ପ୍ରମୂଖ ଖବର
  • ୬୦୦୦ ଟଙ୍କା ଲାଞ୍ଚ ନେଇ ଧରାପଡ଼ିଲେ ମୁନିଗୁଡ଼ା ହସ୍ପିଟାଲର ସ୍ୱାସ୍ଥ୍ୟକର୍ମୀ, ଏକକାଳୀନ ୨ ଟି ସ୍ଥାନରେ ଭିଜିଲାନ୍ସ ଚଢାଉ
  • ||
  • କଟକ : କେନାଲରେ ଗାଧୋଇବା ବେଳେ ଅଘଟଣ; ନବମ ଶ୍ରେଣୀ ଛାତ୍ରୀ ନିଖୋଜ
  • ||
  • ଇଡ଼ି ଅଫିସ୍‌ରେ ହାଜର ହେଲେ ପୂର୍ବତନ କ୍ରିକେଟର ସୁରେଶ ରାଇନା, ବେଟିଂ ଆପ୍‌ ମାମଲାରେ ହୋଇଥିଲା ସମନ୍
  • ||
  • ସୁନ୍ଦରଗଡ଼ : ପାରିବାରିକ କଳହରୁ ଗଡ଼ିଲା ମୁଣ୍ଡ, ସ୍ୱାମୀର ତଣ୍ଟି ଚିପି ହତ୍ୟା କଲା ସ୍ତ୍ରୀ
  • ||
  • ବଙ୍ଗୋପସାଗରରେ ସୃଷ୍ଟି ହେଲା ଲଘୁଚାପ କ୍ଷେତ୍ର, ୧୫ ତାରିଖ ଯାଏଁ ଅତିପ୍ରବଳ ବର୍ଷା ସମ୍ଭାବନା
  • ||
  • ଗଞ୍ଜାମ : ଭାରସାମ୍ୟ ହରାଇ ଷ୍ଟପବୋର୍ଡରେ ପିଟିହେଲା ବାଇକ୍‌, ଚାଳକ ମୃତ
  • ||
  • ରାୟଗଡ଼ା : ଭାରସାମ୍ୟ ହରାଇ ଓଲଟିଲା OSRTC ବସ୍‌, ୧୫ ଆହତ
  • ||
  • ବିଶ୍ୱ ଅଙ୍ଗଦାନ ଦିବସ : ଓଡ଼ିଶାରେ ହେଲାଣି ୨ ହଜାର କିଡ୍‌ନୀ ପ୍ରତିରୋପଣ
  • ||
  • ଶ୍ରୀମନ୍ଦିର ସୁରକ୍ଷା ବ୍ୟବସ୍ଥା ଢିଲା, ପରିକ୍ରମା କାନ୍ଥରେ ଧମକପୂର୍ଣ୍ଣ ମେସେଜ୍, ଆତଙ୍କବାଦୀ ଆକ୍ରମଣ ନେଇ ବଢିଲା ଆଶଙ୍କା
  • ||
  • ରାଜସ୍ଥାନ ଦୌସାରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା; ୧୦ ମୃତ
  • ||

ସୁନା ଉପରେ ଲାଗିବ କି ଟାରିଫ୍ ? ଗୁଜବ ଉପରେ ବ୍ରେକ୍ ଲଗାଇଲେ ଟ୍ରମ୍ପ, ହଠାତ୍ ୧୪୦୦ ଟଙ୍କା ହେଲା ଶସ୍ତା

Published By : Rasmita Pradhan | August 12, 2025 10:08 AM

ନୂଆଦିଲ୍ଲୀ, ୧୨/୦୮: ସୁନା ଉପରେ ଲାଗିବନି ଟ୍ରମ୍ପଙ୍କ ଟାରିଫ୍ । ମାର୍କେଟ୍‌ରେ ହାହାକାର ଭିତରେ ଆମେରିକା ରାଷ୍ଟ୍ରପତିଙ୍କ ବଡ଼ ବୟାନ। ସୁନାରେ ଅଧିକା ଟାରିଫ୍ ଲାଗିବା ଗୁଜବ ଉପରେ ପୂର୍ଣ୍ଣଛେଦ ପକାଇଛନ୍ତି । ଡୋନାଲ୍ଡ ଟ୍ରମ୍ପ ସ୍ପଷ୍ଟ କରିଛନ୍ତି ଯେ, ସୁନା ଉପରେ କୌଣସି ଟାରିଫ୍ ଲାଗୁ ହେବ ନାହିଁ। ଏହାପରେ ମଲ୍ଟି କମୋଡିଟି ଏକ୍ସଚେଞ୍ଜ୍ ଉପରେ ଗୋଲ୍ଡ ପ୍ରାଇସ୍ ହଠାତ୍ ୧୪୦୦ ଟଙ୍କାରୁ ଅଧିକ ଶସ୍ତା ହୋଇଯାଇଛି। ତଥାପି ଏବେବି ସୁନା ଦର ଲକ୍ଷେ ପାର୍ ରହିଛି କିନ୍ତୁ ଲାଇଫ୍ ଟାଇମ୍ ହାଇ ଲେବୁଲ୍‌ରୁ ଖସି ବ୍ୟବସାୟ କରୁଛି। 

