନିଷ୍ପତ୍ତି
  • ||
  • ରାଜ୍ୟରେ ବଢ଼ୁଛି ଜନବସତି, ଥମୁନି ହାତୀ-ମଣିଷ ଲଢ଼େଇ;୧୫ ବର୍ଷ ଧରି କାର୍ଯ୍ୟକ୍ଷମ ହେଉନି ୧୪ ହାତୀ କରିଡର
  • ||
  • କଟକ: ଜଗନ୍ନାଥ ଦର୍ଶନ ପାଇଁ ଯାଉଥିବା ବେଳେ ଅଘଟଣ, ମଝି ରାସ୍ତାରେ ହୁତୁହୁତୁ ହୋଇ ଜଳିଗଲା କାର୍
  • ||
  • ପାକିସ୍ତାନର ବଲୁଚ ଲିବରେସନ୍ ଆର୍ମି ଆତଙ୍କୀ ସଂଗଠନ ଘୋଷିତ, ବିଦେଶୀ ଆତଙ୍କବାଦୀ ସଂଗଠନ ଭାବେ ଘୋଷଣା କଲା ଆମେରିକା
  • ||
  • ମଙ୍ଗଳବାର ସଚିବସ୍ତରୀୟ ବୈଠକ; ବୁଧବାର ବସିବ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ, ଅଧ୍ୟକ୍ଷତା କରିବେ ମୁଖ୍ୟମନ୍ତ୍ରୀ
  • ||
  • ବୁଧବାର ଲଘୁଚାପ, ଆଜିଠୁ ପ୍ରବଳ ବର୍ଷା ସମ୍ଭାବନା; କୋରାପୁଟ ଓ ମାଲକାନଗିରିକୁ ଅରେଞ୍ଜ, ୨୮ ଜିଲ୍ଲାକୁ ୟେଲୋ ଓ୍ବାର୍ଣ୍ଣିଂ ଜାରି
  • ||

ଭାରତ ପାଇଁ ଏୟାରସ୍ପେସ୍‌ ବନ୍ଦ କରିବା ପାକ୍‌କୁ ପଡ଼ିଲା ମହଙ୍ଗା,୨ ମାସରେ ଉଡ଼ିଗଲା ୧୨୭ କୋଟି

Published By : Ankita S | August 10, 2025 9:22 AM

ନୂଆଦିଲ୍ଲୀ,୧୦/୦୮: ଭାରତ ପାଇଁ କଟକଣା ପାକିସ୍ତାନକୁ ପଡିଲା ଭାରି । ଭାରତ ପାଇଁ ଏୟାରସ୍ପେସ୍ ବନ୍ଦ କରିବା ପାକ୍‌କୁ ମହଙ୍ଗା ପଡ଼ିଛି । ୨ ମାସରେ ୧୨୭ କୋଟ ଟଙ୍କା କ୍ଷତି ସହିଛି ପାକିସ୍ତାନ । ସିନ୍ଧୁ ଚୁକ୍ତି ବାତିଲ ପରେ ଭାରତୀୟ ସେନା ପାଇଁ ପାକିସ୍ତାନ ତାର ଆକାଶମାର୍ଗ ବନ୍ଦ କରିବା ପରେ ପ୍ରତିଦିନ ତାର ୧୫୦ ବିମାନ ପ୍ରଭାବିତ ହୋଇଛି । ଫଳରେ ୨ ମାସରେ ୧୨୭ କୋଟି ଟଙ୍କା କ୍ଷତି ସହିଛି ପାକିସ୍ତାନ ।

ପାକିସ୍ତାନ ଭାରତ ପାଇଁ ତାର ଏରୋସ୍ପେସ୍‌କୁ ଏପ୍ରିଲ ୨୪, ୨୦୨୫ରୁ ବନ୍ଦ କରିଛି । ଏହାର ଗୋଟିଏ ଦିନ ପୂର୍ବରୁ ଭାରତ ସିନ୍ଧୁ ଜଳ ଚୁକ୍ତି ସ୍ଥଗିତ କରିଥିଲା । ଭାରତ ପାଇଁ ପାକିସ୍ତାନର ଏରୋସ୍ପେସ୍‌ ବନ୍ଦ କରିବା ପଦକ୍ଷେପ ପରେ ୨ ମାସରେ ୪.୧୦ ଅରବ ଅର୍ଥାତ୍ ପ୍ରାୟ ୧୨୭ କୋଟି ଟଙ୍କାର କ୍ଷତି ସହିବାକୁ ପଡିଛି । ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରଣାଳୟ ଜାତୀୟ ସଭାକୁ ସୂଚନା ଦେଇଛି ଯେ, ଏପ୍ରିଲ ୨୪ରୁ ଜୁନ୍ ୩୦ ପର୍ଯ୍ୟନ୍ତ ରାଜସ୍ୱରୁ ଏହି କ୍ଷତି ହୋଇଛି । ପାକ୍ ପ୍ରତିରକ୍ଷା ମନ୍ତ୍ରଣାଳୟ କହିଛି ଯେ,''ଆୟର ଅଭାବକୁ ପ୍ରତିଫଳିତ କରୁଛି, ମୋଟ ଆର୍ଥିକ କ୍ଷତି ନୁହେଁ ଏବଂ ଓଭରଫ୍ଲାଟ ଏବଂ ଏରୋନେଟିକାଲ ଚାର୍ଜ ସମାନ ରହିଛି ।''