ସୂଚନା ଥାଉକି, କିଛି ଦିନ ପୂର୍ବରୁ ଡୋନାଲ୍ଡ ଟ୍ରମ୍ପ ଭାରତ ସମେତ ବହୁ ଦେଶ ଉପରେ ଅତିରିକ୍ତ ଟାରିଫ୍ ଲଦିଛନ୍ତି । ଏହାରି ଭିତରେ ଗତ ସପ୍ତାହରେ ହ୍ଵାଇଟ୍ ହାଉସ୍‌ର ଜଣେ ଅଧିକାରୀ କହିଥିଲେ ଯେ, ଖୁବଶୀଘ୍ର ଟ୍ରମ୍ପ ପ୍ରଶାସନ ନୂଆ ନୀତି ଆଣିବାକୁ ଯାଉଛନ୍ତି। ଯାହାପରେ ସୁନା ଉପରେ ଟାରିଫ୍ ଲାଗିବ କି ନାହିଁ ସ୍ପଷ୍ଟ ହେବ। ସେୟାର ମାର୍କେଟ୍‌ରେ ସୁନା ଉପରେ ଉଚ୍ଚା ଟାରିଫ୍ ଲାଗିବ ବୋଲି ଗୁଜବ ପ୍ରଚାର ହୋଇଥିଲା । ଏହାପରେ ବୁଲିଅନ ମାର୍କେଟ୍‌ରେ ଅସ୍ଥିର ସ୍ଥିତି ସୃଷ୍ଟି ହେବା ସହ ସୁନା ଦର ଆକାଶ ଛୁଆଁ ହୋଇଥିଲା। ଏବେ ଏନେଇ ଆମେରିକା ରାଷ୍ଟ୍ରପତି ଟ୍ରମ୍ପ ସ୍ପଷ୍ଟ କରିଛନ୍ତି। ସୁନା ଉପରେ କୌଣସି ଟାରିଫ୍ ଲାଗିବନି ବୋଲି କହିଛନ୍ତି। 

ଚୀନ୍ ଉପରେ ଟାରିଫ୍ ସମୟସୀମା ବୃଦ୍ଧି

ଅନ୍ୟପକ୍ଷରେ, ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଚୀନ୍ ଉପରେ ଟାରିଫ୍ ଲଗାଇବାର ସମୟସୀମା ବୃଦ୍ଧି କରିଛନ୍ତି। ରାଷ୍ଟ୍ରପତି ଟ୍ରମ୍ପ ଟ୍ରୁଥ୍‌ରେ ଲେଖିଛନ୍ତି, "ଚୀନ୍ ଉପରେ ଶୁଳ୍କ ସ୍ଥଗିତକୁ ଆଉ ୯୦ ଦିନ ପାଇଁ ବୃଦ୍ଧି କରାଯାଇଛି। ଏହି ବିଷୟରେ ଧ୍ୟାନ ଦେବା ପାଇଁ ଧନ୍ୟବାଦ!" ଆମେରିକା-ଚୀନ ଭିତରେ ଏବେ ଟାରିଫ୍ ୱାର୍ ଚାଲିଛି। ଦୁଇ ଦେଶ ପରସ୍ପରଙ୍କ ଉପରେ ବେଲଗାମ୍ ଶୁଳ୍କ ଲଦୁଛନ୍ତି। ଏପ୍ରିଲରେ ଆମେରିକା ଚୀନ ବସ୍ତୁ ଉପରେ ୧୪୫ ପ୍ରତିଶତ ଟାରିଫ୍ ଲଗାଇଥିଲା। ଚୀନ ମଧ୍ୟ ଏହାର ଜବାବରେ ଆମେରିକୀୟ ଉତ୍ପାଦ ଉପରେ ୧୨୫ ପ୍ରତିଶତ ଶୁଳ୍କ ଲଗାଇଥିଲା। ମେ ମାସରେ ଜେନିଭାରେ ଦୁଇ ଦେଶ ଅସ୍ଥାୟୀ ଭାବେ ଟାରିଫ୍ ହ୍ରାସ କରିବାକୁ ସହମତ ହୋଇଥିଲେ। ଆମେରିକା ୧୪୫ ପ୍ରତିଶତ ଟାରିଫ୍ ହ୍ରାସ କରି ୩୦ ପ୍ରତିଶତ କରିଥିଲେ। ସେହିପରି ଚୀନ ୧୦ ପ୍ରତିଶତକୁ ହ୍ରାସ କରିଥିଲା।



Prameya Is Now On WhatsApp Join And Get Latest News Updates Delivered To You Via WhatsApp

Copyright © 2024 - Summa Real Media Private Limited. All Rights Reserved.