ପାକିସ୍ତାନ ୧୯୬୦ର ସିନ୍ଧୁ ଜଳ ଚୁକ୍ତିନାମାକୁ ସ୍ଥଗିତ କରିବା ପାଇଁ ଭାରତର ନିଷ୍ପତ୍ତିକୁ ପ୍ରତ୍ୟାଖାନ କରି ଏପ୍ରିଲ ୨୪ରେ ସମସ୍ତ ଭାରତୀୟ ବିମାନ ସଂସ୍ଥା ପାଇଁ ନିଜ ଆକାଶ ମାର୍ଗ ବନ୍ଦ କରିଛି । ଇସଲାମାବାଦ କହିଥିଲା କି ଯେ, ଚୁକ୍ତିନାମା ଅଧିନରେ ଜଳର ପ୍ରବାହ ବନ୍ଦ କରାଯାଏ ତାହା ଯୁଦ୍ଧ ଭାବେ ବିବେଚନା କରାଯିବ । ପାକିସ୍ତାନ କୌଣସି ଭାରତୀୟ ବିମାନକୁ ନିଜ ଆକାଶମାର୍ଗ ବ୍ୟବହାର କରିବାକୁ ଅନୁମତି ଦେଇନାହିଁ ତେଣୁ ଟ୍ରାନଜିଟ ଟ୍ରଫିକ ୨୦ ପ୍ରତିଶତ ହ୍ରାସ ହୋଇଛି ।

ଅଧିକ ପଢନ୍ତୁ..ଭାରତ-ପାକିସ୍ତାନ ମଧ୍ୟରେ ଯୁଦ୍ଧ ବନ୍ଦ କରାଇଥିବା ନେଇ ଦାବି ଦୋହରାଇଲେ ଡୋନାଲ୍ଡ ଟ୍ରମ୍ପ

ଏପ୍ରିଲ୍‌ ୨୨ରେ ଜମ୍ମୁକାଶ୍ମୀର ପହଲଗାମ ବୈସରନ ଘାଟିରେ ହୋଇଥିବା ଆତଙ୍କବାଦୀ ଆକ୍ରମଣରେ ୨୬ ନୀରିହ ପର୍ଯ୍ୟଟକଙ୍କ ମୃତ୍ୟୁ ହୋଇଥିଲା । ଏହା ପରେ ଭାରତ ପାକିସ୍ତାନ ବିରୋଧରେ ଆକ୍ସନ ନେଇଥିଲା । ସିନ୍ଧୁ ଜଳ ଚୁକ୍ତି ବାତିଲ କରିଥିଲା । ପାକିସ୍ତାନ ପାଇଁ ମଧ୍ୟ ଭାରତ ତାର ଏୟାରସ୍ପେସ୍‌ ବନ୍ଦ କରିଛି । ଏହାକୁ ନେଇ ବୈଦେଶିକ ମନ୍ତ୍ରଣାଳୟ କହିଛନ୍ତି, '' ଯେବେ ସୁରକ୍ଷା କଥା ଆସେ ତେବେ କୌଣସି ମୂଲ୍ୟ ଅଧିକ ଗୁରୁତ୍ୱ ରଖେନାହିଁ ।'' ୨୦୧୯ରେ ଭାରତ-ପାକିସ୍ତାନ ଉତ୍ତେଜନା ପାଇଂ ପାକିସ୍ତାନକୁ ଏରୋସ୍ପେସ ବନ୍ଦ କରିବା ନେଇ ୫୪ ମିଲିୟନ ଡଲାର କ୍ଷତି ହୋଇଥିଲା ।

Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.